ଯୁବ ସାମ୍ବାଦିକ ଚିରଞ୍ଜିତ୍ ରାଜଗୁରୁ (ଚିଣ୍ଟୁ) ଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

0
198

ବ୍ରହ୍ମପୁର,୨୬/୦୧/୨୦୨୩:ସହରର ଜଣାଶୁଣା ଯୁବ ସାମ୍ବାଦିକ ତଥା ଦୈନିକ ଖବରକାଗଜ “ସକାଳ” ର ବ୍ରହ୍ମପୁର ପ୍ରତିନିଧି ଚିରଞ୍ଜିତ୍ ରାଜଗୁରୁ (ଚିଣ୍ଟୁ) ଙ୍କ ଅକାଳ ବିୟୋଗ ରେ ଏକ ଶୋକସଭା ସ୍ଥାନୀୟ ଗାନ୍ଧୀ ନଗର ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ଅନୁଷ୍ଠିତ ହୋଇଯାଇଛି। ସେଠାରେ ଅମର ଆତ୍ମା ର ସଦଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା ସହ ସ୍ମୃତି ଚାରଣ କରାଯାଇଥିଲା। ଏହା ସହ ମହମବତୀ ଶୋଭାଯାତ୍ରା ରେ ଗାନ୍ଧୀ ନଗର ଠାରୁ ବାହାରି ପୁରୁଣା ବସଷ୍ଟାଣ୍ଡ, ଅନ୍ନପୂର୍ଣ୍ଣା ବଜାର ହୋଇ ଗାନ୍ଧୀ ନଗର ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲା।ଏଥିରେ ବ୍ରହ୍ମପୁର ବିଧାୟକ, ସାଂସଦ, ମେୟର, ଡେପୁଟି ମେୟର,ବିଭିନ୍ନ ଦଳର କର୍ମକର୍ତ୍ତା, ପୋଲିସ ଅଧିକାରୀ, ଆଇନଜୀବୀ ଙ୍କ ସମେତ ସହରର ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here