ନବନିଯୁକ୍ତ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ରାଜ୍ୟ ସଭାପତି ସମୀର ମହାନ୍ତି

0
162

ଭୁବନେଶ୍ୱର,୨୩/୦୩/୨୦୨୩: ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା ଆଜି ରାଜ୍ୟ ସଭାପତି ଭାବେ ପୂର୍ବତନ ମନ୍ତ୍ରୀ ଶ୍ରୀ ମନମୋହନ ସାମଲଙ୍କୁ ନିଯୁକ୍ତି ଦେଇଛନ୍ତି । ନବନିଯୁକ୍ତ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି । ଏଥି ସହ ଶ୍ରୀ ମହାନ୍ତି ବିଜେପିର ସମସ୍ତ କାର୍ଯ୍ୟକର୍ତା, ସହଯୋଗୀ, ଗଣମାଧ୍ୟମ ଓ ଶୁଭେଚ୍ଛୁଙ୍କୁ କୃତଜ୍ଞତା ଜଣାଇଛନ୍ତି ।
ଆଭ୍ୟନ୍ତରୀଣ ଗଣତନ୍ତ୍ର ଆଉ ସମ୍ବିଧାନ ଥିବା ଭାରତୀୟ ଜନତା ପାର୍ଟୀ ହେଉଛି ବିଶ୍ୱର ସର୍ବବୃହତ ଓ ଏକ ନମ୍ବର ରାଜନୈତିକ ପାର୍ଟୀ । ଏହାର ସଦସ୍ୟ ୧୮ କୋଟିରୁ ଉର୍ଦ୍ଧ୍ୱ । ଗତ ୨୦୨୦ ମସିହା ଜାନୁଆରୀ ୧୭ ତାରିଖ ଦିନରୁ ରାଜ୍ୟ ସଭାପତି ଭାବେ ଦାୟୀତ୍ୱ ତୁଲାଇ ଆସୁଥିବା ଶ୍ରୀ ମହାନ୍ତିଙ୍କ ଗତ ଜାନୁଆରୀ ମାସରେ କାର୍ଯ୍ୟକାଳ ଅବଧି ପୁରଣ ହୋଇସାରିଥିଲା । ଗତ ୩ବର୍ଷର ଅବଧିରେ ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ପାର୍ଟୀ କୋଭିଡ ସଂକଟର ମୁକାବିଲା କରିବା ସହିତ ଧାମନଗର ଉପନିର୍ବାଚନରେ ପାର୍ଟୀକୁ ବିଜୟୀ କରାଇଥିଲେ । ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଭାବେ ଏବଂ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଲୋକଙ୍କ ସ୍ୱରକୁ ଶାଣିତ ଭାବେ ଉପସ୍ଥାପନା କରୁଥିବା ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ପାର୍ଟୀ ଅନେକ ଉପନିର୍ବାଚନରେ ପାର୍ଟୀର ସ୍ଥିତିକୁ ସୁଦୃଢ କରିବାରେ ସଫଳ ହୋଇଥିଲେ ।
ନବନିଯୁକ୍ତ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ନେତୃତ୍ୱରେ ଆଗାମୀ ଦିନରେ ପାର୍ଟୀର ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ଼ କରିବା ସହ ରାଜ୍ୟରେ ଶାସକ ବିଜୁ ଜନତା ଦଳର ବିକଳ୍ପ ହେବ ବୋଲି ଶ୍ରୀ ମହାନ୍ତି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସମାନ୍ତସିଂହାର ଓ ରାଜ୍ୟ ସଂପାଦିକା ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here