ମ୍ୟାଟ୍ରିକ ପରୀକ୍ଷା ରେ ହୋଇଥିବା ବିଭ୍ରାଟ ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚା ର ବିକ୍ଷୋଭ

0
77

ବ୍ରହ୍ମପୁର,୨୦/୦୩/୨୦୨୩: ଚଳିତ ମ୍ୟାଟ୍ରିକ ପରୀକ୍ଷା ରେ ସର୍ବାଧିକ ଅନୁପସ୍ଥିତ ଥିବାରେ ରେକଡ୍ କରିଛି ଏହାସହ ପ୍ରତିବର୍ଷ ପ୍ରଶ୍ନ ପତ୍ର ଲିକ୍ ହେବା ଗୋଟିଏ ସାଧାରଣ ଘଟଣା ହୋଇଥିବା ବେଳେ ଶିକ୍ଷା ବିଭାଗ ଚିନ୍ତା ପ୍ରକଟ କରିବା ବଦଳରେ ବୋର୍ଡ ଓ ଶିକ୍ଷା ବିଭାଗ ର ଅପାରଗତା ଆଖି ଆଗରେ ଜଳଜଳ ହୋଇ ଦିଶୁଛି। ପ୍ରଥମ ସିମ୍ମେଟିଭ୍ ରେ ପରୀକ୍ଷା ଦେଇଥିବା ବିଦ୍ୟାର୍ଥୀ ଦ୍ୱିତୀୟ ସିମ୍ମେଟିଭ୍ ରେ ଆସୁନାହାନ୍ତି କିଏ ବାଲ୍ୟ ବିବାହ କରିସାରିଛି ତା ପେଟ ପାଟଣା ପାଇଁ ଶିଶୁ ଶ୍ରମିକ ହୋଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛି, ଏଥି ପ୍ରତି ନା ଶିକ୍ଷା ବିଭାଗ ନା ବୋର୍ଡ କୌଣସି ପଦକ୍ଷେପ ନେଇଥିବା ଦୃଷ୍ଟିଗୋଚର ହେଉ ନାହିଁ ଯାହା ଆଜି ହାଜର ହଜାର ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟତ କୁ ଅନ୍ଧାର ରେ ଠେଲି ଦେଉଛି ତାଠୁ ବଳି ଯାଇଛି ପ୍ରଶ୍ନ ପତ୍ର ଲିକ୍। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲିକ୍ ହୋଇଛି ଏବଂ ସାମାଜିକ ଗଣମାଧ୍ୟମ ରେ ବୁଲିବା ଦୃଷ୍ଟି ଗୋଚର ହୋଇଛି କିନ୍ତୁ କାଗଜ କଲମ ର ତଦନ୍ତ ରେ ସୀମିତ ଶିକ୍ଷା ବିଭାଗ ମନ୍ତ୍ରୀ କହିଛନ୍ତି ମୁଦ୍ରଣ ଜନିତ କିନ୍ତୁ ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟତ ସହ ଖେଳି ମୌଳିକ ସୁବିଧା ମଧ୍ୟ ନ ଦେଇ ପାରିବା ହାସ୍ୟାସ୍ପଦ। ବାରମ୍ବାର ଯୁବମୋର୍ଚ୍ଚା ର ଦାବି ସତ୍ତ୍ୱେ ନ ଚେତିବା ଏ ସରକାର ର ଅଭ୍ୟାସ ବୋଲି ଯୁବ ମୋର୍ଚ୍ଚା କର୍ମକର୍ତ୍ତା ମାନେ କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ସ୍ୱାସ୍ଥ୍ୟସେବା ଦେବାରେ ଅକ୍ଷମ କିନ୍ତୁ ତା ଠୁ ବଳି ଯାଇଛି ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟତ ସହ ଖେଳିବା। ଏହାକୁ ଦୃଷ୍ଟି ରେ ରଖି ଆଜି ଗୋଷାଇଁନୁଆଗାଁ ଯୁବମୋର୍ଚ୍ଚା ପକ୍ଷରୁ ଶିକ୍ଷାମନ୍ତ୍ରୀ ସମୀର ଦାଶ ଙ୍କ କୁଶ ପତ୍ତଳିକା ଦାହ ସହ ଚେତାବନୀ ଦିଆ ଯାଇଥିଲା। ଏ ସରକାର ଏଭଳି ଆଚରଣ କରେ ନୈତିକତା ଦୃଷ୍ଟି ରୁ ମନ୍ତ୍ରୀ ଇସ୍ଥଫା ଦିଅନ୍ତୁ ବୋଲି ଦାବି କରିଥିଲେ।ଶିବ କୁମାର ନାୟକ ,କାହ୍ନୁଚରଣ ପତି,ଗଙ୍ଗାଧର ସାଥପତି ,ସୁବାଷ ସାହୁ ,ରାମକୁମାର ପାତ୍ର ,ପ୍ରଭାତ ଷଡ଼ଙ୍ଗୀ ,କୃଷ୍ଣ ଚୌଧୁରୀ ,ସୁମିତ ପାତ୍ର ,ଦୀପକ ନାୟକ ,ସଂଜୀବ ପାତ୍ର ,ସୁନୀଲ ନାୟକ , ରାଜେଶ୍ୱର ମହାପାତ୍ର ,ସୂର୍ଯ୍ୟ ପାତ୍ର ,ଅନୁଜା ନନ୍ଦ ,ରବି ନାରାୟଣ ସାବତ ,ରବି ରାଓ ,ସୋମନାଥ ପାତ୍ର ,ଶାନ୍ତସୀ ଦାସ, ମନୋଜ ମହାରଣା ,ରାକେଶ ସାବତ ,ରାମଚନ୍ଦଦାସ ,ଶ୍ରୀରାମ ଦୀନଦୟାଲ ,ରତ୍ନଗର୍ବ ସରସ୍ବତୀ ଦେବୀ ,ସବିତା ନାୟକ ,ରବୀନ୍ଦ୍ର ସାହୁ ,ପି.ଚନ୍ଦ୍ର ପାତ୍ର ,ବିନୋଦ ବେହେରା,ଭବାନୀ ଆଚରି ,ସ୍ବୀଟି , ଶ୍ରୀନିବାସ ମଣ୍ଡଳ , ଅଭିମନ୍ୟୁ ସାହୁ ,ନୀଳମଣି ପାଣିଗ୍ରାହୀ ,କେ.ରୋହିତ ,ଏଚ.ଗୋପୀ ,ଏମ.ନାରାୟଣ ,ଏମ.ସରଇ ,ତ୍ରୀନାଥ ରେଡଡି ,ଏମ. ପଣ୍ଡା ,ଅଶୋକ ବେହେରା ,ସୁନୀଲ ବେହେରା ,ବାବୁ ପାତ୍ର,ନିଖିଳ ପାତ୍ର ,ମାଧବ ସାହୁ ,ଲିଙ୍ଗରାଜ ସାହୁ ,ଜି.ଅଜୟ ପାତ୍ର ,ଜି.ବିଜୟପାତ୍ର ,ଶ୍ରୀଧର କୁମାର ମିଶ୍ର ,ସୁନିତା ବେହେରା ,ମନୋଜ ବେହେରା ,ରଜତ ପଣ୍ଡିତ ,ଅନିଲ ରାଓ, ବୀରେନ୍ଦ୍ର ମୋଲାନା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here