ବୁଦ୍ଧଖୋଲ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା : ଅସୀମାଙ୍କ ସ୍ବରରେ ତାଳଦେଇ ନାଚି ଉଠିଲେ ଦର୍ଶକ

0
148

ବୁଗୁଡ଼ା, ୨୯/୦୧/୨୦୨୩: ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତଥା ଐତିହାସିକ ଶୈବପୀଠ ବୁଦ୍ଧଖୋଲର ପାଦଦେଶରେ ଆୟୋଜିତ ତ୍ରିଦିବସୀୟ ବୁଦ୍ଧଖୋଲ ମହୋତ୍ସବର ଦ୍ଵିତୀୟ ଦିବସ କାର୍ଯ୍ୟକ୍ରମ ବର୍ଣ୍ଣାଢ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ବୁଦ୍ଧଖୋଲ ଉନ୍ନୟନ ସମିତିର ଉପସଭାପତି ଏ.ଚନ୍ଦନ ଚର୍ଚ୍ଚିତ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହୋତ୍ସବକୁ ଆସିକା ସାଂସଦ ପ୍ରମିଳା ବିଷୋୟୀ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲ୍ଲୀପ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ଦକ୍ଷିଣ ଘୁମୁସର ବନଖଣ୍ଡ ସହକାରୀ ଅଧିକାରୀ ପ୍ରଭାକର ନାୟକ, ଓଡିଶା ମୋ ପରିବାରର ରାଜ୍ୟ ସମ୍ପାଦକ ନୀଳମଣି ପଟ୍ଟନାୟକ, ବିଡିଓ ବାସୁଦେବ ନାୟକ, ତହସିଲଦାର ସଂଗ୍ରାମ କେଶରୀ ଜେନା, ଆଇଆଇସି ଚିତ୍ତରଞ୍ଜନ ବେହେରା, ଅଗ୍ନିଶମ ଅଧିକାରୀ ସଞ୍ଜୟ ରାଉତ, ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର , ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରି ଓ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ, କବିରାଜ ଗୌଡ, ସୁଧାଂଶୁ ଶେଖର ପାଢ଼ୀ, କେ.ନୀଳମାଧବ ଆଚାରି, ବିଚିତ୍ର ନନ୍ଦ, ବସନ୍ତ ଦଳେଇଙ୍କ ସମେତ ବହୁ ବ୍ୟକ୍ତି ଯୋଗ ଦେଇଥିଲେ । ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ ସରକାରୀ ଓ ବେସରକାରୀ ସ୍ତରରେ ଉତ୍ତମ କର୍ତ୍ତବ୍ୟ ସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ପ୍ରସନ୍ନ କୁମାର ଦାଶଙ୍କ ରଚିତ କବିତା ପୁସ୍ତକ “ଅଭିଳାଷ” ଉନ୍ମୋଚିତ ହୋଇଥିଲା ।ଭୁବନେଶ୍ୱରରୁ ଆସିଥିବା ସୁଖ୍ଯାତି ସମ୍ପନ୍ନା ଗାୟିକା ଅସୀମା ପଣ୍ଡାଙ୍କ ଗୀତ ସ୍ବରରେ ତାଳ ଦେଇ ନାଚି ଉଠିଥିଲେ ଦର୍ଶକ, ସେହିପରି ଓଡିଶା ପଲିଟିକାଲ୍ ସର୍କସର ବ୍ଯଙ୍ଗ ଅଭିନେତା ରବିନ୍ଦ୍ର ରାଉତ, ବିଭୂ ମିଶ୍ର ଓ ବୋଲଗଡ଼ ଏକ୍ସପ୍ରେସ ବ୍ରଜ ସୁବୁଦ୍ଧିଙ୍କ କୌତୁକିଆ କଥା ଶୁଣି ହସର ଲହରୀରେ ଦେଖାଯାଇଥିଲା। ଏଥି ସହ କରଚୁଲି କପିଳେଶ୍ଵର ନାଟ୍ଯ ସଂସଦର ଦାସକାଠିଆ , ଖୋଳଖାଳି ବ୍ରାହ୍ମଣୀ ଦେବୀ ନାଟ୍ଯ କଳା ପରିଷଦର ଭାରତଲୀଳା , ଗୋଲିଆର କୃଷ୍ଣଲୀଳା , କତକଲାର ନାମ ସଂକୀର୍ତ୍ତିନ, ଛତ୍ରପୁର ସାଈଶ୍ରୀ ନୃତ୍ୟ ଏକାଡେମୀର ସମ୍ବଲପୁରୀ ନୃତ୍ୟ , ମାଲକାନଗିରି କୋୟା ଡ୍ଯାନ୍ସ ଗ୍ରୁପର ତେମସା ନୃତ୍ୟ , କେନ୍ଦ୍ରାପଡା ଭକ୍ତି ଆଳାପର ଭଜନ ସାଙ୍ଗକୁ ପୁରୀର ଆଦିତ୍ୟ ଡ୍ଯାନ୍ସ ଗ୍ରୁପ୍, ବ୍ରହ୍ମପୁରର ରେଡ୍ ଷ୍ଟାର ଏକାଡେମୀ ଓ ଅଙ୍ଗହାର ଡ୍ଯାନ୍ସ ଗ୍ରୁପ୍ ଏବଂ ବ୍ରହ୍ମପୁର ପିହୁ ନୃତ୍ୟ, ବୁଗୁଡ଼ାର ରୟାଲ୍ ଡ୍ଯାନ୍ସ ଗ୍ରୁପ୍ ଓ ପ୍ରଜ୍ଞା ନୃତ୍ଯାୟନ, ବିବିସି ଡ୍ଯାନ୍ସ ଗ୍ରୁପର ନୃତ୍ୟ ଏବଂ ତାଳସାକର ମହାମାୟୀ ହାଇସ୍କୁଲ, ଗୋଲିଆ ଆଦର୍ଶ ବିଦ୍ୟାଳୟ, ବାଲିପଦର ଅହଲ୍ୟାଦେବୀ ମହିଳା ମହାବିଦ୍ୟାଳୟ, ବୁଗୁଡ଼ା ଶୋଭନୀୟ ପବ୍ଲିକ୍ ସ୍କୁଲ ଆଦି ଶିକ୍ଷାନୁଷ୍ଠାନର ନୃତ୍ୟକୁ ଦର୍ଶକ ମନ ଭରି ଉପଭୋଗ କରିଥିଲେ। ଉତ୍ସବରେ ଉପସ୍ଥାପିକା ଭାବେ ଲୋରିଆ ଯୋଗ ଦେଇ ସାସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବୁଦ୍ଧଖୋଲ ଉନ୍ନୟନ ସମିତିର ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ଅତିଥି ପରିଚୟ ଓ ଧନ୍ଯବାଦ ଅର୍ପଣ କରିଥିଲେ ।ଦ୍ୱିତୀୟ ସନ୍ଧ୍ୟାର କାର୍ଯ୍ୟକ୍ରମ ଦେଖିବାପାଇଁ ହଜାର ହଜାର ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିବା ବେଳେ ବୁଦ୍ଧଖୋଲ ମହୋତ୍ସବ ଉନ୍ନୟନ କମିଟି ସଦସ୍ୟ ଓ ସ୍ଥାନୀୟ ପୋଲିସ ପ୍ରଶାସନ ଉପସ୍ଥିତ ରହି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here