ବୁଗୁଡା କୋର୍ଟରେ ଜିଲ୍ଳା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ।

0
239

ବୁଗୁଡା, ୧୧/୦୩/୨୦୨୩: ଗଞ୍ଜାମ ଜିଲ୍ଲାର ବୁଗୁଡା ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଅଦାଲତ ପରିସରରେ ମାର୍ଚ୍ଚ ୧୧ ତାରିଖ ଦିନ ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା କୋର୍ଟର ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ପରିନିତା ନାୟକଙ୍କ ତତ୍ତ୍ୱାବଧାନରେ ଏହି ଜିଲ୍ଲା ସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା। ସରକାରୀ ଓକିଲ ରବୀନ୍ଦ୍ର କୁମାର ପଣ୍ଡାଙ୍କ ସମେତ ଓକିଲ ଅମର ପଟ୍ଟନାୟକ, ହରପ୍ରସାଦ ଦାଶ, ବିଭୁଦତ୍ତ ନାୟକ, ସାଇ ସନ୍ତୋଷିନୀ ପ୍ରଧାନ ପ୍ରଭୃତି ଏବଂ କୋର୍ଟର ମୁଖ୍ୟ କିରାଣୀ ଅଜୟ କୁମାର ପଣ୍ଡା, କର୍ମଚାରୀ ଶ୍ରଦ୍ଧାଞ୍ଜଳୀ ସେଠୀ,ଓ ଭଗବାନ ଦଳେଇ ଯୋଗଦେଇଥିଲେ। ଲୋକ ଅଦାଲତରେ କେତକ ମାମଲା ଫଇସଲା କରାଯାଇଥିଲା।
ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here