ବ୍ରହ୍ମପୁର,୨୬/୦୨/୨୦୨୩: ଆଜି ବ୍ରହ୍ମପୁରସ୍ଥିତ ଗାନ୍ଧୀନଗର ଛକ ଠାରେ ବିଜେପି ଯୁବ ମୋର୍ଚ୍ଚା ତରଫରୁ ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ରାଜ୍ୟର ଜଣେ ପୋଲିସ ଅଧିକାରୀ ଦିବା ସମୟରେ ଗୁଳି ମାରି ହତ୍ୟା କରୁଛି, ଗୃହ ବିଭାଗ ଦାୟିତ୍ବ ରେ ଖୋଦ ମୁଖ୍ୟମନ୍ତ୍ରୀ ନିଜେ?? ଓଡ଼ିଶାରେ ସାଧାରଣ ଜନତା କିପରି ସୁରକ୍ଷିତ ରହିବେ ତାହା ଆଜି ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୁଖ୍ୟ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଇ ରଖୁଛି ପୋଲିସ, ସିବିଆଇ କୁ ବି ହସ୍ତାନ୍ତର କରୁନାହାଁନ୍ତି ସରକାର । ଆଜି ପର୍ଯ୍ୟନ୍ତ ଏ ସରକାରରେ ବହୁ ମହିଳା ଅସୁରକ୍ଷିତ ମନେ କରୁଛନ୍ତି, ସବୁଦିନେ ବଳତ୍କାର,ଗଣଦୁଷ୍କର୍ମ, ଘଟଣାରେ ଓଡ଼ିଶାରେ ନୁଆ କଥା ନୁହେଁ? ଗୃହ ବିଭାଗ ଏଇଠି ଅଚଳାବସ୍ତା ଭାବେ ପଡି ରହିଛି। ଯେତେବେଳ ଏହି ରାଜ୍ୟରେ ଜଣେ ପାୱାରଫୁଲ କ୍ୟାବିନେଟ ମନ୍ତ୍ରୀଙ୍କୁ ହତ୍ୟା ଗୁଳି ମାରି ହତ୍ୟା କରାଯାଉଛି, ତେଣୁ ଏହି ପ୍ରତିବାଦ ରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ମୁଖ୍ୟମନ୍ତ୍ରୀ ନିଜେ ନବୀନ ପଟ୍ଟନାୟକ ଗାଦି ଛାଡ , ଏବଂ କୁଶପତଲିକା ଦାହ କରିଛନ୍ତି। ଏଣୁ ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ କହିଛନ୍ତି ଯେ, ଜଣେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଯେଉଭଳି ଭାବେ ସମସ୍ତଙ୍କ ସାମ୍ନାରେ ପୋଲିସ ଅଧ୍ବକାରୀ ଗୋପାଳ ଦାସ ସୁରକ୍ଷା ଦେବା ବଦଳରେ ହତ୍ୟା କରୁଛି ସମସ୍ତଙ୍କ ମନ ଭିତରେ ଏକ ଭୟାବହ ସୃଷ୍ଟି କରିଛି, ତଦନ୍ତ ର ନିଷ୍କର୍ଷ ଆଜି ଯାଏଁ ନ ଜଣା ପଡ଼ିବା ମୁଖ୍ୟମନ୍ତ୍ରୀ ଙ୍କ ଅପାରଗତା କୁ ଦର୍ଶାଉଛି। ଏଣୁ ନୈତିକତା ଦୃଷ୍ଟି ରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଉଲ୍ଲେଖ କରିଛନ୍ତି।ଆଜିର କାର୍ଯ୍ୟକ୍ରମ ରେ ରାଜ୍ୟ କାର୍ଯାକାରଣୀ ସଭ୍ୟ କାହ୍ନୁ ଚରଣ ପତି,ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ତୁତୁନ ପାତ୍ର,ବି.ସୋମନାଥ ପାତ୍ର,ରାଜ୍ୟ ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ,ଅଜୟ ନାୟକ,ମାତା ପ୍ରସାଦ ନାୟକ, ସୁମିତ ପାତ୍ର, ଚିଦାନନ୍ଦ ପଟ୍ଟନାୟକ କୃଷ୍ଣ ଚନ୍ଦ୍ର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।
Home ବ୍ରହ୍ମପୁର ସ୍ପେଶାଳ ଓଡ଼ିଶାର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ମୁଖ୍ୟମନ୍ତ୍ରୀଙ୍କ କୁଶପତଳିକା ଦାହ...