ପୋଲସରା, ୧୬/୦୩/୨୦୨୩: ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ବେଲଗାଁ ପଞ୍ଚାୟତ ଅନ୍ତରଗତ ଡିମ୍ବିରିଆ ଗ୍ରାମର ବଡ଼ସାହି ନିବାସୀ ଶତ୍ରୁଘ୍ନ ସାହୁଙ୍କ ବୁଧବାର ପୂର୍ବାହ୍ନ ପ୍ରାୟ ଦଶ ଘଣ୍ଟା ସମୟରେ ପରଲୋକ ହୋଇଯାଇଛି। ସେ ଗତ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିବା ସହ ଶଯ୍ୟାଶାୟୀ ଥିଲେ। ସେ ଜଣେ ମିଷ୍ଟଭାଷି, ପରୋପକାରୀ, ସମାଜସେବୀ, ଗ୍ରାମ୍ୟ କମିଟି ସଭାପତି, ରାଜଶ୍ରୀ ବଳାସି ସମାଜ ସଭାପତି ତଥା ଜଣେ ଶ୍ରେଷ୍ଠ ମଞ୍ଚ କଳାକାର ଭାବେ ପରିଚିତଥିଲେ। ସତୁରି ଦଶକରୁ ନବେ ଦଶକ ମଧ୍ୟରେ, ଜଣେ କଳାକାର ଭାବେ ମଞ୍ଚନାଟକରେ ବିଭିନ୍ନ ଭୂମିକାରେ ଅଭିନୟ କରି ସାଧାରଣରେ ବହୁ ଲୋକ ପ୍ରିୟ ହୋଇ ପାଇରିଥିଲେ। ସେତେବେଳେ ସେ ଘଟତକଚ ଭୂମିକା ଓ ରକ୍ତ ଚାବୁକର ମାଲିକ ଅନନ୍ତ ଡାକୁ ଭୂମିକାରେ ଅଭିନୟ କରି ଜନମାନସରେ ବେଶ ପରିଚିତ ହୋଇ ପାରିଥିଲେ। ତାଙ୍କର ନିଖୁଣ କଳା ପରିବେଷଣ ଯୋଗୁ ତାଙ୍କୁ ଲୋକମାନେ ଘଟତକଚ ନାମରେ ପରିଚିତଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ବୟାଅଶି ବର୍ଷ ହୋଇଥିଲା। ତାଙ୍କ ମର ଶରୀର ନିକଟରେ ତାଙ୍କର ପୁତ୍ର କୃଷ୍ଣ ଚନ୍ଦ୍ର ସାହୁ, ପୁତ୍ରବଧୂ, ଚାରିଝିଅ, ଜ୍ୱାଇଁ, ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ। ତାଙ୍କ ମର ଶରୀରକୁ ଶେଷ ଦର୍ଶନ କରିବାପାଇଁ ଅଂଚଳର ବହୁ ବିଶିଷ୍ଟ ବ୍ୟକ୍ତି ମାନେ ତାଙ୍କ ବାସଭବନକୁ ଯିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ଗ୍ରାମ ନିକଟ ବାଘୁଆ ନଦୀ ତଟସ୍ଥ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।