ବ୍ରହ୍ମପୁର,୨୫/୦୨/୨୦୨୩:
ଦିବ୍ୟ ଜୀବନ ସଂଘ ବଢିଆଉସ୍ତା ଶାଖା ଆନୁକୂଲ୍ୟରେ ସଙ୍ଘ ସମ୍ପାଦକ ସନ୍ତୋଷ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଋଷିକେଶ ଶିବାନନ୍ଦ ଆଶ୍ରମରୁ ସନ୍ନ୍ୟାସୀ ଦୀକ୍ଷାରେ ନବ ଦୀକ୍ଷିତ ସ୍ୱାମୀ ରାମଦାସାନନ୍ଦ ସରସ୍ବତୀ ଓ ସ୍ୱାମୀ ଗୁରୁ ଶରଣାନନ୍ଦ ସରସ୍ବତୀ ମହାରାଜଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଭକ୍ତ ପିପାସୁମାନେ ସ୍ୱାମୀଜୀ ମହାରାଜ ମାନଙ୍କୁ ହରିନାମକୀର୍ତ୍ତନ କରି ଆଶ୍ରମ ପରିବେଶକୁ ପାଛୋଟି ନେଇଥିଲେ।ଏହି କାର୍ଯ୍ୟକ୍ରମରେ ସ୍ୱାମୀ ରାମକୃପାନନ୍ଦ ସରସ୍ବତୀ,ସ୍ୱାମୀ ହରିଶରଣାନନ୍ଦ ସରସ୍ବତୀ, ସ୍ୱାମୀ ବିଦ୍ୟାନନ୍ଦ ସରସ୍ବତୀ,ସ୍ୱାମୀ ରାମଶରଣାନନ୍ଦ ସରସ୍ବତୀ,ସ୍ୱାମୀ ଭୁମାନନ୍ଦ ଗିରି, ଦକ୍ଷିଣାଞ୍ଚଳ ସମନ୍ୱୟ ସମିତିର ସମ୍ପାଦକ ପ୍ରକାଶଚନ୍ଦ୍ର ରଥ,ଉପ ସଭାପତି କୁଞ୍ଜ ବିହାରୀ ପାଢ଼ୀ, କୋଷାଧ୍ୟକ୍ଷ ଶାନ୍ତି ଭୂଷଣ ପଣ୍ଡା,ବ୍ରଜ କିଶୋର ପଟ୍ଟନାୟକ, ସୁଶାନ୍ତ ସାହୁ ମଞ୍ଚାସୀନ ଥିଲେ।ବ୍ରହ୍ମଚାରୀ ଅମର ଭାଇ,ଦେବରାଜ ଭାଇ ,ତ୍ରିଲୋଚନ ପଟ୍ଟନାୟକ, ପର୍ଶୁରାମ ପାତ୍ର, ଦଣ୍ଡପାଣି ରଣା ଓ ସଙ୍କେତ କୁମାର ଦାଶଙ୍କ ସହଯୋଗ କ୍ରମେ ଆଠ ଗୋଟି କେନ୍ଦ୍ରର ଗୁରୁଭାଇ ଭଉଣୀଙ୍କୁ ନେଇ ଭବ୍ୟ ସତସଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା।ସନାତନ,ସିତାରାମ,ଅରୁଣ,ମନୋଜ,ରିଙ୍କୁ,ସଚ୍ଚିଦାନନ୍ଦ,ଅମିତ,ନରହରି,ସପନା,ଦୁର୍ଗା,ଗଣେଶ,ଭୈରବୀ,ରାମକୃଷ୍ଣ, ସୁଦାମ,ଶିବରାମ ତଥା ସାତ ଶହରୁ ଉର୍ଦ୍ଧ୍ବ ଭକ୍ତ ଯୋଗଦେଇ ଥିଲେ।ବିଶ୍ୱ କଲ୍ୟାଣ ଉଦ୍ଧେଶ୍ୟରେ ସମସ୍ତ ସ୍ୱାମୀଜୀ ମାନେ ମନ୍ତ୍ରପାଠ ପୂର୍ବକ କାର୍ଯ୍ୟକ୍ରମକୁ ସମାପନ କରିଥିଲେ।