ଗଞ୍ଜୁ ଧୋବା ଓରଫ କୋଠ ବନ୍ଧରେ ମଣିଷ ବଦଳରେ ମେସିନ ଦ୍ବାରା କାମ ।ଉଚ୍ଚ ସ୍ତରୀୟ ତଦନ୍ତ ସହିତ କାର୍ଯ୍ୟାନୁଷ୍ଠାନ ଦାବି ।

0
242

ବ୍ରହ୍ମପୁର,୧୧/୦୩/୨୦୨୩:
ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ ଗଞୁ ପଞ୍ଚାୟତର ଧୋବା ଓରଫ କୋଠ ବନ୍ଧରେ ମନେରଗା ଯୋଜନାରେ ହେଉଥିବା କାର୍ଯ୍ୟରେ ମଣିଷ ବଦଳରେ ମେସିନ ଦ୍ବାରା କାମ ହେଉଥିବା ଏକ ଭିଡିଓ ସହିତ ଫୋଟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହୋଇ ଘୁରି ବୁଲୁଥିବାର ପରିଲେକ୍ଷିତ ହୋଇଅଛି । ସୂଚନାଯୋଗ୍ୟ, ମନେରଗା ଯୋଜନାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଅର୍ଥ ରାଜ୍ୟର ତୃଣମୂଳ ସ୍ତରରେ ବ୍ଳକ ଦ୍ଵାରା ଯୋଜନା କାର୍ଯ୍ୟକାରୀ ହୋଇ କାମ ପାଉନଥିବା ଗରିବ ଶ୍ରେଣୀର ଲୋକମାନଙ୍କୁ ବର୍ଷକୁ ଶହେ ଦିନର କାମ ଯୋଗାଇ ତାଙ୍କର ପରିବାର ପୋଷଣ କରିବା ନିମନ୍ତେ ଉଦ୍ଧିଷ୍ଟ ଅଟେ । ମାତ୍ର ବ୍ଳକର ଦୂର୍ଣ୍ଣୀତିଗ୍ରସ୍ଥ ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀ ମାନେ ମଣିଷ ବ୍ୟବହାର ନକରି ବଦଳରେ ଜେସିବି ଓ ଟ୍ରାକ୍ଟର ନିୟୋଜିତ କରି ବେଧଡକ ଭାବେ ହଜାର ହଜାର ଟ୍ରାକ୍ଟର ମାଟି ଦିନ ଦ୍ୱିପ୍ରହରରେ ତାଡି ନେଇ ପରବର୍ତ୍ତୀ ସମୟରେ ଉକ୍ତ ଗରିବ ଶ୍ରେଣୀର ଲୋକମାନଙ୍କ ଜବ୍ କାର୍ଡ ବ୍ୟବହାର କରି ବ୍ୟାପକ ଭାବେ ଲକ୍ଷ ଲକ୍ଷ ଟଙ୍କାର ଫଲସ୍ ବିଲ୍ କରି ଲୁଟି ନେବାରେ ଧୁରନ୍ଧର ଅଟନ୍ତି । ପୂର୍ବରୁ ମଧ୍ୟ ରଙ୍ଗେଇଲୁଣ୍ଡା ବ୍ଳକରେ ମନେରଗା ଯୋଜନାରେ କୋଟି କୋଟି ଟଙ୍କାର ବିଭିନ୍ନ ଆର୍ଥିକ ଅନିୟମିତତା, ଅପବୟିତା ଓ ଅର୍ଥ ଆତ୍ମସାତର ଅଭିଯୋଗ ଉପରେ ବ୍ରହ୍ମପୁର ଭିଜିଲାନ୍ସ, ଜିଏସଟି, ଜିଲ୍ଲା ଓମ୍ବୁଡସମେନ ଓ ମାନ୍ୟବର ଲୋକାୟୁତ୍କଙ୍କ ଦ୍ଵାରା ସମାନ୍ତରାଳ ଭାବେ ତଦନ୍ତ ଚାଲୁ ରହିଥିବାର ବିଭିନ୍ନ ଛାପା, ବୈଦୁତିକ ଗଣମାଧ୍ୟମରେ ଘନଘନ ଖବର ପ୍ରସାରଣ ହେଉଅଛି । ଏତେ ତଦନ୍ତ ଓ ଖବର