ଦଶମ ଶ୍ରେଣୀର ସମେଟିଭ – ୨ ପରୀକ୍ଷାରେ ଘଟିଥିବା ଗୁରୁତର ତୃଟି ପ୍ରତିବାଦରେ ଦଶମ ବୋର୍ଡ କାର୍ଯାଳୟ ସମ୍ମୁଖରେ ଏ. ଆଇ. ଡି. ଏସ. ଓ.ର ବିକ୍ଷୋଭ

0
106

ବ୍ରହ୍ମପୁର,ତା୦୨୦/୦୩/୨୦୨୩: ଆଜି ଏ ଆଇ ଡି ଏସ ଓ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଦଶମ ବୋର୍ଡ ଅଫିସ ସମ୍ମୁଖରେ ଦଶମ ଶ୍ରେଣୀର ସମେଟିଭ – ୨ ପରୀକ୍ଷାରେ ଘଟିଥିବା ଗୁରୁତର ତୃଟି ବିରୁଦ୍ଧରେ ବିକ୍ଷୋଭ ଅନୁଷ୍ଠିତ ହେବା ସହ ଏକ ଦାବି ପତ୍ର ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ,ସଭାପତିଙ୍କୁ ଡେପୁଟି ସେକ୍ରେଟାରୀ ଜରିଆରେ ପ୍ରଦାନ କରାଯାଇଛି lସୂଚନା ଥାଉକି, ଚଳିତବର୍ଷ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷା ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରରେ ଯେଉଁଭଳି ବ୍ୟାପକଭାବେ ତ୍ରୁଟି ପରିଲକ୍ଷିତ ହୋଇଛି ତାହା ଅତ୍ୟନ୍ତ ନିନ୍ଦନୀୟ। ଯେହେତୁ ମ୍ୟାଟ୍ରିକ ପରୀକ୍ଷା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଢିବାର ପ୍ରଥମ ପାହାଚ ତେଣୁ ବିଭିନ୍ନ ସମୟରେ ପରୀକ୍ଷା ପରିଚାଳନା କ୍ଷେତ୍ରରେ ତ୍ରୁଟି ଏବଂ ବୋର୍ଡ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ ଛାତ୍ରଛାତ୍ରୀମାନଙ୍କୁ ଆଶଙ୍କା ଭିତରକୁ ଠେଲି ଦେଉଛି। ଏହିଭଳି ଏକ ଗୁରୁତ୍ବପୂର୍ଣ୍ଣ ତ୍ରୁଟିକୁ ବୋର୍ଡ଼ କର୍ତ୍ତୃପକ୍ଷ ଗଣମାଧ୍ୟମ ସାମ୍ନାରେ ଏହା ଏକ ମୁଦ୍ରଣ ଜନିତ ତ୍ରୁଟି ଦର୍ଶାଇବା ଓଡ଼ିଶାର ସମସ୍ତ ଶିକ୍ଷାପ୍ରେମୀ ଜନଗଣଙ୍କୁ ବ୍ୟଥିତ କରିଛି। ଏଆଇଡିଏସଓ ତରଫରୁ ଏହି ଅକ୍ଷମଣୀୟ ତ୍ରୁଟିକୁ ନିନ୍ଦା କରିବା ସହିତ ଦଶମ ଶ୍ରେଣୀ ସମ୍ମେଟିଭ-୨ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ପ୍ରଶ୍ନପତ୍ର ପ୍ରକାଶନରେ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା,ତ୍ରୁଟିପୂର୍ଣ୍ଣ ପ୍ରଶ୍ନପତ୍ର ପାଇଥିବା ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଖାତାର ସଠିକ ମୂଲ୍ୟାୟନ କରି ଫଳ ପ୍ରକାଶନ କରିବା, ବୋର୍ଡର ପ୍ରଶ୍ନପତ୍ର ପ୍ରକାଶନ ଓ ସମ୍ପୂର୍ଣ୍ଣ ପରୀକ୍ଷା ପରିଚାଳନାରେ ଆଉଟ ସୋର୍ସିଙ୍ଗ ବନ୍ଦ କରିବା ଓ ବୋର୍ଡ କର୍ତ୍ତୃପକ୍ଷ ନିଜର ଖାମଖିଆଲି ମନୋବୃତ୍ତିରୁ ନିବୃତ୍ତ ରହିବାକୁ ଦାବି କରାଯାଇଛି l
ଆଜିର ଏହି କାର୍ଯ୍ୟକ୍ରମରେ ଏ ଆଇ ଡି ଏସ ଓ ଗଞ୍ଜାମ ଜିଲ୍ଲା ସଭାପତି ନିମାଇଁ ଚରଣ ସାହୁ, ସମ୍ପାଦକ ନାରାୟଣ ସାହୁ, ଉପସଭାପତି ପପୁନ ସାହୁଙ୍କ ସମେତ କିଶନ କୁମାର ସାହୁ, ଡି ତିରୁପତି ଦୋରା, କାମରାଜ ସାହୁ,ସୁଭାସ୍ମିତା ପାଣିଗ୍ରାହୀ ଆଦି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here