ଚିକିଟିରେ ବିଶ୍ୱଶାନ୍ତି ବୈଦିକ ଘୃତଯଜ୍ଞ ଓ ବେଦ ପ୍ରବଚନ

0
144

ଚିକିଟି, ୨୨/୦୩/୨୦୨୩ : ହିନ୍ଦୁ ନବବର୍ଷ ଅବସରରେ ଚିକିଟି ବେଦମନ୍ଦିର ପକ୍ଷରୁ ବୁଧବାର ଦିନ ବିଶ୍ୱଶାନ୍ତି ବୈଦିକ ଘୃତଯଜ୍ଞ ଓ ବେଦ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ବେଦ ମନ୍ଦିରର ନୂତନ ଗୃହ ଉଦଘାଟନ କରାଯାଇଛି । କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଡ଼. ସୁଦର୍ଶନ ଦେବ ଆଚାର୍ଯ୍ୟ ଯୋଗଦେଇ ଯଜ୍ଞ ଓ ଯୋଗର ମହତ୍ତ୍ୱ ବିଷୟରେ ବୁଝାଇ କହିବା ସହିତ ବେଦ ପ୍ରବଚନରେ ଉପସ୍ଥିତ ଶତାଧିକ ବେଦପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଆଚାର୍ଯ୍ୟ ଶୃତିପ୍ରିୟ ଓ ବାମଦେବଜୀ ଯଜ୍ଞ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପରିଚାଳନା କରିଥିଲେ । ଚିକିଟି ବେଦ ମନ୍ଦିରର ନୂତନ ଗୃହକୁ ଏନଏସି ଅଧକ୍ଷା ଦୀପା କୁମାରୀ ସାହୁ ଓ ଚିକିଟି ଏସ୍ ଡି ପି ଓ କୃଷ୍ଣଚନ୍ଦ୍ର ବାତ୍ରାଙ୍କ ଉପସ୍ଥିତିରେ ବୈଦିକ ମନ୍ତ୍ର ଉଚ୍ଚାରଣ ସହ ଶୁଭ ଉଦଘାଟନ କରାଯାଇଥିଲା । ଅତିଥିଙ୍କ ସହିତ ଚିକିଟି ବେଦ ମନ୍ଦିରକୁ ସହଯୋଗର ହାତ ବଢ଼େଇଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଚିକିଟି ବେଦ ମନ୍ଦିରର ସଭାପତି ଧର୍ମା ରେଡ୍ଡୀ, ସମ୍ପାଦକ ଭଗବାନ ସାହୁ, ଅଜିତ କୁମାର ପଣ୍ଡା, ହରିଶ୍ ପ୍ରଧାନ , କୁରା ପ୍ରଧାନ, ଧର୍ମା ସାହୁ, ରଘୁନନ୍ଦନ ସାହୁ, ଦୁର୍ଗା ପ୍ରସାଦ ସୁବୁଦ୍ଧି, କୃଷ୍ଣଚନ୍ଦ୍ର ସାହୁ, ସନାତନ ପ୍ରଧାନ, କେ.ସୀମାଞ୍ଚଳ, ସନ୍ତୋଷ ସାହୁ, ସୁନୀଲ ସେଠୀ, ପ୍ରଭାତ ପ୍ରଧାନ,ସୀମାଞ୍ଚଳ ସାହୁ,ପଦ୍ମାବତୀ ସାହୁ, ଅମିତା ପ୍ରଧାନ, ଜସ୍ମିତା ମହାନ୍ତି, ଅହଲ୍ୟା ସୁବୁଦ୍ଧି, ସବିତା ଗୌଡ଼, ବାସନ୍ତୀ ସାହୁ, ରୀନା ସାହୁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here