ପ୍ରସାରଣ ପରେ ମଧ୍ୟ ଦୂର୍ଣ୍ଣୀତିଗ୍ରସ୍ଥ ଅଧିକାରୀ ଓ କର୍ମଚାରୀଙ୍କ ଚୈତନ୍ୟ ଉଦୟ ହେଉନଥିବା ପରିଲକ୍ଷିତ ହେଉଛି ଓ ରାତାରାତି କୋଟିପତି ବନିଯିବାର ଆଶା ଓ ଆଶଙ୍କାରେ ଦୂର୍ଣ୍ଣୀତିଗ୍ରସ୍ଥ ଓ ଦୂର୍ଣ୍ଣୀତି ଉଭୟ ଉଭୟଙ୍କ ପରିପୁରକ ହୋଇଯାଇ ଦୈନଦିନ କାର୍ଯ୍ୟରେ ପରିଣତ ହୋଇଯାଇଛି ‌। ସାଧାରଣରେ ଚର୍ଚ୍ଚା ହେଉଛି ଯେ, କୋୖଣସି ଏକ ଅବସାରପ୍ରାପ୍ତ ଅଧିକାରୀଙ୍କ ଅଭୟ ବଳରେ ବଳିୟାନ ହୋଇ ଦୂର୍ଣ୍ଣୀତିଖୋର ଅଧିକାରୀ ଓ କର୍ମଚାରୀ ମାନେ ସଚ୍ଚୋଟତାକୁ ଆପଣେଇବା ପରିବର୍ତ୍ତେ ଅତ୍ୟଧିକ ଉଦ୍ଧତ ମନୋବୃତ୍ତିର ରାସ୍ତା ଆପଣେଇ ବିନା ଭୟରେ ପ୍ରତ୍ୟେକ ଦିନ ସରକାରୀ ଅର୍ଥ ଲୁଟିବା ଜୀବନର ଦୈନନ୍ଦିନ କାର୍ଯ୍ୟରେ ପରିଣତ ହୋଇଯାଇଛି ।
ତେଣୁ, ସାଧାରଣରେ ଅସନ୍ତୋଷ ଦେଖା ଦେବା ସହିତ ଦାବି ହେଉଛି ଯେ, ଅଭିଯୋଗ ହୋଇଥିବା ଉକ୍ତ ମନେରଗା କାର୍ଯ୍ୟରେ ସମ୍ପୃକ୍ତ ଥିବା ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜୁନିଅର ଇଞ୍ଜିନିୟର, ପିଇଓ ଓ ଜିଆରଏସ୍ ଙ୍କୁ ତଦନ୍ତ ପ୍ରଭାବିତ ନହେବା ଉଦ୍ଦେଶ୍ୟରେ ତୁରନ୍ତ ସେହି ସ୍ଥାନରୁ ଅନ୍ତର ଓ ବଦଳି କରାଯାଇ ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଯିବା ସହିତ ଦୋଷୀ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସରକାରୀ ଚାକିରୀରୁ ବହିସ୍କାର କରାଯାଇ ଅବ୍ୟାହିତ ଦିଆଯାଉ । ଏହାବ୍ୟତୀତ ସାଧାରଣରେ ଦାବି ହେଉଛି ଯେ, ରଙ୍ଗେଇଲୁଣ୍ଡା ବ୍ଳକର ସମସ୍ତ ପଞ୍ଚାୟତର ସମସ୍ତ ଗ୍ରାମରେ ମନେରଗା ଯୋଜନାରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁ ରହିଥିବା ସମସ୍ତ ମାଟି କାମର ପ୍ରାପ୍ୟ ଅର୍ଥ ପ୍ରଦାନ ପୂର୍ବରୁ ଏକ ଉଚ୍ଚସ୍ତରୀୟ ବୈଷୟିକ ଅନୁସନ୍ଧାନ ଦଳଦ୍ୟାରା ତଦନ୍ତ କରାଯାଉ ଓ ରିପୋର୍ଟ ଆଧାରରେ ବିଲ୍ ପେମେଣ୍ଟ୍ କରାଯାଉ ।

LEAVE A REPLY

Please enter your comment!
Please enter your name here