ମାଆ ଚାମୁଣ୍ଡେଶ୍ୱରୀ ପୀଠରେ ବାସନ୍ତୀକ ନବରାତ୍ର

0
175

ଦିଗପହଣ୍ଡି, ୨୨/୦୩/୨୦୨୩ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହର ଉପକଣ୍ଠ ଚାଙ୍ଗୁଡିଦେଇ ପର୍ବତ ଶିଖରରେ ମାଆ ଚାମୁଣ୍ଡେଶ୍ୱରୀଙ୍କ ପୀଠରେ ବାସନ୍ତିକ ନବରାତ୍ର ପୂଜା ବୁଧୁବାର ଠାରୁ ଆରମ୍ଭ ହୋଇଯାଇଛି । ଏହି ନବରାତ୍ର ପୂଜା ନଅ ଦିନ ବ୍ୟାପି ଅନୁଷ୍ଠିତ ହେବ । ବରେଣ୍ୟ ପଣ୍ଡିତ ବିଶ୍ୱନାଥ ଖାଡ଼ଙ୍ଗାଙ୍କ ତତ୍ଵାବଧାନରେ ଏହି ଯଜ୍ଞ ପରିଚାଳିତ ହେଉଅଛି । ମୁଖ୍ୟ କର୍ତ୍ତା ଭାବେ ପ୍ରକାଶ ଚନ୍ଦ୍ର ଶତପଥୀ ଯଜ୍ଞ ମଣ୍ଡପରେ ବିରାଜମାନ ଥିଲେ । ମାଆ ଙ୍କ ପୂଜକ କୃପାସିନ୍ଧୁ ବାବା ଓ ଅନ୍ତର୍ଯ୍ୟାମୀ ବାବା ପୁରୋହିତଙ୍କୁ ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି । ପ୍ରଥମ ଦିବସରେ ମନ୍ଦିର ଗୃହରେ ଯଜ୍ଞ ଓ ପୂଜା କରାଯାଇଥିଲା । ଆଗାମୀ ୨୮ତାରିଖ ମଙ୍ଗଳବାର ଠାରୁ ଗୁରୁବାର ପର୍ଯ୍ୟନ୍ତ ୩ ଦିନ ବ୍ୟାପି ଅନ୍ନ ଯଜ୍ଞ ଓ ନାମଯଜ୍ଞର ଆୟୋଜନ କରାଯାଇଛି । ଅନ୍ତିମ ଦିବସ ଅର୍ଥାତ ଗୁରୁବାର ଦିନ ଏହି ଯଜ୍ଞ ପୂର୍ଣ୍ଣାହୁତି ହେବ । ଆଲୋକ ସାଜସଜ୍ଜା ଦ୍ୱାରା ସମଗ୍ର ଅଞ୍ଚଳ ଆଲୋକିତ କରାଯାଇଛି । ସନ୍ଧ୍ୟା ସମୟରେ ବହୁ ଭକ୍ତଙ୍କ ସମାଗମ ହୋଇଥାଏ । ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମନ୍ଦିର ପରିଚାଳନା କମିଟି ସଭାପତି ଡଃ. ପ୍ରଫୁଲ ପ୍ରଧାନ, ସମ୍ପାଦକ ଲଲାଟେନ୍ଦୁ ପ୍ରଧାନ, କୋଷାଧକ୍ଷ ମିଲନ ପାଣିଗ୍ରାହୀ ,ଉପ ସଭାପତି ନିରୁପମା ପଟ୍ଟନାୟକ, ସହ ସମ୍ପାଦକ କାଳୁଚରଣ ବେହେରା ପରିଚାଳନା କରୁଛନ୍ତି। ମାଆ ଙ୍କ ପୀଠକୁ ଯିବା ରାସ୍ତା ପାଇଁ ବିଧାୟକଙ୍କ ପାଣ୍ଠିରୁ ୪ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁରୀ ହୋଇଥିବା ଯୋଗୁଁ ଯୁଦ୍ଧ କାଳୀନ ଭିତ୍ତିରେ ପାହାଚ କାର୍ଯ୍ୟ ଚାଲିଛି ।ଏହି ମନ୍ଦିରର ଅନେକ କିମ୍ବଦନ୍ତୀ ରହିଛି । ବଡ଼ ଖେମୁଣ୍ଡି ରାଜ ପରିବାରର ଦାୟଦ ବାବା ଅରିକ୍ଷିତ ଦେବଙ୍କ ସମୟରେ ଏହି ମନ୍ଦିର ନିର୍ମାଣ ହୋଇଥିଲା କିନ୍ତୁ କୌଣସି କାରଣ ବଶତଃ ଏବେ ବି ଏହି ମନ୍ଦିର ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଛି ।ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ମନ୍ଦିର ପରିଚାଳନା କମିଟି ଏବଂ ସହରବାସୀଙ୍କ ପକ୍ଷରୁ ଦାବି କରାଯାଇଛି । ଚାଙ୍ଗୁଡ଼ିଦେଇ ନର୍ସରୀ ଦେଇ ମନ୍ଦିର ଉପରକୁ ଯିବା ପାଇଁ ଏକ ରାସ୍ତା ନିର୍ମାଣ ଯୋଜନା ମଧ୍ୟ କରାଯାଇଛି ।ଏହି ଯଜ୍ଞ ପରିଚାଳନାରେ ଅଜୟ ପ୍ରଧାନ, ଓମ ପ୍ରକାଶ ପାତ୍ର, ପ୍ରଜ୍ଞାନ ଶତପଥୀ, ସୁଧାଂଶୁ ପ୍ରଧାନ, ଗଣେଶ ଚନ୍ଦ୍ର ପଣ୍ଡା, ପ୍ରଦୀପ ଦୋରା, ରାକେଶ ପଶୁପାଳକ, ବିଘ୍ନରାଜ ପ୍ରଧାନ ପ୍ରମୁଖ ସହଯୋଗ କରୁଛନ୍ତି।

LEAVE A REPLY

Please enter your comment!
Please enter your name here