ବୁଗୁଡା ୨୭/୦୧/୨୦୨୩ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପଞ୍ଚାୟତ ସମିତିର ସାଧାରଣ ବୈଠକ ଜାନୁଆରୀ ୨୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ସମିତି ବୈଠକରେ ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶନୀ ଆଚାରି ଅଧ୍ୟକ୍ଷତା କରିଥିବା ବେଳେ ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ବିଡ଼ିଓ ବାସୁଦେବ ନାୟକ, ତହସିଲଦାର ସଂଗ୍ରାମ କେଶରୀ ଜେନା, ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ସହକାରୀ ଯନ୍ତ୍ରୀ ସସ୍ମିତା କର, ପାନୀୟ ଜଳ ଯୋଗାଣ ବିଭାଗ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ତୁଷାର କୁମାର ସାହୁ, ସାଂସଦ ପ୍ରତିନିଧି କବିରାଜ ଗୌଡ, ବିଇଓ କବିବର ପ୍ରଧାନ , ଭାରପ୍ରାପ୍ତ ପଞ୍ଚାୟିତ ସମ୍ପରସାରଣ ଅଧିକାରୀ ମନୋଜ କୁମାର ସାହୁ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମେମ୍ବର ସମିତା ସ୍ବାଇଁ, ଗଙ୍ଗାପାଣି ଜେନା, ଓ ଚାନ୍ଦିନୀ ନାୟକ ଏବଂ ସମିତି ମେମ୍ବର ବୃନ୍ଦ, ସରପଞ୍ଚ ବୃନ୍ଦ ଓ ବିଭିନ୍ନ ବିଭାଗର ଅଧିକାରୀ ବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ବିଭାଗ ର କାର୍ଯ୍ୟକ୍ରମ ନେଇ ଏହି ବୈଠକରେ ଆଲୋଚନା ହୋଇଥିଲା।
ରିପୋର୍ଟ: ଅନିଲ କୁମାର ମହାରଣା