ମହାନଳା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ।

0
163

ସାନଖେମୁଣ୍ଡି ,୦୨/୦୨/୨୦୨୩ : ସାନଖେମୁଣ୍ଡି ବ୍ଲକ ସଦର କାର୍ଯ୍ୟାଳୟ ପରିସର ଚୁଡଙ୍ଗପୁର ପଞ୍ଚାୟତର ମହାନଳା ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଗତକାଲି ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଅଛି । ସାନଖେମୁଣ୍ଡି ବ୍ଲକ ତଥା ଜିଲ୍ଲାରେ ସରକାରୀ ବିଦ୍ୟାଳୟ ଭାବେ ନିଜର ଶିକ୍ଷାଦାନ ଶୈଳୀ ଏବଂ ଶିକ୍ଷାଦାନର ସ୍ବତନ୍ତ୍ର ଅନୁଶାସନ ପାଇଁ ପରିଚିତ ଥିବା ଏହି ବିଦ୍ୟାଳୟର ବାର୍ଷିକ ଉତ୍ସବର ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକଙ୍କ ସହ ମୁଖ୍ୟବକ୍ତା ଭାବେ ସାନଖେମୁଣ୍ଡି ତହସିଲଦାର ଡାକ୍ତର ଶ୍ରୀନିବାସ ବେହେରା ଯୋଗଦେଇଥିବା ବେଳେ ବିଶିଷ୍ଟ ନିମନ୍ତ୍ରିତ ଅତିଥି ଭାବରେ ସମାଜସେବୀ ତଥା ଶୁଭକାମନା ଚାରିଟେବଲ ତ୍ରଷ୍ଟର ଅଧ୍ୟକ୍ଷ ମନୋଜ କୁମାର ରଥ , ସମ୍ମାନୀୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷାଧିକାରୀ କୁରେଶୁ ସେଠି , ଅନୁଷ୍ଠାନର ପ୍ରାକ୍ତନ ଛାତ୍ର ତଥା ପାଟପୁର ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ୍ ପରିଚାଳକ ସନୋଜ ବିଶୋୟୀଙ୍କ ସହ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିନାୟକ ଦାଶ , ପ୍ରଧାନ ଶିକ୍ଷକ ଆକୁଳ ଚନ୍ଦ୍ର ଚୌଧୁରୀ ପ୍ରମୁଖ ମଞ୍ଚାସିନ ରହିଥିଲେ । ସ୍ଵତନ୍ତ୍ର ମଞ୍ଚ ସଜ୍ୱା ତଥା ଅନୁଷ୍ଠାନ ଶିକ୍ଷାର୍ଥୀ ଓ ଅଭିଭାବକଙ୍କ ପ୍ରବଳ ଉତ୍ସାହ ଓ ଉଦ୍ଧିପନାରେ ଆୟୋଜିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଅତିଥିଙ୍କ ଗହଣରେ ବିଡ଼ିଓ ଶ୍ରୀ ଦତ୍ତ ନାୟକ ଉଦଘାଟନ କରିବା ସହ ମଞ୍ଚ ସ୍ଥାପିତ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ ସହ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଆୟମାରମ କରିଥିଲେ । ଆରିଥିଗଣ ନିଜନିଜ ଅଭିବ୍ୟକ୍ତିରେ ଶିକ୍ଷାର୍ଥୀ ଓ ଅଭିବାବକଙ୍କୁ ନିଜ ନିଜ ଉତ୍ତର ଦାୟିତ୍ଵ ଏବଂ ସମୟ ଉପଯୋଗୀ ଚିନ୍ତାଧାରାର ଅବଲୋକନ କରାଇ ଶିକ୍ଷାର୍ଥୀଙ୍କ ବିଫଳତାକୁ ଧ୍ୟାନ ନ ଦେଇ ବିଫଳତାର ଦିଗକୁ ଅନୁଧ୍ୟାନ ସହ ପରିମାର୍ଜିତ କରାଇଲେ ଅନିବାର୍ଯ୍ୟ ସଫଳତା ଆଶା କରିବାକୁ ଅନୁପ୍ରାଣିତ କରାଇଥିଲେ ।

ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ବରିଷ୍ଠ ସାମ୍ବାଦିକ ବିନାୟକ ଦାଶଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଦାନ ଶିକ୍ଷକ ଶ୍ରୀ ଚୌଧୁରୀ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବାର୍ଷିକ କ୍ରୀଡା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ମାନପତ୍ର ଓ କପ୍ ପ୍ରଦାନ କରି ପୁରସ୍କୃତ କରିଥିଲା ବେଳେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥାମ ଚରଣରେ ବିଦ୍ୟାଳୟର ଦିବ୍ୟାଙ୍ଗ ଶିକ୍ଷୟତ୍ରୀଙ୍କ ବିଭୁ ବନ୍ଦନା ଏବଂ ସ୍ଥାନୀୟ ବିଡ଼ିଓ ଶ୍ରୀ ନାୟକଙ୍କ ଶ୍ରୀ ଜଗନ୍ନାଥଙ୍କ ଭକ୍ତିପୂତ ଶ୍ରୀ ଜଗନ୍ନାଥଙ୍କ ଭଜନ ପରିବେଷଣ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା । ଏହାସହ ବିଦ୍ୟାଳୟ କୁନି ଶିକ୍ଷାର୍ଥୀଙ୍କ ଦ୍ଵାରା ପରିବେଷିତ ଗୀତିନାଟ୍ୟ ” କାଞ୍ଚି ଅଭିଯାନ ” ଓ ସଂସ୍କାର ମୂଳକ କ୍ଷୁଦ୍ର ନାଟକ” ସୁନା କନିଆଁ ” ଦର୍ଶକଙ୍କ ମନରେ ଶିହରଣ ସୃଷ୍ଟି କରିବା ସହିତ ସମ୍ପାଦିତ ଗ୍ରୁପ ଡାନ୍ସ ଚିତ୍ତାକର୍ଷକ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ଅଭିଭାବକ ମଣ୍ଡଳୀ ପରିଚାଳନା ଗତ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here