ସମାଜସେବୀ ସଂଘଠନ “ବ୍ରହ୍ମପୁର ସବୁଜ ବାହିନୀ” ର ନୂତନ ପରିଚାଳକ ଚୟନ

0
150

ବ୍ରହ୍ମପୁର, ୦୫/୦୨/୨୦୨୩:ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ବ୍ରହ୍ମପୁର ସବୁଜ ବାହିନୀ” ପକ୍ଷରୁ ଘାଟି କାଳୁଆ ପୀଠରେ ସଂଗଠନର ସଦସ୍ୟମାନଙ୍କ ଦ୍ଵାରା ଏକ ସଭା ସହ ନୂତନ ପରିଚାଳକ ସଦସ୍ୟ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ସମସ୍ତ ସଦସ୍ୟମାନଙ୍କ ଦ୍ଵାରା ସଭାପତି ଭାବେ ପୁଣିଥରେ ଶିବରାମ ପାଣିଗ୍ରାହୀ ଚୟନ ହୋଇଥିବା ବେଳେ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ଭିତରେ ସମ୍ପାଦକ ଏ.ପ୍ରକାଶ, କଷାଧ୍ୟକ୍ଷ ଗଣେଶ ପାଣଗ୍ରାହୀ, ଉପ ସଭାପତି ଏମ.ଦିଲ୍ଲୀପ କୁମାର ଏବଂ ସହ ସମ୍ପାଦକ ପି.ବିନୋଦ କୁମାର ଚୟନ ହୋଇଛନ୍ତି ଏବଂ ଅନ୍ୟାନ୍ୟ ପରିଚାଳକ ସଦସ୍ୟ ଭାବେ ପ୍ରସନ୍ନ କୁମାର ସ୍ୱାଇଁ,ପ୍ରଣୟ କୁମାର ସାହୁ,ସାଗର ପ୍ରସାଦ ପାତ୍ର, ଜେ.ବିନୋଦ, ଏସ.ରବିକୁମାର ଏବଂ ସନିଆ ଗୌଡ଼ ପ୍ରଭୃତି ସଦସ୍ୟଙ୍କୁ ଚୟନ କରାଯାଇଅଛି । ନୂତନ ସଦସ୍ୟଙ୍କ ଆଗ୍ରହ ଏବଂ ପୁରୁଣା ସଦସ୍ୟଙ୍କ ଅଭିଜ୍ଞତାକୁ ନେ଼ଇ ସଦସ୍ୟଙ୍କୁ ଚୟନ କରାଯାଇଛି ଯାହାଦ୍ଵାରା ସଂଗଠନର ମୂଳଦୂଆ ସୁଦୃଢ ହେବାସହ ସମାଜର ବିଭିନ୍ନ ମଙ୍ଗଳ କାର୍ଯ୍ୟରେ ନିୟୋଜିତ ହୋଇପାରିବ ବୋଲି ଆଶା କରାଯାଉଛି। ସଭା ଶେଷରେ ଏହି ଦିନଟିକୁ ସ୍ମରଣୀୟ କରିବା ପାଇଁ ଘାଟି କାଳୁଆ ପରିସରରେ “ସ୍ୱଚ୍ଛ ପରିବେଶ ପର୍ଯ୍ୟଟନର ବିକାଶ” କାର୍ଯ୍ୟକ୍ରମ ମାଧ୍ୟମରେ ସେଠାରେ ଥିବା ଛୋଟଛୋଟ ପାହାଡଗୁଡିକରେ ସ୍ୱଚ୍ଛ ପରିବେଶର ବାର୍ତ୍ତା ଲେଖାଯିବା ସହ ପର୍ଯ୍ୟଟକମାନଙ୍କୁ ଆବର୍ଜନା କୁଣ୍ଡ ବ୍ୟବହାର କରିବା ଏବଂ ପର୍ଯ୍ୟଟନ ସ୍ଥଳୀରେ ପ୍ଲାଷ୍ଟିକ ଜିନିଷ ବ୍ୟବହାର ନ କରିବା ପାଇଁ ସଚେତନତା କରାଯାଇଥିଲା। ସବୁଜ ବାହିନୀର ଏହି କାର୍ଯ୍ୟକ୍ରମ ଓ ସଭାରେ ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ଶୁଭଚିନ୍ତକ ଟ୍ରଷ୍ଟ ସଭାପତି ରବି ସାହାଣୀ ଚୟନ ପ୍ରକ୍ରିୟାରେ ସହଯୋଗ କରିଥିବା ବେଳେ ସଙ୍ଗଠନର ଅନ୍ୟାନ୍ୟ ସଦସ୍ୟ ସାଗର ସାହା,ବନମାଳୀ ପ୍ରଧାନ,ସୁଜିତ ଗୌଡ଼,ନିରଞ୍ଜନ ପଣ୍ଡା,ବାଲାଜୀ ବେହେରା,ପି.କିରଣ କୁମାର ପ୍ରଭୃତି ସଦସ୍ୟ ଉପସ୍ଥିତ ରହି ଏହି ସଭାକୁ ସଫଳ କରିଥିଲେ ।

LEAVE A REPLY

Please enter your comment!
Please enter your name here