ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ବିଶ୍ୱ ବନ ଦିବସ ଓ ଜଙ୍ଗଲ ନିଆଁ ନିବାରଣ କାର୍ଯ୍ୟକ୍ରମ ।

0
155

ବ୍ରହ୍ମପୁର,୨୧/୦୩/୨୦୨୩:ଜଙ୍ଗଲ ସୁରକ୍ଷା ସଚେତନତା ବାର୍ତ୍ତାକୁ ନେ଼ଇ ମାର୍ଚ୍ଚ ୨୧ ତାରିଖକୁ “ବିଶ୍ୱ ବନ ଦିବସ” ରୂପେ ବିଶ୍ବବ୍ୟାପୀ ପାଳନ କରାଯାଏ। “ବିଶ୍ୱ ବନ ଦିବସ” ଅବସରରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ କାନ୍ତିଗୁଡା ଗ୍ରାମରେ ଜଙ୍ଗଲ ନିଆଁ ନିବାରଣ ଓ ଏହାର ସମ୍ପୂର୍ଣ୍ଣ ଆୟତ୍ତ ଉପରେ ବାର୍ତ୍ତା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୁପେ ବ୍ରହ୍ମପୁର ରେଞ୍ଜର ରଜତ କୁମାର ମିଶ୍ର ଯୋଗ ଦେଇ ଗ୍ରାମବାସୀଙ୍କୁ ଜଙ୍ଗଲ ନିଆଁ ମୁକାବିଲା ସହ ଅନ୍ୟାନ୍ୟ ଜଙ୍ଗଲ ସମ୍ପଦ ଗୁରୁତ୍ୱ ବିଷୟରେ ସଚେତନ କରାଇଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କାମିନୀ ନାୟକ, ସରପଞ୍ଚଙ୍କ ପ୍ରତିନିଧି ଭାବେ ଟୁନା ନାୟକ, ରାମଗୁଡା ବନାଞ୍ଚଳ ଫରେଷ୍ଟର ରୂପକ ପ୍ରଧାନ ଏବଂ କାନ୍ତିଗୁଡା ଗ୍ରାମ ନିକଟବର୍ତ୍ତୀ ଦୁଇଟି ଗ୍ରାମର ଭିଏସଏସ ତଥା ବନ ସଂରକ୍ଷଣ ସମିତିର ସଭାପତିଙ୍କୁ ନେଇ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଦେଶର ଅନ୍ୟାନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଅଧିକ ପରିମାଣରେ ଜଙ୍ଗଲରେ ନିଆଁ ଲାଗୁ ଥିବାରୁ ତାହାକୁ କିଭଳି ନିୟନ୍ତ୍ରଣରେ ରଖାଯିବ ସହ ଜଙ୍ଗଲ ଉପରେ ଅଧିକ ନିର୍ଭରଶୀଳ ହେଉଥିବା ସ୍ଥାନୀୟ ଅଧିବାସୀଙ୍କୁ ଅନ୍ୟାନ୍ୟ ରୋଜଗାର ପନ୍ଥା ଅବଲମ୍ବନ କରିବାକୁ ବ୍ରହ୍ମପୁର ସବୁଜ ବାହିନୀ ତରଫରୁ ଅନୁରୋଧ କରଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସ୍ଥାନୀୟ ସରପଞ୍ଚ ସରକାରଙ୍କ ବିଭିନ୍ନ ଲୋକ କଲ୍ୟାଣ ଯୋଜନାଗୁଡ଼ିକ ଲୋକଙ୍କ ନିକଟରେ ପହଞ୍ଚାଇବା ନେଇ ପ୍ରତିଶୃତି ଦେଇଥିଲେ ଯାହା ଦ୍ୱାରା ସ୍ଥାନୀୟ ଅଧିବାସୀ ଜଙ୍ଗଲ କାଠ ଓ ଅନ୍ୟାନ୍ୟ ଜଙ୍ଗଲ ସାମଗ୍ରୀ ଉପରେ ନିର୍ଭରଶୀଳ ରହିବେ ନାହିଁ; ଜଙ୍ଗଲ ମଧ୍ୟ ସୁରକ୍ଷିତ ରହିପାରିବ। ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ ସଭାପତିତ୍ବ କରିଥିବାବେଳେ ସମ୍ପାଦକ ଏ ପ୍ରକାଶ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସଂଗଠନର ଅନ୍ୟାନ୍ୟ ସଦସ୍ୟ ଭାବେ ପି ବିନୋଦ, ପି କିରଣ କୁମାର, କେ କବିତା, ଏସ ରବି କୁମାର, ଆକାଶ ରାଉତ, ପ୍ରଣୟ ସାହୁ, ପ୍ରସନ୍ନ କୁମାର ସ୍ବାଇଁ, ସୁଜିତ ଗୌଡ ଏବଂ ରାମଗୁଡା ବନାଞ୍ଚଳର ବନକର୍ମଚାରୀ ମାନେ ଯୋଗଦେଇଥଲେ।

LEAVE A REPLY

Please enter your comment!
Please enter your name here