ଅତର୍କିତ ଧରପଗଡରେ ହୋଣ୍ଡା ଆକ୍ଟିଭାରୁ ପ୍ରାୟ ୪୩ କେଜି ଗଞ୍ଜେଇ ସହ ଦୁଇ ଜଣଙ୍କୁ ଗିରଫ କଲା ଦିଗପହଣ୍ଡି ପୋଲିସ ।

0
232

ଦିଗପହଣ୍ଡି ,୩୧/୦୧/୨୦୨୩ : ବ୍ରହ୍ମପୁର ପୋଲିସ ଜିଲ୍ଲା ଦିଗପହଣ୍ଡି ଥାନା ଅଞ୍ଚଳ ଡେଙ୍ଗାଉସ୍ତା – ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଦିଗପହଣ୍ଡି ପୋଲିସ ପକ୍ଷରୁ ଅତର୍କିତ ଚଢାଉ କରାଯାଇ ଏକ ହୋଣ୍ଡା ଆକ୍ଟିଭା ବାଇକ୍ ଦ୍ଵାରା ଚାଲାଣ କରାଯାଉଥିବା ବିପୁଳ ପରିମାଣର ଗଞ୍ଜେଇକୁ ଜବତ କରାଯାଇଛି । ତପ୍ତପାଣି – ବ୍ରହ୍ମପୁର ରାସ୍ତାରେ ପ୍ରତ୍ୟହ ବିଭିନ୍ନ ତରିକାରେ ମାଫିଆଙ୍କ ଦ୍ଵାରା ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଆଜି ଦିଗପହଣ୍ଡି ଥାନାର ଅତର୍କିତ ଧରପଗଡରେ ପୋଲିସକୁ ସଫଳତା ମିଳିଛି । ମିଳିଥିବା ସୂଚନା ପ୍ରକାରେ ଦିଗପହଣ୍ଡି ଥାନା ଅଧିକାରୀ ଦିପ୍ତିରଞ୍ଜନ ବେହେରାଙ୍କ ସଂଗୃହିତ ଭରସା ଯୋଗ୍ୟ ଖବର କ୍ରମରେ ଏସ ଆଇ ଗୌତମ ସାହୁ ସଦଳବଳେ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ନୀଳ ରଙ୍ଗର ସ୍କୁଟିକୁ ସନ୍ଦେହରେ ଅଟକାଇ ତଲାସି କରିଥିଲେ । ତଲାସି ସମୟରେ ସ୍କୁଟି ଆଗରେ ଥିବା ଏକ ବସ୍ତାକୁ ଖୋଲି ସେଥିରେ ଗଞ୍ଜେଇ ଥିବା ଦେଖିଥିଲେ । ଏହାସହ ପୋଲିସ ଟିମ ସନ୍ଦିଗ୍ଧ ୨ ଜଣ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସଫଳ ହୋଇଥିଲେ । ସନ୍ଦିଗ୍ଧ ଚଲାନକାରୀ ୨ ଜଣ ପାଟପୁର ଥାନା ଧର୍ମପୁର ଗ୍ରାମର ସିବାଲୁ ଟୁକୁନା ଦୋରା (୩୦) ପିତା ସ୍ବର୍ଗତ ଗଣି ଦୋରା ଏବଂ ଦଳବେହେରା ସନ୍ତୋଷ ଦୋରା(୩୪) ପିତା ଦଳବେହେରା ସୁଦର୍ଶନ ଦୋରା ନୂଆଁ କଂସାମାରିର ହୋଇଥିବା ଜଣାଯାଇଛି । ଉଭୟଙ୍କ ଠାରୁ ପୋଲିସ ଏକ ହୋଣ୍ଡା ଏକ୍ଟିଭା ମୋଟର ସାଇକଲ ରେଜି ନଂ- ଓଡ଼ି ୦୭ ଏବି. ୨୦୭୫ ଏବଂ ତିନୋଟି ମୋବାଇଲ ସମେତ ୪୨ କେ.ଜି. ୯୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଏ ନେଇ ଆଜି ଦିଗପହଣ୍ଡି ଥାନା ପକ୍ଷରୁ ଆୟୋଜିତ ପ୍ରେସ ବିଜ୍ଞପ୍ତି ପ୍ରକାରେ ଥାନାଧିକାରୀ ଶ୍ରୀ ବେହେରା ସୂଚନା ଦେଇଥିବା ବେଳେ ଦିଗପହଣ୍ଡି ସଂପୃକ୍ତ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ବିରୋଧରେ ଥାନା ପକ୍ଷରୁ କେଶ୍ ନଂ – ୪୫/୨୩ ପ୍ରକାରେ ମାମଲା ରୁଜୁ କରି ଆସନ୍ତା କାଲି ଉଭୟଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here