ଆମ୍ବପୁର ପରେ ଆମୁଣ୍ଡି ରେ ବିଜେପି ର ମିଶ୍ରଣ ପର୍ବ

0
159

ପାତ୍ରପୁର,୧୯/୦୩/୨୦୨୩:
ପାତ୍ରପୁର ବ୍ଳକ ଖରଣୀପଡ଼ା ପଞ୍ଚାୟତ ଅନ୍ତର୍ଗତ ଆମୁଣ୍ଡି ଗ୍ରାମରେ ଚିକିଟି ନିର୍ବାଚନ ମଣ୍ଡଳୀ ର ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ବର୍ଷ ଧରି ଉକ୍ତ ଗ୍ରାମରେ କେବଳ ବିଜୁ ଜନତା ଦଳର ଦବଦବା ଚାଲିଥିଲା। ମନୋରଞ୍ଜନ ଦ୍ୟାନ ସାମନ୍ତରା ଙ୍କ କାର୍ଯ୍ୟଶୈଳୀ ରେ ଅନୁପ୍ରାଣିତ ହୋଇ ଶାସକ ଦଳର ଚାପରେ ଭୟଭୀତ ନ ହୋଇ ୩୯ ପରିବାର ରୁ ଅଧିକ ଗ୍ରାମବାସୀ ସହମତ ରେ ଆଜି ବିଜେପି ରେ ସାମିଲ ହୋଇଛନ୍ତି। ଉକ୍ତ ମିଶ୍ରଣ ପର୍ବ ରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନ ସାମନ୍ତାରା, ବିଜେପି ଜିଲ୍ଲା ଉପସଭାପତି ୱାଇ. ମୋହନ ରାଓ, ପାତ୍ରପୁର ଜୋନ ଜିଲ୍ଲା ପରିଷଦ ସଭ୍ୟ ଏମ.କାମରାଜୁ,ସୁରଙ୍ଗି ମଣ୍ଡଳ ସଭାପତି ରଞ୍ଜନ ପ୍ରଧାନ, ଚିକିଟି ଏନ ଏ ସି ସଭାପତି ଅନନ୍ତ ପାଣିଗ୍ରାହୀ, ଚିକିଟି ଯୁବ ସଙ୍ଗଠକ ଦେବଦତ ପଣ୍ଡା ଙ୍କ ସହ ଅନେକ ବିଜେପି କର୍ମୀ ଉପସ୍ଥିତ ଥିଲେ। ନୂତନ ଭାବେ ଯୋଗ ଦେଇଥିବା ଗ୍ରାମବାସୀ ମାନଙ୍କୁ ବିଜେପି ପରିବାର ତରଫରୁ ସ୍ବତନ୍ତ୍ର ଭାବେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିପରି ଦୁଇ ଦିନ ତଳେ ଆମ୍ବପୁର ପଂଚାୟତ ର ବିଭିନ୍ନ ଗ୍ରାମରୁ ବି ଜେ ଡି ଦଳର ସକ୍ରିୟ ଥିବା ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ଼ ମେମ୍ବର ଙ୍କ ପରିବାର ସମେତ ଏକାଧିକ ବି ଜେ ଡି କର୍ମୀ କନ୍ଧ ବିଜୟ ପୁର ଠାରେ ଆୟୋଜିତ ସାଂଗଠନିକ ସଭା ରେ ବି ଜେ ପି ରେ ମିଶିଥିଲେ।

LEAVE A REPLY

Please enter your comment!
Please enter your name here