ପ୍ରତିଭାଧାରି ମହିଳାଙ୍କୁ “ସୁଷମା ସ୍ୱରାଜ” ସମ୍ମାନ ରେ ସମ୍ମାନିତ

0
275

ବ୍ରହ୍ମପୁର,୧୫/୦୩/୨୦୨୩:ଆଜି ବିଜେପି ଗଞ୍ଜାମ ଜିଲ୍ଲା ମହିଳା ମୋର୍ଚ୍ଚା ତରଫରୁ “ସୁଷମା ସ୍ୱରାଜ” ସମ୍ମାନ ଉତ୍ସବ ସ୍ଥାନୀୟ ମୟୁରୀ ହୋଟେଲ୍ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲା ଭାରତୀୟ ଜନତା ମହିଳା ମୋର୍ଚ୍ଚା ସଭାନେତ୍ରୀ ଙ୍କ ରତ୍ନଗର୍ଭା ସରସ୍ବତୀ ଦେବୀ ଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବହୁ ପ୍ରତିଭାଧାରି ମହିଳା ମାନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ଡା. ସୁଭାଷ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଗଙ୍ଗାଧର ଶତପଥୀ, ପ୍ରଭାତ କିରଣ ଷଡଙ୍ଗୀ, ଜିଲ୍ଲା ମହିଳା ମୋର୍ଚ୍ଚା ସାଧରଣ ସମ୍ପାଦିକା ଅନୁଯା ନନ୍ଦ ବିଶ୍ଵାଳ,ବର୍ଷା ବିଦୁସ୍ମିତା, ବରିଷ୍ଠ ମହିଳା ନେତ୍ରୀ ମମତା ରଣା, କୋଷାଧ୍ୟକ୍ଷ ପ୍ରେମଶିଳା ନନ୍ଦ, ଯୁବ ମୋର୍ଚା ସଭାପତି ଶିବ ଶଙ୍କର ନାୟକ, ଛତ୍ରପୁର ଏନ ଏ ସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, କର୍ପୋରେଟର ସବିତା ସାହୁ,ବନିତା ସାହୁ ମଞ୍ଚାସୀନ ହୋଇ ଜିଲ୍ଲା ର ବିଭିନ୍ନ କ୍ଷେତ୍ରରେ ପ୍ରତିଭାବାନ୍ ମହିଳାଙ୍କୁ “ସୁଷମା ସ୍ଵରାଜ” ସମ୍ମାନ ରେ ସମ୍ମାନିତ କରିଥିଲେ I ଡାକ୍ତର ସୁଚିତ୍ରା ଦାଶ, ଡିଏସପି ସନ୍ତୋଷିଣୀ ଓରାମ୍, ଶିବାନୀ ଦାସ, ସୀତା ଜେନା,ମଧୁସ୍ମିତା ପାତ୍ର,ଶୈଲଜା, ସ୍ବର୍ଣ୍ଣପ୍ରଭା ପାଢୀ,ଶୁଭଶ୍ରୀ ସାବତ,ଗୌରୀ ପାତ୍ର,ରଶ୍ମିତା ଦଲେଇ,ଆଇସା ପାତ୍ର,ସରସ୍ଵତୀ ପାତ୍ର,ତୃପ୍ତି ରାଣୀ ମହାରଣା,ସୁନିତା ନାୟକ, ଅନୁରାଧା ସାହୁ, ଲୋପା ସାମଲ,ମନୋରମା ମହାରଣା,ସନ୍ତୋଷିଣୀ ବେହେରା,ଉଷା ରାଣୀ ମହାପାତ୍ର, ଟ୍ବୁଇଙ୍କଲ ଗମାଙ୍ଗ, ନିବେଦିତା ପାଢୀ,ଉମା ନାୟକ,ଅଲକା ସାହୁ,ମୀନତି ରଥ ପ୍ରଭୃତି ଙ୍କୁ ସମାଜରେ ସେବା,ସାହିତ୍ୟ,ଶିକ୍ଷା,କ୍ରୀଡା କ୍ଷେତ୍ରରେ ଅତୁଳନୀୟ କାର୍ଯ୍ୟ ପାଇଁ “ସୁଷମା ସ୍ଵରାଜ” ସମ୍ମାନରେ ସମ୍ମାନିତ କରାଯାଇଥିଲା I

LEAVE A REPLY

Please enter your comment!
Please enter your name here