ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ୪୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

0
163

ବ୍ରହ୍ମପୁର,୦୪/୦୩/୨୦୨୩:ଆଜି ସ୍ଥାନୀୟ ଗୋଷାଣୀନୂଆଗାଁ ମୀରା ବିହାର ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଅନୁଷ୍ଠାନର ୪୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ବ୍ରହ୍ମପୁର ମହାନଗର ନିଗମ ର ମେୟର ସଙ୍ଘମିତ୍ରା ଦଳେଇ ମୂଖ୍ୟ ଅତିଥି ଓ ଶ୍ରୀ ଭାଗିରଥୀ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଅନୁଷ୍ଠାନର ଲକ୍ଷ୍ୟ, ଆଦର୍ଶ ସମ୍ପର୍କରେ ଉପସ୍ଥିତ
ଅଭିଭାବକ ତଥା ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ପ୍ରାରମ୍ଭିକ ସଙ୍ଗୀତ ଓ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ପଣ୍ଡାଙ୍କ ଅନୁଷ୍ଠାନର ବିବରଣୀ ପଠନ ପରେ କୃତୀଛାତ୍ରଛାତ୍ରୀମାନଙ୍କୁ ମଞ୍ଚାସିନ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।ସେହିପରି ୨୦୨୦ ମସିହା ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷାରେ ଅନୁଷ୍ଠାନର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ସୁଶ୍ରୀ ଶିବାଙ୍ଗୀ ଶୁବୁଦ୍ଧି, ୨୦୨୧ ମସିହା ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷାରେ ଅନୁଷ୍ଠାନର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଶ୍ରୀମାନ ପ୍ରଦ୍ୟୁମ୍ନ ଚୌଧୁରୀ, ୨୦୨୨ ମସିହା ମାଧ୍ୟମିକ ଶିକ୍ଷା
ବୋର୍ଡ ପରୀକ୍ଷାରେ ଅନୁଷ୍ଠାନର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ଶ୍ରୀମାନ ଆଶୁତୋଷ ଚୌଧୁରୀ ଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଭାଗୀରଥୀ ମହାପାତ୍ର ଓ ସମ୍ପାଦକ ଶ୍ରୀଯୁକ୍ତ ଲଲାଟେନ୍ଦୁ ସାମନ୍ତ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଠାରେ କୃତଜ୍ଞତା
ଜଣାଇ ଉପସ୍ଥିତ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଦଶମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଶ୍ଵେତା ରାଣୀ ପ୍ରାଣିଗ୍ରାହୀ ଓ ସୁଶ୍ରୀ ଶିବାଙ୍ଗୀ ସୁବୁଦ୍ଧି । ଶେଷରେ ନର୍ସରୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉତ୍ସବ ଉଦଯାପିତ ହୋଇଥିଲା। ଉକ୍ତ ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମସ୍ତ ଶିକ୍ଷକ ଅପାଭାଇ ଓ କର୍ମକର୍ତ୍ତା ପୂର୍ଣ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here