ବ୍ରହ୍ମପୁର,୦୧/୦୨/୨୦୨୩:ସ୍ଥାନୀୟ ଗଞ୍ଜାମ କଳା ପରିଷଦ ଠାରେ ରାଷ୍ଟ୍ରୀୟ ନବ ନିର୍ମାଣ ପାର୍ଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ନିର୍ବାଚନ କମିଶନଙ୍କ ଦଳ ଚିହ୍ନ ପାଇଁ ଟାଳଟୁଳ ଓ ଅଯଥା ହଇରାଣ ହରକତ କରୁଥିବା ନେଇ ଅଭିଯୋଗ ଉଠାଇଛନ୍ତି ।ଦଳ ୨୦୧୪ ମସିହା ଠାରୁ ପଞ୍ଜୀକୃତ ହୋଇଥିଲେ ମଧ୍ୟ ଅଦ୍ୟାବଧି ଏହାକୁ ନିର୍ବାଚନ ସଙ୍କେତ ଦେଉ ନାହାନ୍ତି । ଏଥିପାଇଁ ଦଳ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲା । ମାନ୍ୟବର ଉଚ୍ଚ ଅଦାଲତ ଜଷ୍ଟିସ ବିଶ୍ୱନାଥ ରଥ ଙ୍କ ଇଯଲାସ ରେ ଯେହେତୁ ରାଷ୍ଟ୍ରୀୟ ନବ ନିର୍ମାଣ ପାର୍ଟି ନିର୍ବାଚନ ରେ ଭାଗ ନେବାପାଇଁ କୌଣସି ଅସୁବିଧା ନାହିଁ ତେଣୁ ଆସନ୍ତା ଏକମାସ ମଧ୍ୟରେ ନୂଆ କରି ଦରଖାସ୍ତ ଦାଖଲ କରିବେ । ନିର୍ବାଚନ କମିଶନ ଦରଖାସ୍ତ ପାଇଁ ଆବଶ୍ୟକୀୟ ସମସ୍ତ ପ୍ରମାଣ ପତ୍ର ଓ ସରକାରୀ ନିୟମ ପ୍ରକାରେ ଦରକାର କାଗଜ ପତ୍ର ଯାଞ୍ଚ କରି ପର ତିନି ମାସ ମଧ୍ୟରେ ଦଳୀୟ ସଙ୍କେତ ଯୋଗାଇ ଦେବାକୁ ଆଦେଶ ଜାରି କରିଛନ୍ତି ।ଦଳର ପ୍ରମୁଖ ଶ୍ରୀହରି ପଟ୍ଟନାୟକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ଯଦି ନିର୍ବାଚନ କମିଶନ ଦରଖାସ୍ତ ର ଉପଯୁକ୍ତ ସମୟ ରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତା ହେଲେ ଅଦାଲତ ଅବମାନନା ମାମଲା ରେ ସୁପ୍ରିମ କୋର୍ଟ ପର୍ଯ୍ୟନ୍ତ ଲଢ଼ିବେ ବୋଲି ଦଳ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଦଳ ସମ୍ପାଦକ ଦୀପକ କୁମାର ନାୟକ, ଉପସଭାପତି ସତିଶ କୁମାର ପାଢ଼ୀ, କୋଷାଧ୍ୟକ୍ଷ ସସ୍ମିତା ପଟ୍ଟନାୟକ ସମେତ ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଦଳର ଆଗାମୀ କାର୍ଯ୍ୟକ୍ରମ ଓ ସାଂଗଠନିକ ସୁଦୃଢ ନିମନ୍ତେ ଆଲୋଚନା କରିଥିଲେ ।