ବ୍ରହ୍ମପୁରର ଜାତୀୟ ସେବା ଯୋଜନା ର କର୍କଟ ରୋଗ ସଚେତନତା

0
208

ବ୍ରହ୍ମପୁର,୦୪/୦୨/୨୦୨୩:
ଆଜି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ନିକଟସ୍ଥ ପୋଷ୍ୟ ଗ୍ରାମ ରଙ୍ଗେଇଲୁଣ୍ଡା ଠାରେ ସେଚ୍ଛା ସେବୀ ମାନଙ୍କ ଦ୍ଵାରା ବିଶ୍ଵ କର୍କଟ ଦିବସ ପାଳନ କରାଯାଇ କର୍କଟ ଉପରେ ଏକ ସଚେତନତା ଅଭିଯାନ କରାଯାଇଛି । ଅନେକ ଗ୍ରାମବାସୀ ଏହି ଅଭିଯାନ ରେ ଉପକୃତ ହେଇଛନ୍ତି। ସର୍ବପ୍ରଥମେ ବିଶ୍ଵବିଦ୍ୟାଳୟରୁ ଏକ ବିଶାଳ ରାଲି ବାହାରି ଗ୍ରାମ ରେ ପହଞ୍ଚିଥିଲା , ପଥପ୍ରାନ୍ତ ନାଟକ, ସ୍ଲୋଗାନ ମାଧ୍ୟମରେ ଲୋକମାନଙ୍କୁ କର୍କଟ ରୋଗ, ଏହାର କାରଣ , ଓ କିପରି ଦୈନଦିନ ଜୀବନ ଶୈଳୀ ମାଧ୍ୟମରେ ଉତ୍ତମ ସ୍ୱାସ୍ଥ୍ୟ ରଖିପାରିବା ଓ କର୍କଟ କୁ ଦୂରେଇ ରଖିବା ବିଷୟରେ ବୁଝାଯାଇଥିଲେ । ଏହି କାର୍ଯ୍ୟ କ୍ରମକୁ ଯୋଜନା ଅଧିକାରୀ ଶକ୍ତି ରଞ୍ଜନ ଦାଶ , ଡ଼ଃ ଇକବଲ ଅହମଦ ଭଟ୍ଟ ଓ ଅଲିତା ମିଞ୍ଜ ପରିଚାଳନା କରିଥିଲେ। ସଂଯୋଜକ ଡ଼ଃ ଜୟନ୍ତ କୁମାର ପଣ୍ଡା ଙ୍କ ତତ୍ୱା ବଧାନ ରେ ଏହି ସଚେତନତା ରାଲି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here