ତପ୍ତପାଣିରେ ବିଜେପି ଘୁମୁସର ସାଂଗଠନିକ ଜିଲ୍ଲା ଷଷ୍ଠ କାର୍ଯ୍ୟକାରିଣୀ ବୈଠକ :

0
146

ବ୍ରହ୍ମପୁର , ୨୮/୦୧/୨୦୨୩: ରାଜ୍ୟ ବିଜେପିର ନିର୍ଦ୍ଧେଶ ପ୍ରକାରେ ଗଞ୍ଜାମ ଜିଲ୍ଲା ଘୁମୁସର ବିଜେପି ସାଙ୍ଗଠନିକ ଜିଲ୍ଲାର ଷଷ୍ଠ କାର୍ଯ୍ୟକାରିଣୀ ବୈଠକ ଆଜି ସାନଖେମୁଣ୍ଡିର ତପ୍ତପାଣି ପାନ୍ଥନିବାସ ବୈଠକ ଗୃହରେ ଅନୁଷ୍ଠିତ ହୋଇ ଯାଇଛି । ଘୁମୁସର ଜିଲ୍ଲା ବିଜେପି ସଭାପତି ଗୋକୁଳାନନ୍ଦ ମଲିକଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ତଥା ରାଜ୍ୟ ସ୍ତରର ବହୁ ଦଳୀୟ ବ୍ୟକ୍ତିତ୍ଵ ଯୋଗଦେଇ ଦଳକୁ ସୁଦୃଢ଼ୀକରଣ ପାଇଁ ସଂଗଠନକୁ ତୃଣମୂଳ ସ୍ତରରେ ରହିଥିବା ଶକ୍ତିକେନ୍ଦ୍ର ସହ ଯୋଡ଼ି ହେବାକୁ ଆହ୍ଵାନ ଦିଆଯାଇଥିଲା । ସାଧାରଣ ନିର୍ବାଚନ ପ୍ରାକ୍ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇ ମଣ୍ଡଳ ସ୍ତରରେ କର୍ମୀଙ୍କୁ ସଜାଗର ବାର୍ତ୍ତା ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ , ରାଜ୍ୟ କାର୍ଯ୍ୟକର୍ତ୍ତା ମହେଶ ମହାନ୍ତି ,ଅରୁଣ ପଣ୍ଡା ,ଶିଶିର ମିଶ୍ରଙ୍କ ସହ ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ , ରଞ୍ଜନ ପଲାଇ, ବିଜୟ କୁମାର ସ୍ବାଇଁ , ପ୍ରଦ୍ୟୁମ୍ନ ନାୟକ ,ପ୍ରଦୀପ କୁମାର ପତ୍ରୀ ପ୍ରମୁଖ ମଞ୍ଚାଷୀନ ରହି ଉପସ୍ଥିତ ଘୁମୁସର ଜିଲ୍ଲାର ୫୯ ଗୋଟି ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ପ୍ରକ୍ ନିର୍ବାଚନ ଗତିବିଧିକୁ ଦୃଷ୍ଟିରେ ରଖି ୱାର୍ଡ ଠାରୁ ମଣ୍ଡଳ ପର୍ଯ୍ୟନ୍ତ ସଂଗଠନକୁ କ୍ରିୟାଶୀଳ କରିବାକୁ ଆହ୍ଵାନ ଦେଇଥିଲେ । ସଂପ୍ରତି ବିଶ୍ଵର ଏକ ମାତ୍ର ଦଳ ଭାବେ ନିରବଚ୍ଛିନ୍ନ ବିଜୟ ହାସଲ କରୁଥିବା ଜାତୀୟ ଦଳ ଭାରତୀୟ ଜନତା ପାର୍ଟି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଶ୍ୱଗୁରୁ ଆଖ୍ୟାକୁ ପ୍ରତିପାଦିତ କରୁଥିଲା ବେଳେ ଓଡ଼ିଶାରେ ବିରୋଧୀ ଦଳ ଆସନରେ ରହିଛି । କେନ୍ଦ୍ର ସରକାରଙ୍କ ଅନୁଦାନ ହଡପକାରୀ ଭାବରେ ରାଜ୍ୟ ବିଜେଡି ବିକାଶ ନାଁରେ ନିର୍ଦ୍ଧୁମ ଦୁର୍ନୀତି କରୁଥିବା ନେଇ ଉପସ୍ଥିତ ରାଜ୍ୟ କର୍ମକର୍ତ୍ତା ଏହାର ପ୍ରତିରୋଧ ପାଇଁ ନିରନ୍ତର ବିକ୍ଷୋଭ ,ଗଣ ବିରୋଧର ସ୍ବରକୁ ତୀବ୍ର କରାଇବାକୁ ଗୁରୁମନ୍ତ୍ର ଦେଇଥିଲେ । ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ସମୟ ପାଖେଇ ଆସୁଥିବାରୁ ୱାର୍ଡ ସ୍ତରୀୟ ଶକ୍ତି କେନ୍ଦ୍ର ପ୍ରମୁଖଙ୍କ ଠାରୁ ମଣ୍ଡଳ ମୋର୍ଚ୍ଚା ପର୍ଯ୍ୟନ୍ତ ସମନ୍ୱୟ ରକ୍ଷା ସହିତ ରାଜ୍ୟ ସରକାରଙ୍କ ଆବାସ ଯୋଜନା , ସାମାଜିକ ନିରାପତ୍ତା ଭତ୍ତା, କୃଷି ଓ କୃଷକ ସଶକ୍ତିକରଣ ଯୋଜନା , ବେକାରୀ ସମସ୍ୟା ନେଇ ଭୋଟରଙ୍କୁ ସଚେତନା କରାଇବାକୁ ଅନୁପ୍ରାଣିତ କରିଥିଲେ । ବରିଷ୍ଠ ଦଳୀୟ ବ୍ୟକ୍ତିତ୍ଵ ତଥା ମୋର୍ଚ୍ଚା ସଭାପତି ଗଦାଧର ସ୍ୱାଇଁ , ଗନ୍ଧମାର୍ଦନ ସେଠୀ ,ଦେବରାଜ ମଲିକ ପ୍ରମୁଖଙ୍କ ସହ ଗୋପାଳକୃଷ୍ଣ ଗୌଡ଼ , ବିନାୟକ ତ୍ରିପାଠୀ ,ପ୍ରତାପ ନାୟକ , ଜୟନ୍ତୀ ପଢ଼ିଆରୀ ନାରାୟଣ ବେହେରାଙ୍କ ସହ ସମସ୍ତ ମଣ୍ଡଳ ସଭାପତି ,ମଣ୍ଡଳ ପ୍ରଭାରୀ ,ଦଳୀୟ ସରପଞ୍ଚ ଓ ସମିତି ସଭ୍ୟ ଏହି କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here