ଉପ-କୁଳପତିଙ୍କ ପୋଲସରା କଲେଜ ପରିଦର୍ଶନ

0
124

ପୋଲସରା, ୨୫/୦୧/୨୦୨୩: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଉପ-କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାସ ଜାନୁଆରୀ ୨୪ ତାରିଖ ଦିନ ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପରିଦର୍ଶନରେ ଆସିଥିବା ଜଣାପଡିଛି। ଉପ-କୁଳପତି ଶ୍ରୀମତୀ ଦାସ ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ପହଞ୍ଚିବା ପରେ ପ୍ରିନ୍ସପାଲ ଡକ୍ଟର ଦିବାକର ମିଶ୍ର ଏବଂ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ। ଉପ-କୁଳପତି ଶ୍ରୀମତୀ ଦାସ କଲେଜର ବିଭିନ୍ନ ବିଭାଗ ପରିଦର୍ଶନ ପରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରିନ୍ସପାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭିସି. ଶ୍ରୀମତୀ ଦାସ ଆନ୍ତରିକ ଗୁଣବତ୍ତା ଆଶ୍ୱାସନା ପ୍ରକୋଷ୍ଟ (IQAC) ସଂଯୋଜକଙ୍କ ସମେତ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦଙ୍କୁ ରାଷ୍ଟ୍ରୀୟ ମୂଲ୍ୟାଙ୍କନ ଓ ପ୍ରତ୍ୟାୟନ ପରିଷଦ (NAAC) ସମ୍ପର୍କରେ ସମସ୍ତ ନିୟମ ଅବଗତ କରିବା ସହ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ଶେଷରେ ରବୀନ୍ଦ୍ର ନାଥ ପାଳ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here