କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ସାମନ୍ତବାଦୀ ମାନସିକତାର ପ୍ରତିଫଳନ – ଧର୍ମେନ୍ଦ୍ର ପ୍ରଧାନ

0
79

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୪/୦୩/୨୦୨୩: କଂଗ୍ରେସ ଦଳ ବିଶେଷ ଭାବେ ରାହୁଲ ଗାନ୍ଧୀଙ୍କ ପରିବାର ସ୍ୱତନ୍ତ୍ର ଆଇପିସି ଓ ନ୍ୟାୟପାଳିକା ଚାହୁଁଛନ୍ତି । ପଛୁଆ ବର୍ଗଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିବା ଏବଂ ବଞ୍ଚିତ ବର୍ଗଙ୍କୁ ନୀଚ୍ଚା ଦେଖିବା କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କ ସାମନ୍ତବାଦୀ ମାନସିକତାର ପ୍ରତିଫଳନ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ନୂଆଦିଲ୍ଲୀ ଠାରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସାର୍ବଜନୀନ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଙ୍ଗିଆକୁ ନେଇ ଅପଶବ୍ଦ ପ୍ରୟୋଗ କଲେ । ଜାତିଆଣ ଆକ୍ଷେପ କରିବା ସହ ଖରାପ ଭାଷା ବ୍ୟବହାର କଲେ । ଏହାକୁ ନେଇ ତାଙ୍କ ବିରୋଧରେ ଦାୟର ହୋଇଥିବା ମାନହାନୀ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏହି କଂଗ୍ରେସ ନେତାଙ୍କ ବିରୋଧରେ ସୁରତ କୋର୍ଟ ଯେଉଁ ନିଷ୍ପତି ନେଇଛନ୍ତି, ଏଥରୁ ସତ୍ୟାସତ୍ୟ ହେଉଛି ଯେ ଦେଶର ଆଇନବ୍ୟବସ୍ଥା ଏବଂ ଗଣତାନ୍ତ୍ରିକ ପଦ୍ଧତିରୁ ଉର୍ଦ୍ଦ୍ୱରେ କେହି ନୁହଁନ୍ତି ।

ଭାରତର ଜନପ୍ରତିନିଧି ଆଇନ- ୧୯୫୧ ଅନୁସାରେ କୌଣସି ସଦସ୍ୟଙ୍କୁ ଦଣ୍ଡ ହେଲେ ତାଙ୍କର ସଦସ୍ୟତା ଚାଲିଯାଏ । ଏହା ପ୍ରଥମ ଥର ପାଇଁ ନୁହେଁ ବରଂ ଅନେକ ଜନପ୍ରତିନିଧିଙ୍କ ସଦସ୍ୟତା ଯାଇଛି । ୨୦୧୩ରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏହି ଆଇନକୁ ସଂଶୋଧନ କରିବା ପାଇଁ ସେ ନିଷ୍ପତି ନେଇଥିଲେ । ମାତ୍ର ସେହି ଅଧ୍ୟାଦେଶକୁ ନନସେନ୍ସ କହି ଚିରିଥିବା ଲୋକମାନେ ଉକ୍ତ ଆଇନ ପରିଧିରେ ଆସିବା ପରେ ସେମାନଙ୍କୁ କଷ୍ଟ ହେଉଛି । ଯଦି ତାଙ୍କ ପାର୍ଟି ସଦସ୍ୟତା ହରାଇବା ନେଇ କଂଗ୍ରେସ ଚିନ୍ତିତ ଥିଲା ତେବେ ଗତ ୨୪ ଘଣ୍ଟା ମଧ୍ୟରେ ସେ କାହିଁକି ଉପର କୋର୍ଟକୁ ଗଲେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କହିଛନ୍ତି ।ଓବିସି ଓ ଜନଜାତି ସମାଜ ପ୍ରଧାନମନ୍ତ୍ରୀଙ୍କ ସହ ସବୁବେଳେ ଅଛନ୍ତି । ମାତ୍ର ବିଭିନ୍ନ ସମୟରେ କଂଗ୍ରେସ ନେତା ମାନେ ଏହି ବର୍ଗଙ୍କ ପ୍ରତି କଟ୍ଟୁ ମନ୍ତବ୍ୟ ପ୍ରୟୋଗ କରିବା ସହ ସମାଜକୁ ନୀଚ୍ଚା ଦେଖାଇବା ଭଳି କାମ କରୁଛନ୍ତି । ସେମାନେ ବୁଝିବା ପାଇଁ ଅସମର୍ଥ ଯେ ଗଣତନ୍ତ୍ରରେ ଆଇନ ସମସ୍ତଙ୍କ ପାଇଁ ସମାନ । ଆମେ ଗୋଟିଏ ପରିବାରରୁ ଆସିଛୁ ଓ ଆମେ ଆଇନରୁ ଉର୍ଦ୍ଧ୍ୱରେ ମାନସିକତା ରଖୁଥିବା କଂଗ୍ରେସ ନେତାଙ୍କୁ ଜାତିଆଣ ଆକ୍ଷେପ ମନ୍ତବ୍ୟକୁ ଦଳ ନିନ୍ଦା କରୁଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here