ସାମନ୍ତରାୟ ଏକାଡେମୀ ଛାତ୍ରଙ୍କ ସଫଳତା। ଅଗ୍ନିବୀର ପରୀକ୍ଷାରେ ଏକାଡେମୀ ର ୧୧୧ ମନୋନୀତ

0
164

ବ୍ରହ୍ମପୁର,୦୫/୦୪/୨୦୨୩:ଆଜି ସ୍ଥାନୀୟ ଗୋଷାଣୀନୂଆଗାଁ ସ୍ଥିତ ସାମନ୍ତରାୟ ଏକାଡେମୀରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ନିକଟରେ ପ୍ରକାଶ ପାଇଥିବା ଅଗ୍ନିବୀର ସ୍ଥଳ ସେନା ପରୀକ୍ଷାରେ ଅନୁଷ୍ଠାନ ର ଓଡ଼ିଶାର ଗଞ୍ଜାମ ବ୍ୟତୀତ ବାଲେଶ୍ୱର,ଯାଜପୁର,ଖୋର୍ଦ୍ଧା,ନୟାଗଡ,ଗଜପତି,କେନ୍ଦ୍ରାପଡା,ଅନୁଗୁଳ,ପୁରୀ,ବରଗଡ଼,କଟକ ଏବଂ ଭଦ୍ରକ ଜିଲ୍ଲାରୁ ୧୧୧ ଜଣ ଛାତ୍ର ସ୍ଥଳ ସେନାରେ ଜେନେରାଲ ଡିୟୁଟି, ଟେକ୍ନିକାଲ,କିରାଣୀ ଚାକିରୀ ଏଣ୍ଟ୍ରି ପାଇଁ ମନୋନୀତ ହୋଇଛନ୍ତି।ପରିକ୍ଷାର୍ଥୀ ମାନେ ପ୍ରଥମେ ଶାରୀରିକ ପରିକ୍ଷା ପରେ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ମେରିଟ ଲିଷ୍ଟରେ ସ୍ଥାନ ପାଇଥିଲେ। ସଭାରେ ମୁଖ୍ୟ ଅତିଥି ଭାବେ ହୃଷିକେଶ ପାଣିଗ୍ରାହୀ କୃତି ଛାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆଶାୟୀ ଛାତ୍ର ଛାତ୍ରୀ ଙ୍କୁ ଉଛାହ ପ୍ରଦାନ କରିଥିଲେ।ଅନୁଷ୍ଠାନର ପ୍ରତିଷ୍ଠାତା ଲଳିତ ମୋହନ ସାମନ୍ତରାୟ କୃତି ଛାତ୍ର ଛାତ୍ରୀଙ୍କୁ ନିଷ୍ଠା ଓ କର୍ତ୍ୟବ୍ୟ ପରାୟଣତାର ମନ୍ତ୍ର ଦେଇଥିଲେ।ପୂର୍ବତନ ତହସିଲଦାର ଦୁର୍ଗା ପ୍ରସାଦ ମିଶ୍ର ଛାତ୍ର ଦେଶର ଭବିଷ୍ୟତ ସେ ହିଁ ଦେଶ ସୁରକ୍ଷା ର ଦାୟିତ୍ୱ ବହନ କରିବା ଉଚିତ ବୋଲି ବକ୍ତବ୍ୟ ଦେଇଥିଲେ।ଅନୁଷ୍ଠାନର ନିର୍ଦେଶକ ଦେବେଶ ସାମନ୍ତରାୟ ଛାତ୍ର ଛାତ୍ରୀଙ୍କ ସଫଳତାକୁ ଭୁୟସୀ ପ୍ରଶଂସା କରିବା ସହ ଏଥିପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଙ୍କୁ ଉତ୍ସାହିତ କରିବ ବୋଲି କହିଥିଲେ।ଆଇନଜୀବୀ ଗୋକୁଳ ତ୍ରିପାଠୀ ବକ୍ତବ୍ୟ ଦେବା ସହ ମଞ୍ଚ ପରିଚାଳନା କରିଥିଲେ।ନିର୍ଦେଶକ ଦେବେଶ ସାମନ୍ତରାୟଙ୍କ ତତ୍ବାବଧାନରେ ଏକାଡେମୀର ଅନେକ ପୁରୁଣା ଛାତ୍ର ଓ ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here