ବୁଗୁଡ଼ାରେ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ସମାରୋହ

0
123

ବୁଗୁଡ଼ା, ୨୭/୦୧/୨୦୨୩: କାଷ୍ଠ କୋଣାର୍କ ତଥା ଦ୍ୱିତୀୟ ଅର୍କକ୍ଷେତ୍ର ଶ୍ରୀ ବିରଞ୍ଚି ନାରାୟଣ କଲ୍ୟାଣ ମଣ୍ଡପ ପରିସରରେ କବିସମ୍ରାଟ ସ୍ମାରକ ସଂସଦ ପକ୍ଷରୁ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ସମାରୋହ ଉତ୍ସବ ପାଳନ ହୋଇ ଯାଇଛି । ମହନ୍ତ ଭକ୍ତରାମ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ.କୃତ୍ତିବାସ ବିଶ୍ଵାଳ, ମୁଖ୍ୟ ବକ୍ତା ଭାବେ ଡ଼ଃ.ଭବାନୀ ଶଙ୍କର ମିଶ୍ର, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ରଘୁନାଥ ସାହୁ, ଡଃ. ବ୍ରଜକିଶୋର ପାଢୀ ଓ ଡଃ.ବୃଷକେତୁ ଦାଶ ଯୋଗଦାନ କରି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଅଧ୍ୟାପକ ବିଭୂତି ଭୂଷଣ ମିଶ୍ରଙ୍କ ସଂଯୋଜନା ଓ ଭଞ୍ଜସଂଗୀତ ପରିବେଷଣ କାର୍ଯ୍ୟକ୍ରମକୁ ଅଧିକ ରୋଚକ କରିଥିଲା । ଶିକ୍ଷାବିତ୍ ନନ୍ଦକିଶୋର ମିଶ୍ର , ଗୌରୀଶଙ୍କର ମିଶ୍ର, ଭିକାରୀ ଜେନା, ବସନ୍ତ ବିଷୋୟୀ, ଚିନ୍ମୟ ଦାଶ, ତପନ କୁମାର ମହାପାତ୍ର, ଯମୁନା ପ୍ରଧାନ,ପୂଜା ବରାଡ଼, ମୀରା ପାତ୍ର, ରୁବି ପ୍ରଧାନ, ପୂର୍ଣ୍ଣିମା ପାତ୍ର, ଲୁସି ପାତ୍ର ,ବବ୍ରୁ ବାହନ, ଲକ୍ଷ୍ମୀ ପ୍ରିୟା ନାୟକ,ରୁବି ପ୍ରଧାନ, ସ୍ମୃତିରାଣୀ ବିଷୋୟୀ, ଅନିଲ କୁମାର ପଟ୍ଟନାୟକ ପ୍ରମୁଖ ବହୁ ଭଞ୍ଜ ସାହିତ୍ୟ ପ୍ରେମୀ ଓ ବୁଦ୍ଧିଜୀବୀ କାର୍ଯ୍ୟ କ୍ରମରେ ଅଂଶ ଗ୍ରହଣ କରିଥିଲେ ।ଶେଷରେ ଅଧ୍ୟାପକ ରବିନ୍ଦ୍ର ନାଥ ପୋଲାଇ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here