ଦିଗପହଣ୍ଡି, ୦୩/୦୨/୨୦୨୩: ବ୍ରହ୍ମପୁର ପୋଲିସ ଜିଲ୍ଲା କେ ନୂଆଁ ଗାଁ ଥନା ଅଧୀନ ନୂଆପଡା ଫାଣ୍ଡି ଅଧିକାରୀଙ୍କ ଇଲାକାରେ ବେଆଇନ ମଦ ବିକ୍ରି ଓ ଜୁଆ ଖେଳ ସାଙ୍ଗକୁ ଅପରାଧ ଥମିବାର ନାଁ ନେଉନଥିବା ବେଳେ ବଜାର ରାସ୍ତା ଗଳିରେ ଥିବା ହୋଟେଲ, ଫାଷ୍ଟଫୁଡ଼ , ରାସନ ଦୋକାନ ଏପରିକି ପାନ ଦୋକାନରେ ବି ଖୁଲାମଖୁଲା ମଦ ବିକ୍ରି ହେଉଛି ।. ମୁଖ୍ୟତଃ ଚାନ୍ଦପୁର , ନୂଆପଡା , ଗୌଡ଼ଗାଁ , ଦାଉଣୀ , ଚୌଧୁରୀ ଟିକରପଡା , ବନମାଳୀ , ନାରାୟଣପୁର ଆଦି ଅଞ୍ଚଳରେ ବହୁଳ ପରିମାଣରେ ଏହି ଅବୈଧ ମଦ ବିକ୍ରି ହେଉଛି । ଏହା ସହ ଫାଣ୍ଡି ଅଧୀନରେ ଥିବା ଡଭାର , ନୂଆପଡା , ଚୌଧୁରୀ ଟିକରପଡା ଆଦି ଅଞ୍ଚଳରେ ରୀତିମତ ବିନଦାସ୍ ଜୁଆ ଆଡ୍ଡା ଚାଲିଛି । ଏହା ବାଦ ଫାଣ୍ଡି ଅଞ୍ଚଳରେ ଆସୁଥିବା ବାହୁଦା ନଦୀର ଅଘୋଷିତ ବାଲି ସୈରାତ ଗୁଡ଼ିକରୁ ସ୍ଥାନୀୟ ମାଫିଆଙ୍କ ସହାୟତାରେ ବିପୁଳ ପରିମାଣର ଅବୈଧ ବାଲି ଜେସିବି ଲଗାଇ ଭାରୀ ଯାନ ଦ୍ଵାରା ରାତାରାତି ଫାଣ୍ଡି ନିଶ ତଳେ ଆନ୍ଧ୍ର ଚାଲାଣ ହେଉଥିବା ବେଳେ ଫାଣ୍ଡି ଅଧିକାରୀ ଏସବୁକୁ ଆଢ଼ୁଆଳରେ ରଖିଥିବା ସାଧାରଣ ଘଟଣା ହୋଇଅଛି । ପରନ୍ତୁ ନିଜ କର୍ତ୍ତବ୍ୟନିଷ୍ଠତା ଏବଂ ଉତ୍ତର ଦାୟିତ୍ଵ ବାହାରେ ରହି ଖଣି ଓ ଇସ୍ପାତ ବିଭାଗ ଅଧୀନରେ ରହିଥିବା ପ୍ରକ୍ରିୟା ଗତ ବ୍ୟବସ୍ଥା ବାହାରେ ରହି ନିଜର ହାକିମାତି ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି । ଅବୈଧ ବାଲି ଓ ପଥର ମାଫିଆଙ୍କ ଲୋଲୁପ ଦୃଷ୍ଟି. ରହିଥିବା ଇଲାକାରେ ବେଆଇନ ବାଲି ଓ ପଥର ବେପାର ହେଉଥିବା ବେଳେ ନୂଆପଡା ଫାଣ୍ଡି ଅଧିକାରୀଙ୍କ ନିରବତାକୁ ନେଇ ସଂଶୟ ରହିଛି । ପରନ୍ତୁ ସଂପୃକ୍ତ ଅଧିକାରୀ ପ୍ରତି ଗାଡି ମାଲିକଙ୍କ ଠାରୁ ବଟି ଆଦାୟ କରାଉଥିବା ନେଇ ଆଲୋଚନା ଜୋର୍ ଧରିଛି । ଅନ୍ୟ ପକ୍ଷରେ ଗ୍ରାମାଞ୍ଚଳ ବିକାଶ ପାଇଁ ରହିଥିବା ସରକାରଙ୍କ ଯୋଜନାର ସଫଳତା ପାଇଁ ଦରକାର ଥିବା ଲଘୁ ଖଣିଜ ପଦାର୍ଥର ଚାଲାଣ ନେଇ ରହିଥିବା ଆବଶ୍ୟକୀୟ ରସିଦ ଥାଇ ମଧ୍ୟ ଜନୈକ ଟ୍ରାକ୍ଟର ମାଲିକଙ୍କ ବାଲି ବୋଝେଇ ଟ୍ରାକ୍ଟରକୁ ଫାଣ୍ଡିକୁ ନେଇ ” ତ ଲେଖା ବୁଝିବା ” ଉକ୍ତି ଏବଂ ଗାଡ଼ି ଡ୍ରାଇଭର ମାନଙ୍କୁ ତୁ ,ତା ,ବେ ,ବା ଭଳି ଭାଷା ପ୍ରୟୋଗ କରି ଖରାପ ବ୍ୟବହାର କରି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଗୁତାଵାଲାର ମାବାଇଲ ନଂ ମାଗିବା , ‘ ଗୂତାଦାର ଆମ କଥା କିଛି ବୁଝୁନି ‘ ବୋଲି ଧମକ ଦିଆଯାଉଥିବା ନେଇ କିଛି ଟ୍ରାକ୍ଟର ମାଲିକ ଅଭିଯୋଗ କରିଛନ୍ତି । ଏ ନେଇ ସଂପୃକ୍ତ ଫାଣ୍ଡି ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ସେମିତି କିଛି ହୋଇନଥିବା ପ୍ରତିକ୍ରୀୟା ରଖିଛନ୍ତି । ପରନ୍ତୁ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ତଥା ଜିଲ୍ଲା ଇସ୍ପାତ ଓ ଖଣି କାର୍ଯ୍ୟାଳୟ ସହ ସ୍ଥାନୀୟ ତହସିଲଦାର ପ୍ରମୁଖ ଏହାର ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।