କଲେଜ ଅଫ୍ ନସିଂରେ ଏମ୍ଏଲ୍‌ସିୟୁ, ଏସ୍ଏମ୍ଆଇ ଉଦ୍‌ଘାଟିତ

0
174

ବ୍ରହ୍ମପୁର,୨୪/୦୩/୨୦୨୩:କଲେଜ୍ ଅଫ୍ ନସିଂରେ ମିଇଫେରି ଲେଡ୍ କେୟାର ୟୁନିଟ୍ (ଏସ୍ଏଲ୍‌ସିୟୁ) ଓ ଷ୍ଟେଟ୍ ମିଇଫେରି ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍ (ଏସ୍ଏମ୍‌ଟିଆଇ) ଉଦ୍‌ଘାଟିତ ହୋଇଯାଇଛି । ନିରାପଦ ମାତୃତ୍ବ ସହିତ ମାତୃ ଓ ଶିଶୁ ମୃତ୍ୟୁ ହାର ରୋକିବା ଉଦ୍ଦେଶ୍ୟରେ ଏହି ୟୁନିଟ୍‌କୁ ଉତ୍ସର୍ଗିକୃତ କରାଯାଇଛି।ଆଜି ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ଚିକିତ୍ସକ ଓ ବିଶେଷଜ୍ଞ ଯୋଗଦେଇ ଏହି କେୟାର ୟୁନିଟ୍ ପ୍ରତ୍ୟେକ ମାଆ ଓ ନବଜାତକଙ୍କୁ ଗୁଣାତ୍ମକ, ଉନ୍ନତମାନର ଯତ୍ନ ପ୍ରଦାନ କରିବା ଉଦ୍ଦେଶ୍ୟ ବୋଲି ଅତିଥ୍ ମତ ବ୍ୟକ୍ତ କରିଛନ୍ତି।ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଡ. ସଚ୍ଚିଦାନନ୍ଦ ମହାନ୍ତି, ନସିଂ ଡାଇରେକ୍ଟର ରାମଚନ୍ଦ୍ର ରାଉତ, ଭିଡିଓ କନ୍‌ଫରେନ୍‌ସିଂରେ
ଏନ୍‌ଏଚ୍ଏମ୍ ମିଶନ ଡାଇରେକ୍ଟର ଡ.ବୃନ୍ଦା ଡି, ଏମ୍‌କେସିଜି ଅଧ୍ୟକ୍ଷ ଅବନୀକାନ୍ତ ମିଶ୍ର, ହସ୍ପିଟାଲ ସୁପରିଟେଣ୍ଡେଣ୍ଟ୍ ସନ୍ତୋଷ ମିଶ୍ର, ମୀନା ସୋମ୍ ୟୁନିସେଫ୍ ହେଲ୍‌ଥ ସ୍ପେଶାଲିଷ୍ଟ, ନୟନା କୁମାରୀ ସାମଲ ନସିଂ କାଉନ୍‌ସିଲ୍ ରେଜିଷ୍ଟ୍ରାର
ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । କଲେଜ ଅଫ୍ ନସିଂ ଅଧ୍ୟକ୍ଷ ପ୍ରଫେସର ରାଜଲକ୍ଷ୍ମୀ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ।ସେହିପରି ଭିଡିଓ କନ୍‌ଫରେନିଂରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଡ.ସାଲିନୀ ପଣ୍ଡିତ ଏହି କେୟାର ୟୁନିଟ୍ର ବିଶେଷତ୍ଵ କହିଥିଲେ।ହାଇଦ୍ରାବାଦ୍ ଫର୍ଣ୍ଣାଣ୍ଡିଜ୍ ମିଇଫେରି କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଇଣ୍ଡି କଉର୍ ଏନ୍‌ପିଏମ୍ ( ନର୍ସ ମିଇଫେରି ପ୍ରାକ୍ଟିସ୍‌ର ) ଭୂମିକା ଉପରେ ଆଲୋକପାତ କରିଥିଲେ। ୱାର୍କା ସେବାଗ୍ରାମର ଏମ୍ ଜିଏମ୍ଆଇଏସ୍ ହସ୍ପିଟାଲ ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗ ମୁଖ୍ୟ ଡ.ପୁନମ୍ ଶିବ କୁମାର ନିରାପଦ ଓ ସମ୍ମାନ ଜନକ ମାତୃତ୍ଵ ସେବା ଉପରେ ବକ୍ତବ୍ୟ ରଖିଥିଲେ । ଏକ ବୈଷୟିକ ଅଧ୍ଵବେଶନରେ ୟୁନିସେଫ୍‌ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ.ଜିୟାଉଲ୍ ମାର୍ଟିନ୍ ଏନ୍‌ପିଏମ୍‌ଙ୍କ ଆଭିମୁଖ୍ୟ ସମ୍ପର୍କରେ କହିଥିଲେ । ସଭା ସଂଯୋଜନା କରିଥିଲେ ସସ୍ମିତା କୁମାରୀ ପାଢ଼ୀ।ଅନୁରାଧ ମିଶ୍ର ଆସୋସିଏଟ୍ ପ୍ରଫେସର ତଥା ନୋଡାଲ ଅଫିସର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here