‘ଅଭିନୟ ଜଗତ’ ତରଫରୁ ଦେଶାତ୍ମବୋଧକ ସାଂସ୍କୃତିକକାର୍ଯ୍ୟକ୍ରମ ‘ ତ୍ରିରଙ୍ଗା’

0
157

ବ୍ରହ୍ମପୁର, ୨୮/୦୧/୨୦୨୩: ସ୍ଥାନୀୟ ଉତ୍କଳ ଆଶ୍ରମ ସ୍ଥିତ ମୁକ୍ତମଞ୍ଚରେ ସଂସ୍କୃତିଧର୍ମୀ ପତ୍ରିକା ‘ ଅଭିନୟ ଜଗତ’ତରଫରୁ ଆଜି ସନ୍ଧ୍ୟାରେ ଦେଶ ପାଇଁ ସହିଦ ହୋଇଥିବା ମହାପୁରୁଷମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ‘ ତ୍ରିରଙ୍ଗା’ ଆୟୋଜିତ ହୋଇଥିଲା । ଅଭିନୟ ଜଗତ ତରଫରୁ ଏହି କାର୍ଯ୍ୟକ୍ରମ ଦୀର୍ଘବର୍ଷ ଧରି ଆୟୋଜିତ ହୋଇ ଆସୁଅଛି । ନିମନ୍ତ୍ରିତ ଅତିଥି ମାନେ କାର୍ଯ୍ୟକ୍ରମର ଶୁଭାରମ୍ଭ କରି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ପ୍ରତ୍ୟେକ ନାଗରିକଙ୍କ ହୃଦୟରେ ସର୍ବଦା ଦେଶାତ୍ମବୋଧକ ଚିନ୍ତାଧାରା ରହିବା ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ । ବିଶିଷ୍ଟ ଅତିଥି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଜୟନ୍ତ କୁମାର ମହାପାତ୍ର ଯୋଗଦେଇଥିବା ବେଳେ ଖ୍ୟାତନାମା ଉପସ୍ଥାପକ ତଥା “ଆମେସବୁ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହୃଷୀକେଶ ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଦୈନିକ ଖବର କାଗଜ ‘ସକାଳ’ର କାର୍ଯ୍ୟାଳୟ ମୁଖ୍ୟ ଡ. ଜଗନ ମୋହନ ମହାପାତ୍ର, ଓ ଟିଭିର ବ୍ରହ୍ମପୁର ଶାଖା ମୁଖ୍ୟ ଅଶୋକ କୁମାର ବ୍ରହ୍ମା, ଭୁବନେଶ୍ଵର ମଧୁସୂଦନ ଏକାଡ଼େମୀର ଯୁଗ୍ମ ନିର୍ଦ୍ଦେଶକ ଡ. ବିଭୁଦତ୍ତ ଆଚାରୀ, ମହିଳା ଓ ଶିଶୁ କଲ୍ୟାଣ ଅନୁଷ୍ଠାନ ମମତାର ଷ୍ଟେଟ୍ ଲିଡ଼ର ଡ. ସୁରେନ୍ଦ୍ର ଜେନା, ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀର ସଦସ୍ୟ ଅନିଳ କୁମାର ପାତ୍ର, ସମାଜସେବୀ ସୁଷମା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ସଂପାଦକ ଡ. ମିହିର କୁମାର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ବିଶ୍ଳେଶ୍ଵର ସାହୁ, ନାରାୟଣ ମହାଙ୍କୁଡ଼, ରବିନ୍ଦ୍ର କୁମାର ନାୟକ, ସଂଯୋଜକ ସୁଦୀପ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଥମେ ବରିଷ୍ଠ ନାଟ୍ୟକାର ଡ. ନୃସିଂହାନନ୍ଦ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଚିରଞ୍ଜିତ ରାଜଗୁରୁ ଓ ଯୁବ ବାଦ୍ୟଶିଳ୍ପୀ ପିଣ୍ଟୁ ମହାପାତ୍ରଙ୍କ ଅକାଳ ବିୟୋଗ ଯୋଗୁଁ ତାଙ୍କର ଆତ୍ମାର ସଦ୍‌ଗତି ପାଇଁ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ତଥା
ସମାଜସେବୀ ଦେବେଶ୍ ସାମନ୍ତରାୟଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏନ୍. ରାଜେନ୍ଦ୍ର ନାରାୟଣ ଆୟେଙ୍ଗାର,ସୁଦୀପ୍ ସାହୁ, ନବକିଶୋର ମହାପାତ୍ର, ଡ. ମିରା ପଣ୍ଡା, ପିତାମ୍ବର ଗୌଡ଼, ମନ୍ମଥ ପାତ୍ର, ଅଶ୍ବିନୀ ମହାପାତ୍ର,ଅନୁରାଧା ସାହୁ, ବେବୀ ହାଲ୍ଦାର, ରବିନାରାୟଣ ଆଚାର୍ଯ୍ୟ, ଏନ୍. ମମତା, ରାଜେନ୍ଦ୍ର, ସସ୍ମିତା ପାତ୍ର ପ୍ରମୁଖ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟ ଓ ସାଂସ୍କୃତିକ ଅନୁଷ୍ଠାନର
ଶିଳ୍ପୀମାନେ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରିଥିଲେ । ଅରୁଣ ଶତପଥୀ, କୈଳାସଚନ୍ଦ୍ର ପାଣିଗ୍ରାହୀ, ମିତା ନାୟକ, ଲିଲି ମହାରଣା, ନଳିନୀ ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଡ.ମିହିର କୁମାର ତ୍ରିପାଠୀ ଓ ରଶ୍ମିତା ଦଳେଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

LEAVE A REPLY

Please enter your comment!
Please enter your name here