ଦାବି ପୂରଣ ନହେଲେ ଅନିର୍ଦ୍ଧିଷ୍ଟ କାଳ ଆନ୍ଦୋଳନ କୁ ଓହ୍ଲାଇବ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ

0
297

ବ୍ରହ୍ମପୁର,୧୨/୦୩/୨୦୨୩:ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଠିକା ସଂସ୍ଥାମାନଙ୍କ ଜରିଆରେ ସ୍ୱଳ୍ପ ଦରମାରେ କାର୍ଯ୍ୟରତ ଆଉଟସୋରସିଂ କର୍ମଚାରୀମାନେ ଗତ ନଭେମ୍ବର ୨୬ରେ ରାଜ୍ୟସ୍ତରୀୟ ଆନ୍ଦୋଳନ ମାଧ୍ୟମରେ ଆଉଟସୋରସିଂ ବ୍ୟବସ୍ଥା ଉଚ୍ଛେଦ କରି ସ୍ଥାୟୀ ନିଯୁକ୍ତି ଦେବାକୁ ଦାବୀ କରିଥିଲେ ମଧ୍ୟ ରାଜ୍ୟ ସରକାର କେବଳ ପ୍ରତିଶୃତି ଦେଇ ଏ ପର୍ଯ୍ୟନ୍ତ ଦିନ ଗଡ଼ାଇ ଚାଲିଛନ୍ତି I ଏହାକୁ ନେଇ ରାଜ୍ୟର ଦୁଇ ଲକ୍ଷ ପାଖାପାଖି ଆଉଟସୋର୍ସିଙ୍ଗ ମଧ୍ୟରେ ଭୟଙ୍କର ଅସନ୍ତୋଷକୁ ଦେଖି ମହାସଂଘ ଆଗାମୀ ଦିନରେ ଆନ୍ଦୋଳନକୁ ଓଲ୍ହାଇବାକୁ ନିଷ୍ପତ୍ତି ନେଇଛି । ଏହି କ୍ରମରେ ଆଜି ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟରତ ଆଉଟସୋରସିଂ କର୍ମଚାରୀ ସଙ୍ଘମାନଙ୍କର ପ୍ରତିନିଧିମାନଙ୍କୁ ନେଇ ସ୍ଥାନୀୟ ଅଭିରାମ ମିଳନ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ମହାସଂଘର ଗଞ୍ଜାମ ଜିଲ୍ଲା ସଭାପତି ବିଜୟ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର ବୈଠକରେ ସରକାରଙ୍କ ଏଭଳି ଟାଳଟୁଳ ନୀତିକୁ ତୀବ୍ର ନିନ୍ଦା କରାଯାଇଥିଲା I ସରକାରଙ୍କ ପାଖରେ ବାରମ୍ବାର ଦାବୀ ସତ୍ତ୍ୱେ ଲକ୍ଷ ଲକ୍ଷ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ପ୍ରତି ଅବହେଳା ଜାରୀ ରଖିଛନ୍ତି I
ନିକଟ ଅତୀତରେ ସରକାର ଆଉଟସୋରସିଂ ବ୍ୟବସ୍ଥାକୁ 5T ଓ ମୋ ସରକାର ଅଧୀନକୁ ନେଇଥିବା ବେଳେ ଏ ପର୍ଯ୍ୟନ୍ତ ସେମିତି କିଛି ବିଧିବଦ୍ଧ ବିଜ୍ଞପ୍ତି ବାହାରି ନାହିଁ I ଅନେକ ବିଭାଗ ରେ ସର୍ଭିସ ପ୍ରୋଭାଇଡ଼ର ମାନଙ୍କ ସହ ବାର୍ଷିକ ଚୁକ୍ତିର ଅବଧି ସରି ଆସିଥିବା ବେଳେ ଏ ପର୍ଯ୍ୟନ୍ତ ନବୀକରଣ ହୋଇନ ପାରି ଅନେକ କର୍ମଚାରୀ ଛଟେଇ ହୋଇଛନ୍ତି I ବର୍ଷ ବର୍ଷ ଧରି କାର୍ଯ୍ୟକରି ଆସୁଥିବା କର୍ମଚାରୀ ମାନଙ୍କୁ ବିନା କାରଣରେ ଛଟେଇ କରାଯାଉଛି ଓ କମ ଦରମାରେ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଅଧିକ କାମ ଦେଇ ସରକାରୀ ଯୋଜନାକୁ ସଫଳ ରୂପାୟନ କରୁଛନ୍ତି । ଅତିତରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ସମାନ କାମକୁ ସମାନ ଦରମା ଦେବାକୁ ନିର୍ଦ୍ଦେଶର ଖୋଲାଖୋଲି ଉଲଂଘନ ମଧ୍ୟ କରାଯାଉଛି I
ଏହାକୁ ନେଇ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କ ପ୍ରତିନିଧିମାନଙ୍କ ନିଷ୍ପତ୍ତି କ୍ରମେ ଆଗାମୀ ମାସକ ଭିତରେ ଯଦି ସରକାର ସ୍ଥାୟୀ ନିଯୁକ୍ତି ଦାବୀକୁ ମାନୁ ନାହାନ୍ତି ତେବେ ସମସ୍ତ ବିଭାଗରେ କର୍ମଚାରୀମାନେ ଅନିର୍ଦ୍ଧିଷ୍ଟ କାଳ କାର୍ଯ୍ୟାବନ୍ଦ ଆନ୍ଦୋଳନକୁ ଓଲ୍ହାଇବାକୁ ନିଷ୍ପତି ନେଇଛନ୍ତି I ଯାରି ଫଳରେ ସ୍ୱାସ୍ଥ୍ୟ, ପରିମଳ, ବନ, ଶିକ୍ଷା ବିଭାଗ ଓ ବିଭିନ୍ନ ବିଭାଗ ରେ ଅନିର୍ଦ୍ଧିଷ୍ଟ କାର୍ଯ୍ୟାବନ୍ଦ ଆନ୍ଦୋଳନ ଯୋଗୁଁ ଆଗାମୀ ଦିନରେ ସାଧାରଣ ଲୋକେ ନନାଦି ଅସୁବିଧା ରେ ସମ୍ମୁଖୀନ ହେବେ I
ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ଆବାହକ ପ୍ରତାପ ପ୍ରଧାନ, ଆଉଟସୋରସିଂ କର୍ମଚାରୀ ମହାସଂଘରେ ଉପଦେଷ୍ଟା ଭାଲଚନ୍ଦ୍ର ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦକ ବିନାୟକ ପତି, ଜୟରାମ ରାଓ, ରମେଶ ରାଓ, ନିରଞ୍ଜନ ଦାସ, ପ୍ରଶାନ୍ତ ପରିଛା, ଉତ୍ତମ ନାୟକ, ପୂର୍ଣ୍ଣପ୍ରିୟା ପାତ୍ର, ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରଶାନ୍ତ ମହାରଣା, ବିଜୟ ମଲିକ, ସୁନୀଲ ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ I

LEAVE A REPLY

Please enter your comment!
Please enter your name here