ଟାଟା ଷ୍ଟିଲ୍‌ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ଗୋପାଳପୁର ର କାଳିପଲ୍ଲୀରେ ମେଗା ସ୍ଵାସ୍ଥ୍ୟ ଶିବିର ଆୟୋଜିତ• ୩୦୬ରୁ ଅଧିକ ରୋଗୀଙ୍କୁ ସେବା ପ୍ରଦାନ

0
207

ଗୋପାଳପୁର, ୧୦/୦୨/୨୦୨୩: ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍ଏଫ୍) ପକ୍ଷରୁ ଗଂଜାମ ଜିଲ୍ଲାର କାଳିପଲ୍ଲୀ ଗ୍ରାମରେ ଏକ ବହୁବିଧ ସ୍ଵତନ୍ତ୍ର ସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି । ଏହି ସ୍ଵାସ୍ଥ୍ୟ ଶିବିରର ମୁଖ୍ୟ ଲକ୍ଷ୍ୟ ଥିଲା ସ୍ଥାନୀୟ ଅଂଚଳର ଲୋକମାନଙ୍କୁ ମେଡିକାଲ୍ ସହାୟତା ପ୍ରଦାନ କରିବା ।୩୦୬ରୁ ଅଧିକ ରୋଗୀ ବିଭିନ୍ନ ପ୍ରକାର ସ୍ଵାସ୍ଥ୍ୟ ସମସ୍ୟାର ଚିକିତ୍ସା ସୁବିଧା ପାଇଥିଲେ ଯେଉଁଥିରେ ସାମିଲ ରହିଥିଲା ଶିଶୁ ରୋଗ, ସ୍ତ୍ରୀ ଓ ପ୍ରସୂତୀ, ଚକ୍ଷୁ ଏବଂ ଭେଷଜ । ରୋଗୀମାନଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା । ୧୦ ଜଣ ରୋଗୀଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିବାକୁ ଧାର୍ଯ୍ୟ କରାଯାଇଛି । କୁକୁଡ଼ା ଖଣ୍ଡି ବ୍ଲକ୍‌ର ସମଝୋଲାର ଶଙ୍କର ନେତ୍ରାଳୟ ସହଯୋଗରେ ଏହି ଚକ୍ଷୁ ଚିକିତ୍ସା ପ୍ରଦାନ କରାଯାଇଥିଲା ।କାଳିପଲ୍ଲୀର ସରପଂଚ ବି ଲକ୍ଷ୍ମୀ ପାତ୍ର ଓ ଗ୍ରାମ ବିକାଶ କମିଟିର ମୋହନ ପାତ୍ର, ପିଆରଆଇ ସଦସ୍ୟ, ଶ୍ରୀ ରାମ ଏଜୁକେସନାଲ ଚାରିଟେବୁଲ ଟ୍ରଷ୍ଟ୍ ୟୁଥ୍ କ୍ଲବ୍ ଏବଂ ମହିଳା ଏସ୍ଏଚ୍‌ଜି ସଦସ୍ୟାମାନଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦଙ୍କ ଅଂଶଗ୍ରହଣ ସହ ମିଳିତ ସହଯୋଗିତାରେ ଏହି ସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯାଇଛି ।ଟାଟା ଷ୍ଟିଲ୍‌ ଫାଉଣ୍ଡେସନର ୟୁନିଟ୍ ମୁଖ୍ୟ ରକି ମାର୍ଟିନ ସଫଳତାର ସହ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଯାହାକୁ ସ୍ଥାନୀୟ ସମାଜର ବ୍ୟାପକ ସମର୍ଥନ ମିଳିଥିଲା ।

LEAVE A REPLY

Please enter your comment!
Please enter your name here