ଜାତୀୟ ଟାଇକୋଣ୍ଡା ଓ ପୁମସେ ପ୍ରତିଯୋଗିତା ରେ ଚମକିଲେ କନିସି ଅଞ୍ଚଳ ର ସୌମ୍ୟ ପ୍ରତାପ ନାୟକ

0
147

ବ୍ରହ୍ମପୁର,୦୪/୦୨/୨୦୨୩: ସ୍ଥାନୀୟ ଜାଗୁଆର ମାର୍ସଲ ଏକାଡେମୀ ରେ ପ୍ରଶିକ୍ଷଣ ନେଉଥିବା କନିସି ହାଟ ନିବାସୀ ଜିତେନ୍ଦ୍ର ନାୟକ ଙ୍କ ପୁତ୍ର ସୌମ୍ୟ ପ୍ରତାପ ନାୟକ ଉତ୍ତର ପ୍ରଦେଶ ର ବରେଲି ଠାରେ ଆୟୋଜିତ ହୋଇଯାଇଥିବା ଜାତୀୟ ସ୍ତର ଟାଇକୋଣ୍ଡ ଏବଂ ପୁମସେ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ରୌପ୍ୟ ପଦକ ହାସଲ କରି ନିଜ ଜିଲ୍ଲା ଗଞ୍ଜାମ ସହ ନିଜ ଅଞ୍ଚଳ ପାଇଁ ସୁନାମ ଅର୍ଜନ ଆଣିବାରେ ସଫଳ ହୋଇଛନ୍ତି।ଏହା ସହ ମିଳିତ ଭାବେ ଖେଳା ଯାଇଥିବା ପୁମସେ ରେ ବି ନିଜର ସହ ଖେଳାଳି ଅଙ୍କିତା ପାତ୍ର ଙ୍କ ସହ ମିଶି ସେ ରୌପ୍ୟ ପଦକ ହାସଲ କରିଥିବା ଜଣାପଡିଛି। ଉତ୍ତର ପ୍ରଦେଶ ର ବରେଲି ଠାରେ ଆୟୋଜନ ହୋଇଥିବା ଏହି ପ୍ରତିଯୋଗିତା ରେ ସୌମ୍ୟ ଏହି କୃତିତ୍ୱ ହାସଲ କରିଛନ୍ତି।ସର୍ବ ଭାରତୀୟ ଟାଇକୋଣ୍ଡ ସଙ୍ଘ ଓ ଉତ୍ତର ପ୍ରଦେଶ ଟାଇକୋଣ୍ଡ ସଙ୍ଘ ର ମିଳିତ ଆନୁକୂଲ୍ୟରେ ଏହା ଅନୁଷ୍ଠିତ ହୋଇ ଥିଲା।ଏହା ପୂର୍ବରୁ ସୌମ୍ୟ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଭାଗ ନେଇ ସ୍ବର୍ଣ୍ଣ ପଦକ ଅର୍ଜନ କରିଥିବାରୁ ସେ ଜାତୀୟ ସ୍ତର କୁ ମନୋନୀତ ହୋଇ ଥିବା ସୂତ୍ରରୁ ଜଣା ପଡିଛି।ଆଗକୁ ସେ ଅନ୍ତର୍ଜାତୀୟ ସ୍ତର ରେ ଖେଳି ସୁନାମ ଅର୍ଜନ କରିବା ସହ ଅଲିମ୍ପିକ ରେ ଭାଗ ନେବେ ବୋଲି କହିଛନ୍ତି। ସମ୍ପ୍ରତି ସ୍ଥାନୀୟ ଗୋସାଣିନୂଆଗାଁ ସରସ୍ବତୀ ଶିଶୁ ମନ୍ଦିର ରେ ନବମ ଶ୍ରେଣୀ ରେ ଅଧ୍ୟୟନ କରୁଛନ୍ତି ।ସେ ତାଙ୍କର ସଫଳତା ର ଶ୍ରେୟ ମୁଖ୍ୟ କୋଚ ଶ୍ରୀ ଅମ୍ବିକା ପ୍ରସାଦ ଦାସ, ବାପା ଜିତେନ୍ଦ୍ର ନାୟକ ଏବଂ ନିଜ ସ୍କୁଲ ର ଗୁରୁଜୀ ଏବଂ ଗୁରୁମା ଙ୍କୁ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here