ଆସିକାରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ପ୍ରଦିବାଦ ପ୍ରଦର୍ଶନ

0
134

ଆସିକା ,୨୬/୦୧/୨୦୨୩ : ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଜନରାଜ୍ୟ ଦିବସ ଅବସରରେ ଦେଶବ୍ୟାପୀ ଟ୍ରାକ୍ଟର ପଟୁଆର ଓ ଗଣପ୍ରତିବାଦର ଘୋଷଣା ପ୍ରକାରେ ଆସିକା କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଆଜି ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଠାରେ ଏକ ଜନ ପ୍ରତିବାଦ ଦିବସର ଆୟୋଜନ ହୋଇଯାଇଛି ।

ଆସିକା ଜୋନାଲ କମିଟି ପକ୍ଷରୁ ଆୟୋଜିତ ଏହି ପ୍ରତିବାଦ ସଭାରେ ଉପସ୍ଥିତ କର୍ମୀ , କର୍ମକର୍ତ୍ତା ଓ ଅଞ୍ଚଳ ଚାଷୀ ସମୂହଙ୍କ ସମାବେଶରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ ତୀବ୍ର ପ୍ରତିବାଦ କରାଯାଇଛି । ଉଭୟ ସରକାର ଚାଷୀଙ୍କ ସର୍ବନିମ୍ନ ଆବଶ୍ୟକତାକୁ ନଜର ଅନ୍ଦାଜ କରିଥିବା ନେଇ ତୀବ୍ର ସମାଲୋଚନା କରାଯାଇଥିଲା । ଏହା ସହିତ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ରଖିଥିବା ୧୫ ଦଫା ଦାବି ସମୂଜାକୁ ନେଇ ସଭାରେ ଆଲୋଚନା କରାଯାଇଥିଲା । ଆୟୋଜିତ ଏହି ପ୍ରତିବାଦ ସଭାରେ ଆସିକା କମ୍ଯୁନିଷ୍ଟ ପାର୍ଟିର ଯୋନାଲ ସମ୍ପାଦକ ରାଜେନ୍ଦ୍ର ଦାଶ , ସଭ୍ୟ ପିତବାସ ମହାପାତ୍ର, ଦେବହରି ମାହାନ୍ତି, ଲକ୍ଷଣ ପାଢ଼ୀ, ବିଦେଶି ନାହାକ , ସନିଆ ନାହାକ, ଉପେନ୍ଦ୍ର ଭଞ୍ଜ , ପ୍ରଫୁଲ୍ଲ ନାହାକ , ରୁଦ୍ର ଆଚାରି, ଅନୁପ ଲେଙ୍କା ,ସୁବାଷ ପ୍ରଧାନ ପ୍ରମୁଖ ବହୁ ଅଞ୍ଚଳ ଚାଷୀ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here