ଗଞ୍ଜାମ ଓକିଲ ସଂଘ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ।ପ୍ରଥମ ଦିନ ରେ ୯ପ୍ରାର୍ଥୀ ପତ୍ର ଦାଖଲ

0
177

ବ୍ରହ୍ମପୁର,୦୪/୦୩/୨୦୨୩:ଗଞ୍ଜାମ ଓକିଲ ସଂଘ ନିର୍ବାଚନ ପାଇଁ ଆଜି ପ୍ରଥମ ଦିନରେ ମୋଟ ୯ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।ସଭାପତି ପଦବୀ ପାଇଁ ସୁଧାଂଶୁ ଶେଖର ପଣ୍ଡା, ଜଗତ ମୋହନ ପଟ୍ଟନାୟକ, ମିନତୀ ରଥ,ରବିନ୍ଦ୍ର କୁମାର ଦେଓ,ଶିବ ପ୍ରସାଦ ମିଶ୍ର ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ସଂପାଦକ ପଦବୀ ପାଇଁ ସୁଧିର କୁମାର ମିଶ୍ର ଏବଂ ଟିଟୁ କୁମାର ପାତ୍ର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।ସେପରି ସହ ସଂପାଦକ ପଦବୀ ପାଇଁ ଗିରିଜା ଶଙ୍କର ବେହେରା ଏବଂ ଜେ.ଶ୍ରୀନିବାସ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି।ଗଞ୍ଜାମ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ପାଇଁ ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୬ ତାରିଖ ପ୍ରାର୍ଥୀ ପତ୍ର ଦାଖଲ ର ଶେଷ ଦିନ ରହିଛି।ଆସନ୍ତା ୧୦ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବା ସହ ଚୁଡାନ୍ତ ପ୍ରାର୍ଥୀ ତାଲିକା ୧୧ ତାରିଖରେ ପ୍ରକାଶ ପାଇବ। ସେପରି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ଆସନ୍ତା ୧୨ ତାରିଖ ଦିନ ଧାର୍ଯ୍ୟ କରାଯାଇଛି।ସେପରି ଆସନ୍ତା ୨୫ ତାରିଖ ଦିନ ସକାଳ ୮ଠାରୁ ଅପରାହ୍ନ ୩ ଟା ଯାଏଁ ଭୋଟ ଗ୍ରହଣ କରାଯିବା ସହ ସେହି ଦିନ ୪ରେ ଭୋଟ ଗଣତି କରାଯାଇ ବିଜୟୀ ପ୍ରାର୍ଥୀ ଙ୍କ ନାମ ଘୋଷଣା କରାଯିବ।

LEAVE A REPLY

Please enter your comment!
Please enter your name here