ପିପୁଲ୍ସ ପ୍ରେସ୍ ଟ୍ରଷ୍ଟର ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ;ସାମ୍ବାଦିକ ମାନେ ପ୍ରକୃତରେ ଜାଗ୍ରତ ପ୍ରହରୀ ।

0
184

ବ୍ରହ୍ମପୁର,୧୯/୦୩/୨୦୨୩: ଗଣମାଧ୍ୟମର ପ୍ରତିନିଧି ମାନେ ସମାଜ ପ୍ରତି ଜାଗ୍ରତ ପ୍ରହରୀ ଭଳି କାମ କରନ୍ତି। ସେମାନଙ୍କୁ ଉଚିତ ସମ୍ମାନ ପ୍ରଦାନ କରାଯିବା ଉଚିତ ବୋଲି ଆଜି ପିପିଟି ର ତୃତୀୟ ବାର୍ଷିକ ଉତ୍ସବକୁ ଉଦ୍‌ଘାଟନ କରି ରାଜ୍ୟ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ କହିଛନ୍ତି। ପିପିଟି ସଭାପତି ଦେବସ୍ମିତା ମହାନ୍ତି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସମ୍ମାରୋହ ରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପିପିଟି ସମ୍ପାଦକ ସମରଜିତ ମହାନ୍ତି ସମ୍ପାଦକୀୟ ବିବରଣୀ ପାଠରେ ପିପିଟିର ଗତ ଏକ ବର୍ଷର ବିବିଧ ଜନହିତକର ଓ ସାମ୍ବାଦିକତା କାର୍ଯ୍ୟକଳାପ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ତୃତୀୟ ବାର୍ଷିକ ଉତ୍ସବ ଅବସରରେ ଶ୍ରେଷ୍ଠ ସାମ୍ବାଦିକ ଭାବେ ଡ଼ଃ ଜଗନମୋହନ ମହାପାତ୍ର, ପିପିଟି ସାହିତ୍ୟ ସମ୍ମାନ ଡ଼ଃ ଲଷ୍ମୀନାରାୟଣ ଦାଶ, ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନାଙ୍କୁ ଜନସେବା ସମ୍ମାନ ଓ ପିପିଟି ସଂସ୍କୃତି ସମ୍ମାନରେ ନିରଞ୍ଜନ ସାହୁଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆସିକା ଥାନା ଇନ୍ସପେକ୍ଟର ପ୍ରଶାନ୍ତ କୁମାର ସାହୁ, କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ, ଏଏସପି ସୁବାସ ଚନ୍ଦ୍ର ପଣ୍ଡା ଏବଂ ବୋଲଗଡ଼ ପିପିଟି ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନଙ୍କୁ ଶ୍ରେଷ୍ଠ ଗ୍ରାମାଞ୍ଚଳ ସାମ୍ବାଦିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଉପ ସଭାପତି ବିଘ୍ନେଶ୍ୱର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସ୍ବପନେସ୍ୱର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରୁଥିଲେ।

LEAVE A REPLY

Please enter your comment!
Please enter your name here