ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ବିଶ୍ୱ ଘର ଚଟିଆ ଦିବସ ପାଳିତ

0
149

ବ୍ରହ୍ମପୁର, ୨୦/୦୩/୨୦୨୩:
ପ୍ରତିବର୍ଷ ମାର୍ଚ୍ଚ ମାସ କୋଡିଏ ତାରିଖକୁ ସାରା ବିଶ୍ୱବ୍ୟାପୀ ଘର ଚଟିଆ ସୁରକ୍ଷା ପାଇଁ ଉତ୍ସର୍ଗ ହୋଇଛି l ଘର ଚଟିଆ ବଂଶ ସୁରକ୍ଷା ପାଇଁ ବିଭିନ୍ନ ଅନୁଷ୍ଠାନ ବର୍ଷ ବ୍ୟାପି ଅହରହ ଉଦ୍ୟମ ଚଳାଇଛନ୍ତି । ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁଣ୍ଠବନ୍ଧ ଗ୍ରାମର ଆଞ୍ଚଳିକ ବିକାଶ ପରିଷଦ ଦୀର୍ଘ ଏଗାର ବର୍ଷ ଧରି ଘର ଚଟିଆ ସୁରକ୍ଷା ପାଇଁ ଗଞ୍ଜାମ ଓ ଗଜପତି ଜିଲ୍ଲାର ପଞ୍ଚତିରିଶି ସ୍ଥାନରେ ସୁରକ୍ଷା ଓ ସଂରକ୍ଷଣ ଦିଗରେ କାର୍ଯ୍ୟକ୍ରମ କରିଆସୁଛି, ସଂରକ୍ଷଣ ଦ୍ୱାରା ସେମାନଙ୍କ ବଂଶ ବୃଦ୍ଧି ଘଟିଛି ।ଆଜି ବିଶ୍ୱ ଘର ଚଟିଆ ଦିବସ ଉପଲକ୍ଷେ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଓ ବ୍ରହ୍ମପୁର ସବୁଜ ବାହିନୀ ସହଯୋଗରେ ବିଶ୍ବ ଘର ଚଟିଆ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଶ୍ରୀ ସନି ଖୋକର ଯୋଗ ଦେଇ କାର୍ଯ୍ୟକ୍ରମର ମୁଖ୍ୟ ଉର୍ଦ୍ଧେଶ୍ୟ ଓ ଆବଶକ୍ୟତା ବିଷୟରେ ଲୋକଙ୍କୁ ବୁଝାଇ ଥିଲେ । ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ରଜତ ମିଶ୍ର,ସ୍ଥାନୀୟ କର୍ପୋରେଟର ଶ୍ରୀ ସନ୍ତୋଷ କୁମାର ସେଠୀ, ସ୍ବେଛାସେବୀ ଭଗବାନ ସାହୁ ଯୋଗଦାନ କରିଥିଲେ l ବନଖଣ୍ଡ ଅଧିକାରୀଙ୍କ ଉପସ୍ଥିତିରେ ଲୋକମାନଙ୍କୁ ଘର ଚଟିଆଙ୍କ ପାଇଁ କୃତ୍ରିମ ବାସ, ଖାଦ୍ୟ ସ୍ଥଳୀ ଓ ପଶୁପକ୍ଷୀଙ୍କ ତୃଷ୍ଣା ନିବାରଣ ନିମନ୍ତେ ପାଣି ପାତ୍ର ବଣ୍ଟନ କରାଯିବା ସଙ୍ଗେ ସଙ୍ଗେ ଲୋକଙ୍କ ଦୁଆର ମୁହଁରେ ଏଗୁଡ଼ିକୁ ସ୍ଥାପନ କରାଯାଇଥିଲା l ଶ୍ରୀ ଖୋକର ଘରକୁ ଘର ବୁଲି କୃତ୍ରିମ ଘର ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ବିକାଶ ପରିଷଦର ସମ୍ପାଦକ ବିଜେନ୍ଦ୍ର ମାଝୀ ସଭାପତିତ୍ୱ କରିଥିବା ବେଳେ ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ,ସମ୍ପାଦକ ଏ. ପ୍ରକାଶ ,ଇଷାଣେଶ୍ୱର ପାଠାଗାର ସଭାପତି ବନମାଳୀ ପ୍ରଧାନ, ସଞ୍ଜୟ ପାତ୍ର, ସତ୍ୟ ନାରାୟଣ ଜେନା, ସରୋଜ ପାତ୍ର,ଧର୍ମରାଜ ପାତ୍ର, ସିଲୁ ମହାନ୍ତି, ରଞ୍ଜନ ବେହେରା, ସାଗର ସାହା, ଗଣେଷ ପାଣିଗ୍ରାହୀ,ସୁନୀଲ କୁମାର ଓ ପ୍ରହଲ୍ଲାଦ ନଗରବାସୀ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

LEAVE A REPLY

Please enter your comment!
Please enter your name here