ଦଣ୍ଡକାଳୀ ମନ୍ଦିର ଜିର୍ଣ୍ଣୋଧାର ପ୍ରାସାଦ ଓ ତୋରଣ ପ୍ରତିଷ୍ଠା ଉତ୍ସବ ଉଦଯାପିତ

0
133

ବ୍ରହ୍ମପୁର,୦୩/୦୨/୨୦୨୩: ସ୍ଥାନୀୟ ପାଣିଗ୍ରାହୀପେଣ୍ଠ ସ୍ଥିତ ଶ୍ରୀଶ୍ରୀଶ୍ରୀ ବିଶ୍ୱେଶ୍ୱର ଓ ମା ଦଣ୍ଡକାଳୀଙ୍କ ଜିର୍ଣ୍ଣୋଧାର ପ୍ରାସାଦ ଓ ତୋରଣ ପ୍ରତିଷ୍ଠା ଉତ୍ସବ ଉଦଯାପିତ ହୋଇଯାଇଛି । ଦୀର୍ଘ ସାତ ଦିନ ଧରି ଏହି ପ୍ରତିଷ୍ଠା ମହା ଆଡମ୍ବରରେ ପାଳିତ ହୋଇଥିଲା । ପ୍ରଥମ ଦିନରେ ୧ ହଜାର ମହିଳାଙ୍କ ସମେତ ତିନି ହଜାରରୁ ଉର୍ଦ୍ଧ ଲୋକ ବିରାଟ ପଟୁଆରର ସହକାରେ କଳସ ଯାତ୍ରା ପୂର୍ବକ ଏହି ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଥିଲା । ସେହିପରି ପ୍ରତିଦିନ ୧୫ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯାଇଥିଲା । ପଣ୍ଡିତ ଶ୍ରୀ ବୃନ୍ଦାବନ ଶତପଥି, ପଣ୍ଡିତ ଶ୍ରୀ ଗୋପାଳ ଚନ୍ଦ୍ର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ପାଞ୍ଚଦିନ ବ୍ୟାପୀ ମହାଯଜ୍ଞ ଅନୁଷ୍ଠିତ ହୋଇଥିଲା । ସେହିପରି ମନ୍ଦିର କମିଟି ପକ୍ଷରୁ ୨୪ ପ୍ରହର ନାମଯଜ୍ଞର ଅନୁଷ୍ଠିତ କରିବା ସହିତ ବିଶ୍ୱଶାନ୍ତି ପାଇଁ ପୂଜାର୍ଚ୍ଚନା ଜାରି ରହିଥିଲା । ପ୍ରତିଦିନ ସକାଳ ସମୟରୁ ଷଡାଙ୍ଗ କର୍ମ, ସୂର୍ଯ୍ୟ ପୂଜା, ଗୋପୂଜା, ଶାଳାଙ୍ଗ ଦେବତା ପୂଜା, ରୁଦ୍ରାଭିଷେକ, ଚଣ୍ଡୀପାଠ, ସନ୍ଧ୍ୟା ଆଳତି ସହିତ ରିତିନିତି ଅନୁଯାୟୀ ପୂଜାର୍ଚ୍ଚନା ଜାରି ରହିଥିଲା । ଆଜି ପାର୍ଶ ଦେବତା ପୂଜା, ତ୍ରିଶୂଳ ଓ ଧ୍ୱଜ ନଗର ଭ୍ରମଣ ପୂର୍ବକ ସ୍ଥାପନ ଓ ପୂର୍ଣ୍ଣାହୃତୀ ହୋଇଥିଲା । ଏହି ସପ୍ତଦିନ ବ୍ୟାପି ବହୁ ଦୂର ଦୂରାନ୍ତରୁ ଭକ୍ତ ମାନଙ୍କ ଆଗମନ ହୋଇଥିବା ବେଳେ ପ୍ରସାଦ ସେବନ ସହିତ ସେମାନଙ୍କ ପାଇଁ ପିଲା ମାନଙ୍କ ପାଇଁ ବିଭିନ୍ନ ଦୋଳି ଓ ମିନା ବଜାର କମିଟି ପକ୍ଷରୁ ଆୟୋଜନ କରାଯାଇଥିଲା । ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପୋଲିସ ପ୍ରଶାସନ, ସ୍ଥାନୀୟ ବାସିନ୍ଧାଙ୍କ ପକ୍ଷରୁ ବହୁତ ସହଯୋଗ ମିଳିଥିଲା । ଏଥି ନିମନ୍ତେ ସମସ୍ତଙ୍କୁ ଯଜ୍ଞ କମିଟି ସଭାପତି ତଥା ବିଧାୟକ ବିକ୍ରମ ପଣ୍ଡା, ମନ୍ଦିର କମିଟି ସଭାପତି ଦଣ୍ଡପାଣୀ ସାହୁ, ସମ୍ପାଦକ ମଧୂ ସୂଦନ ଆଚାର୍ଯ୍ୟ, ଉପ ସଭାପତି ରୋଶନ ସାହୁ, ସହ ସମ୍ପାଦକ ଶିବରାମ ମହାରଣା, କୋଷାଧକ୍ଷ ବିପିନ ଆଚାର୍ଯ୍ୟ, ଉପଦେଷ୍ଟା ଭୀମସେନ ଦଲାଇ, ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି, ପୂର୍ବତନ କର୍ପୋରେଟର ରାକେଶ ସାହୁ, ଦେବରାଜ ଲେଙ୍କା, ସୁରେନ୍ଦ୍ର ପାତ୍ର, ଭୃଗିରାମ ପଣ୍ଡା, କାହ୍ନୁ ଚରଣ ଲେଙ୍କାଙ୍କ ସମେତ ସମସ୍ତ କମିଟି ସଦସ୍ୟଙ୍କ ପକ୍ଷରୁ ସାଧୁବାଦ ଜ୍ଞାପନ କରାଯାଇଛି ।

LEAVE A REPLY

Please enter your comment!
Please enter your name here