ସାନଖେମୁଣ୍ଡିରେ ସାଧାରଣତନ୍ତ୍ର ଦିବସ ପାଳିତ : ପାଟପୁରରେ ପତାକା ଉତ୍ତୋଳନ କଲେ ବିଧାୟକ

0
129

ସାନଖେମୁଣ୍ଡି , ୨୭/୦୧/୨୦୨୩: ଭାରତୀୟ ଗଣତନ୍ତ୍ରର ୭୪ ତମ ଦିବସ ପାଳନ ଅବସରରେ ସାନଖେମୁଣ୍ଡି ବ୍ଲକ ଅଞ୍ଚଳ ଚଳ ଚଞ୍ଚଳ ପରିଲକ୍ଷିତ ହୋଇଅଛି । ଚଳିତ ବର୍ଷର ବସନ୍ତ ପଞ୍ଚମୀ ସହ ଗଣତନ୍ତ୍ର ଦିବସ ଗୋଟିଏ ଦିବସରେ ପାଳିତ ହେଉଥିବାରୁ ଶିକ୍ଷାନୁଷ୍ଠାନ ସମୂହ ଉତ୍ସବ ମୁଖର ହୋଇଅଛି । ଏହି କ୍ରମରେ ଦିବସ ଆରମ୍ଭରେ ଗଣତନ୍ତ୍ର ଦିବସ ପାଳନ ଅବସରରେ ବ୍ଲକ ମୁଖ୍ୟାଳୟ , ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସହ ତହସିଲ , ଗ୍ରାମ୍ୟ ନ୍ୟାୟାଳୟ , ପାଟପୁର ଥାନା , ଶିଶୁ ବିକାଶ ସେବା ପ୍ରକଳ୍ପ ଆଦି ପ୍ରମୁଖ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ ସହ ଜାତୀୟ ସଙ୍ଗୀତ ଗାନ କରାଯାଇ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିବା ଜଣାଯାଇଛି । ବ୍ଲକ କାର୍ଯ୍ୟଳୟରେ ସମିତି ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର , ତହସିଲ କାର୍ଯ୍ୟାଳୟରେ ତହସିଲଦାର ଡଃ , ଶ୍ରୀନିବାସ ବେହେରା , ଶିଶୁ ବିକାଶ କାର୍ଯ୍ୟାଳୟରେ ସିଡିପିଓ ଅର୍ଚ୍ଚନା କହଁର , ପାଟପୁର ଥାନାରେ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ପତାକା ଉତ୍ତୋଳନ କରିଥିଲା ବେଳେ ମହାବିଦ୍ୟାଳୟ ଓ ବିଦ୍ୟାଳୟ ସ୍ତରରେ ଅନୁଷ୍ଠାନ ମୁଖ୍ୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ପାଟପୁର ଗାନ୍ଧୀ ଛକ ଠାରେ ପାଟପୁର ଯୁବ ଗୋଷ୍ଠୀଙ୍କ ଦ୍ୱାରା ଆୟୋଜିତ ମିନି ମାରାଥନ ଆୟୋଜନ ସହ ଗଣତନ୍ତ୍ର ଦିବସ ପାଳନର ଆୟୋଜନ ହୋଇଥିଲା । ଆୟୋଜିତଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ଯୋଗଦେଇ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ଗହଣରେ ଦିବସ ପାଳନର ମହତ୍ତ୍ୱ ଏବଂ ଆବଶ୍ୟକତା କୁ ନେଇ ନିଜ ବକ୍ତବ୍ୟ ରଖିଥିଲେ । ଏହାସହିତ ମିନି ମାରାଥନରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ମାନପତ୍ର ଓ ସିଲଡ ପ୍ରଦାନ କରି ଉତ୍ସାହିତ କରିଥିଲେ । ଜିଲ୍ଲା ଯୁବ କଂଗ୍ରେସ ସଭାପତି ବିକାଶ ପଶୁପାଳକ , ପିସିସି ସଭ୍ୟ ଅରବିନ୍ଦ ନାୟକ, ବ୍ଲକ କଂଗ୍ରେସ ସଭାପତି ଏ ବାବୁଲା ଦୋରା , ଗୌତମୀ ପୂର୍ବତନ ସରପଂଚ ସୁଶାନ୍ତ ସ୍ୱାଇଁ, ପାଟପୁର ସରପଞ୍ଚ ପ୍ରତିନିଧି ମୁକୁନ୍ଦ ଚନ୍ଦ୍ର ବରାଡ , ଜିଣ୍ଟୁ ସାହୁ , ଆଲୋକ ପ୍ରଧାନ, ଶଙ୍କର୍ଷଣ ଖୁଣ୍ଟିଆ, ଭାସ୍କର ରେଡ୍ଡୀ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ଅଞ୍ଚଳ ଜନସାଧାରଣ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here