ଧରାକୋଟରେ ସାନଖେମୁଣ୍ଡି ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ ସମାରୋହ

0
207

ବ୍ରହ୍ମପୁର , ୨୬/୦୨/୨୦୨୩ : ରାଜ୍ୟ ଶାସକଦଳ ବିଜେଡି ତା’ର ୨୬ ତମ ପ୍ରତିଷ୍ଠା ଦିବସକୁ ଲୋକଙ୍କ ସହ ପାଳନ କରୁଥିବା ଅବସରରେ ଦଳୀୟ ସ୍ତରରେ ଏହା ନିର୍ବାଚନ ମଣ୍ଡଳୀ ଭିତ୍ତିରେ ପାଳିତ କରାଯାଉଅଛି । ଏହି ଅବସରରେ ସାନଖେମୁଣ୍ଡି ବିଜେଡି ପକ୍ଷରୁ ନିର୍ବାଚନ ମଣ୍ଡଳୀ ସ୍ତରରେ ପାଳିତ ହେବାକୁ ଥିବା ଏହି ୨୬ ତମ ପ୍ରତିଷ୍ଠା ଦିବସ ଧରାକୋଟ ମିନି ଷ୍ଟାଡିୟମା ଠାରେ ଆୟୋଜିତ ହୋଇଅଛି । ସାନଖେମୁଣ୍ଡି ପ୍ରାକ୍ତନ ବିଧାୟକ ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ସମ୍ପୂର୍ଣ୍ଣ ତତ୍ତ୍ଵାବଧାନରେ ଆୟୋଜିତ ଏହି ଦିବସ ପାଳନ କାର୍ଯ୍ୟକ୍ରମରେ ଉଭୟ ଧରାକୋଟ ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଛାମୁଆଁ ଦଳୀୟ ସଂଗଠକ , ନିର୍ବାଚିତ ସରପଞ୍ଚ , ସମିତି ସଭ୍ୟଙ୍କ ସହ ଜିଲ୍ଲାପରିଷଦ ସଭ୍ୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଜିଲ୍ଲା ସ୍ତରୀୟ ବିଜେଡି କର୍ଯ୍ୟକତ୍ତାଙ୍କ ସହ ଉଭୟ ବ୍ଲକ ବିଜେଡି କାର୍ଯ୍ୟକର୍ତ୍ତା ଏବଂ ପ୍ରବଳ ସଂଖ୍ୟାରେ ଦଳୀୟ ଅନୁଗତ କାର୍ଯ୍ୟକ୍ରମରେ ସମବେତ ହୋଇଥିଲେ । ଆୟୋଜିତ ଏହି ପ୍ରତିଷ୍ଠା ଦିବସ ପାଳନ ମୁଖ୍ୟ ଆକର୍ଷଣ କ୍ରମରେ ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆସିକା ସାଂସଦ ପ୍ରମିଳା ବିଷୋୟୀ , ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ , ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ , ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀମତୀ ଅଞ୍ଜଳି ସ୍ୱାଇଁ , ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘିତ୍ରା ଦଳେଇ , ବରିଷ୍ଟ ବିଜେଡି ନେତା ତଥା ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା। ଧରାକୋଟ ସମିତି ଅଧ୍ୟକ୍ଷା ସୁଶ୍ରୀ ସୁଲକ୍ଷଣା ଦେବୀ , ସାନଖେମୁଣ୍ଡି ସମିତି ଅଧ୍ୟକ୍ଷ ସୀମଞ୍ଚଳ ପାତ୍ର , ଧରାକୋଟ ବ୍ଲକ ବିଜେଡି ସଭାପତି ସଞ୍ଜୟ ପାତ୍ର, ସାନଖେମୁଣ୍ଡି ସଭାପତି ନୀଳମାଧବ ରାଉତ , ଜିଲ୍ଲା ଛାତ୍ର ବିଜେଡିର ପ୍ରଶାନ୍ତ ପଣ୍ଡା ଏବଂ ଯୁବ ବିଜେଡିର ଭବାନୀ ସାହୁ ପ୍ରମୁଖ ମଞ୍ଚାସିନ ରହି ରାଜ୍ୟ ସରକାର ଏବଂ ରାଜ୍ୟ ବିଜେଡିର ଆଭିମୂଖ୍ୟକୁ ପାଳନ କରିବାରେ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କ କ୍ରିୟାଶୀଳତା ନେଇ ଆଲୋଚନା କରିଥିଲେ । ଦୀର୍ଘ ୨୩ ବର୍ଷ ଧରି ଓଡ଼ିଶା ଜନସାଧାରଣ ଦଳକୁ ବିଶ୍ୱାସକୁ ନେଇ କ୍ରମାଗତ ବିଜୟୀ କରାଇଥିବାରୁ ଓଡ଼ିଶା ବାସୀଙ୍କୁ କୃତଜ୍ଞତା ଜଣାଇଥିଲେ । ରାଜ୍ୟ ସରକାରଙ୍କ ଜନମଙ୍ଗଲକାରୀ ଯୋଜନାର ସୁଫଳ ସମାଜର ସର୍ବନିମ୍ନ ସ୍ତରରେ ପହଞ୍ଚାଇବା ରେ ଦଳୀୟ ସଂଗଠକ , ନିର୍ବାଚିତ ଜନପ୍ରତିନିଧି ଏବଂ ଜନସାଧାରଣଙ୍କ ଭୂମିକାକୁ ସାଧୁବାଦ ଦେଇଥିଲେ । ସ୍ୱର୍ଗତଃ ବିଜୁ ବାବୁ ପ୍ରବାଦ ପୁରୁଷଙ୍କ ନାମରେ ନାମିତ ଏହି ଦଳ ସମ୍ପ୍ରତି ଓଡ଼ିଶାର ତ୍ରାଣକର୍ତ୍ତା ଭାବରେ ସର୍ବଦା ଏକ ନବାରରେ ରହିବାକୁ ଉପସ୍ଥିତ ସମର୍ଥକଙ୍କ ସହଯୋଗ କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here