ମା’ ସରସ୍ଵତୀ ବିଦ୍ଯା ମନ୍ଦିରର ଅଷ୍ଟାଦଶ ବାର୍ଷିକ ଉତ୍ସବ

0
179

ବୁଗୁଡା, ୩୧/୦୧/୨୦୨୩ :ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଳକ, ମାଣିତରା ପଞ୍ଚାୟତ ଅନ୍ତର୍ଗତ ମାଣିତରା ମା’ ସରସ୍ବତୀ ବିଦ୍ଯା ମନ୍ଦିର ପଡିଆରେ ଶିକ୍ଷାନୁଷ୍ଠାନର ଅଷ୍ଟାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ଯା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଦିବାକର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ଯକ୍ଷା କେ.ପ୍ରିୟଦର୍ଶିନୀ ଆଚାରି ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ସରପଞ୍ଚ ପ୍ରକାଶ ଚନ୍ଦ୍ର ବେହେରା, ସମିତି ସଭ୍ଯ ଜୟଦେବ ପ୍ରଧାନ, ବିଜେଡି ଜିଲ୍ଲା ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ସମାଜସେବୀ କେ.ନୀଳମାଧବ ଆଚାରି, ମାଣିତରା ସେବା ସମବାୟ ସମିତି ସଭାପତି ବବୁଲ ନାୟକ ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ବେଲଗୁଣ୍ଠା ଶିଶୁ ବିଦ୍ଯା ଭବନ ପ୍ରଧାନ ଆଚାର୍ଯ୍ଯ ସୂର୍ଯ୍ଯନାରାୟଣ ପାତ୍ର ଏବଂ ନିମନ୍ତ୍ରିତ ଅତିଥି ରୂପେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟାଇ, ମାଣିତାର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା, ସମାଜସେବୀ ପ୍ରଫୁଲ୍ଲ କୁମାର ପଣ୍ଡା, ବିଦ୍ଯା ମନ୍ଦିରର ସଭାପତି ଜୟଦେବ ରାଉତ, ଉପସଭାପତି ସୁନୀଲ କୁମାର ପ୍ରଧାନ ଓ ଉପଦେଷ୍ଟା ସନକ କୁମାର ବିଶ୍ବାଳ ପ୍ରମୁଖ ଯୋଗଦେଇଥିଲେ। ଛାତ୍ରଛାତ୍ରୀ ବୃନ୍ଦ ଉତ୍ତମ ଶିକ୍ଷା ଓ ସଂସ୍କାର ଗ୍ରହଣ କରି ଉତ୍ତମ ନାଗରିକ ହେବାପାଇଁ ଅତିଥି ବୃନ୍ଦ ପରାମର୍ଶ ଦେଇଥିଲେ। ବେଦ ପାଠ, ଅତିଥି ବନ୍ଦନା, ଅତିଥି ପରିଚୟ ଓ ପ୍ରାରମ୍ଭିକ ସଙ୍ଗୀତ ପରେ ଶିକ୍ଷାନୁଷ୍ଠାନର ସମ୍ପାଦକ ପିତାମ୍ବର ପଣ୍ଡା ବାର୍ଷିକ ବିବରଣୀ ପଠନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତ୍ତିତ୍ୱ ହାସଲ କରିଥିବା ୬୦ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ବୃନ୍ଦଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here