“ବିଶ୍ୱ ଜଳ ଦିବସ” ଅବସରରେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ମାଧ୍ୟମରେ ଜଳ ସୁରକ୍ଷା ଅଭିଯାନ।

0
61

ବ୍ରହ୍ମପୁର,୨୨/୦୩/୨୦୨୩:ଆଜିର ଦିନ କୁ “ବିଶ୍ୱ ଜଳ ଦିବସ” ଭାବେ ୧୯୯୩ ମସିହାରୁ ପ୍ରତ୍ୟେକ ବର୍ଷ ପାଳନ ହୋଇଆସୁଛି। ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ ସୁକୁଣ୍ଡା ଗ୍ରାମ ନିକଟବର୍ତ୍ତୀ ଥିବା ହଜରେ “ବିଶ୍ୱ ଜଳ ଦିବସ” ପାଳିତ ହୋଇଅଛି। ଏହି ହଜରେ ପୁର୍ବରୁ ୪୦୦ରୁ ଉର୍ଦ୍ଧ୍ବ ମୂଲ୍ୟବାନ ଓ ଔଷଧୀୟ ବୃକ୍ଷ ବ୍ରହ୍ମପୁର ସବୁଜ ଵହିନୀ ଦ୍ୱାରା ରୋପଣ ହୋଇଥିବା ବେଳେ ସେହି ବୃକ୍ଷଗୁଡିକୁ ଜଳର ଅଭାବ ରହିଆସୁଥିଲା। ସେହି ସମସ୍ୟାକୁ ଦୂର କରିବା ପାଇଁ ବ୍ରହ୍ମପୁର ସବୁଜ ବାହିନୀ ନିଜସ୍ଵ ଉଦ୍ୟମରେ ଥରେ ମାତ୍ରକେ ବ୍ଯବହାର ହେଉଥିବା ପରିତ୍ୟକ୍ତ ପ୍ଲାଷ୍ଟିକ ଡ଼ବା, ବୋତଲ ଓ ମେଡିକାଲରେ ବ୍ଯବହାର ହୋଇସାରିଥିବା ସାଲାନ୍ ଆଇଭି ସେଟକୁ ବ୍ଯବହାର କରି ଜଳକୁ ସଂରକ୍ଷଣ କରଯାଇଥିଲା। ପ୍ରଥମେ ଗୋଟିଏ ବୃକ୍ଷକୁ ଥରେ ୧୫ ଲିଟର ଜଳର ଆବଶ୍ୟକ ହେଉଥିବା ବେଳେ ବର୍ତ୍ତମାନ ୫ ଲିଟର ପରିତ୍ୟକ୍ତ ପ୍ଲାଷ୍ଟିକ ଡବା ମାଧ୍ୟମରେ ୪୮ଘଣ୍ଟା ପର୍ଯ୍ୟନ୍ତ କ୍ରମାଗତ ଭାବେ ବୃକ୍ଷକୁ ଜଳ ମିଳିପାରୁଛି ବୋଲି ସଂଗଠନର ସଭାପତି ଶିବରାମ ପାଣିଗ୍ରାହୀ ମତବ୍ୟକ୍ତ କରିବା ସହ ଏହାକୁ ଆପଣାଇବାକୁ ସଂଗଠନ ପକ୍ଷରୁ ବିଭିନ୍ନ ଶିକ୍ଷା ଅନୁଷ୍ଠାନକୁ ସଚେତନ କରଯାଇଥିଲା। ଏଭଳି ପଦ୍ଧତି ଆପଣାଇବା ଦ୍ବାରା ଜଳ ସୁରକ୍ଷା ହେବା ସହ ଅଦରକାରୀ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ଉପଯୋଗୀ ହୋଇପାରିବ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଶ୍ରୀ ସ୍ଵାମୀ ବିବେକାନନ୍ଦ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଜଳ ସଂରକ୍ଷଣର ଏହି ପଦ୍ଧତିକୁ ପ୍ରଶିକ୍ଷଣ ଦେବା ସହ ଏହି ଜଳ ସଂରକ୍ଷଣ ପଦ୍ଧତିକୁ ନିଜ ଘର ବାହାରେ ଥିବା ବୃକ୍ଷ କିମ୍ବା ବଗିଚାରେ ବ୍ୟବହାର କରିବାକୁ କୁହାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଂଗଠନର ସଭାପତି ଶିବରାମ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ଏ ପ୍ରକାଶ ପରିଚାଳନା କରିଥିଲେ । ସଂଗଠନର ଅନ୍ୟାନ୍ୟ ସଦସ୍ୟ ଭାବେ ସହ-ସମ୍ପାଦକ ପି ବିନୋଦ,କୋଷାଧ୍ୟକ୍ଷ ଗଣେଶ ପାଣିଗ୍ରାହୀ,ସୁଜିତ୍ ଗୌଡ,ବନମାଳୀ ପ୍ରଧାନ,ଆକାଶ ରାଉତ,ପ୍ରସନ୍ନ ସ୍ବାଇଁ, ସୂର୍ଯ୍ୟ ନାରାୟଣ ପାତ୍ର ଓ ରାମହରି ସେଠୀ ପ୍ରଭୃତି ସଦସ୍ୟ ଏହି ସଚେତନତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here