ଗୋଡ଼େଇଲା ପାଟପୁର ଥାନା , ମୌଲାଭଞ୍ଜାରୁ ଧରିଲା ଦିଗପହଣ୍ଡି ପୋଲିସ : ଧରପଗଡରେ ପ୍ରାୟ ୨୩ କେଜି ଗଞ୍ଜେଇ ସହ ମହିଳା ୱାର୍ଡ ମେମ୍ବର ଅଟକ ।

0
277

ବ୍ରହ୍ମପୁର , ୦୩/୦୨/୨୦୨୩ : ଜିଲ୍ଲା ସୀମାନ୍ତ ପାଟପୁର ଥାନା ଅଂଚଳରେ ଆଜି ଜନୈକା ମହିଳା ଅବୈଧ ଗଞ୍ଜେଇ ଚାଲାଣ କରୁଥିବା ସୂଚନା ପାଇ ପାଟପୁର ଥାନା ପକ୍ଷରୁ ପିଛା କରୁଥିବା ବେଳେ ସନ୍ଦିଗ୍ଧ ମହିଳାଙ୍କୁ ଦିଗପହଣ୍ଡି ଥାନା ପୋଲିସ ଡେଙ୍ଗାଉସ୍ତା – ଦିଗପହଣ୍ଡି ରାସ୍ତା ମୌଲଭଞ୍ଜା ବସଷ୍ଟାଣ୍ଡରୁ ଜିମାରେ ନେଇଅଛି । ଦିଗପହଣ୍ଡି ଥାନା ପୋଲିସ ପକ୍ଷରୁ ଶୁକ୍ରବାର ଅପରାହ୍ନ ସାଢ଼େ ୧୨ ଟା ବେଳେ ସନ୍ଦିଗ୍ଧ ମହିଳା ସିଙ୍ଗିପୁର ଗ୍ରାମ ଚଂପାସାହିର ଧୋବଣୀ ଦୋରାଙ୍କୁ ତଲାସୀ କରି ଧରିଥିବା ବେଳେ ତାଙ୍କ ବ୍ୟାଗରୁ ସାନଖେମୁଣ୍ଡି ତାହସିଦାର ତଥା ନିର୍ବାହୀ ମାଜିଷ୍ଟ୍ରେଟ ଡା, ଶ୍ରୀନିବାସ ବେହେରାଙ୍କ ଉପସ୍ଥିତିରେ ମୋଟ ୨୨ କେଜି ୯୬୦ ଗ୍ରାମ ଅବୈଧ ଗଞ୍ଜେଇ ଜବତ କରି ସଂପୃକ୍ତ ମହିଳାଙ୍କୁ ଅଟକ ରଖିଛି । ସୂଚନା ପ୍ରକାରେ ମୌଳାଭଣଜା ଛକ ନିକଟରେ ମହିଳା ଜଣକ ଗଞ୍ଜେଇ ଭର୍ତି ବ୍ୟାଗ ଧରି ଚାଲାଣ ପାଇଁ ଅପେକ୍ଷାରେ ରହିଥିଲେ । ଖବର ପାଇ ଦିଗପହଣ୍ଡି ପୋଲିସ ଘଟଣା ସ୍ଥଳରେ ପହଁଚି ତାଙ୍କ ବ୍ୟାଗ୍ ଯାଞ୍ଚ କରି ଗଞ୍ଜେଇ ସହ ମହିଳାଙ୍କୁ ଆଣି ଥାନାରେ ରଖି ତଦନ୍ତ କରୁଥିବା ଥାନା ପକ୍ଷରୁ ସୂଚନା ମିଳିଛି । ଅନ୍ୟ ସୁତ୍ର ଖବର ପ୍ରକାରେ ସଂପୃକ୍ତ ମହିଳା ଜଣକ ସିଙ୍ଗିପୁର ଗ୍ରାମପଞ୍ଚାୟତ ନିର୍ବାଚନରେ ୱାର୍ଡ ନଂ – ୩ ରେ ଶାସକ ଦଳ ସପକ୍ଷରେ ପ୍ରତିଦ୍ବନ୍ଦିତା କରି ସର୍ବାଧିକ ଭୋଟ ପାଇ ନିର୍ବାଚିତ ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here