କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

0
190

ବ୍ରହ୍ମପୁର,୨୪/୦୩/୨୦୨୩:ଯକ୍ଷ୍ମା ମୁକ୍ତ ଭାରତ ତଥା ଯକ୍ଷ୍ମା ମୁକ୍ତ ଓଡ଼ିଶା ଆମ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟା।ଏହି ଅବସରରେ ବ୍ରହ୍ମପୁର ର ଅଗ୍ରଣୀ ସେବା ସଂଗଠନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ଯକ୍ଷ୍ମା ମୁକ୍ତ ଜନ ସଚେତନତା ଯାତ୍ରା ସ୍ଥାନୀୟ ଗେଟ୍ ବଜାର ଛକ ଠାରୁ ସନ୍ଧ୍ୟା ୫ ଘଣ୍ଟା ସମୟରେ ଆରମ୍ଭ କରାଯାଇଥିଲା।ଏହି ସଚେତନ ଯାତ୍ରା ରେଡିଓ ଷ୍ଟେସନ୍,ଲୋଚପଡ଼ା, ଭାବିନି ପୁର ଓ ସିଦ୍ଧାର୍ଥ ନଗର ଅଞ୍ଚଳର ବିଭିନ୍ନ ପ୍ରାନ୍ତରେ ପଥପ୍ରାନ୍ତ ସଭା ମାଧ୍ୟମରେ ପ୍ରଚାର କରାଯାଇ ଲୋକ ମାନଙ୍କୁ ସଚେତନ କରାଯାଇଥିଲା।ପରିଶେଷରେ ବଡ଼ ମେଡ଼ିକାଲ୍ ମୁଖ୍ୟ ଦ୍ଵାର ସମ୍ମୁଖରେ ଯକ୍ଷ୍ମା ରୋଗ ନିରାକରଣ ପାଇଁ ସମସ୍ତେ ମିଳିମିଶି ପ୍ରୟାସ କରିବ ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ପ୍ରବର୍ତ୍ତାଯାଇଥିଲା।
ଟ୍ରଷ୍ଟ ସଭାପତି ଶ୍ରୀମତୀ ରଞ୍ଜନା ମିଶ୍ର ଙ୍କ ନେତୃତ୍ୱରେ ତଥା ଟ୍ରଷ୍ଟ ର ବରିଷ୍ଠ ସଦସ୍ୟ,ସଦସ୍ୟା ରବୀନ୍ଦ୍ର ନାଥ ମିଶ୍ର,ପି କୋମଳି, ଡ ସୁରଜିତ ପାଣିଗ୍ରାହୀ,କେ. ଗୁରୁ ମୂର୍ତ୍ତି,ବିଶ୍ଵନାଥ ପାତ୍ର,ସନ୍ତୋଷ ପଣ୍ଡା,କଳ୍ପନା ନାୟକ,ଟି ବିଜୟ ରାଓ,ବଂଶୀଧର ଦାସ,ତମ୍ମନା ନାୟକ ଙ୍କ ସହଯୋଗ ରେ ସଫଳତାର ସହ ଉକ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।
ଏହି ସଚେତନତା କାର୍ଯ୍ୟକ୍ରମ କାହ୍ନା ଚାରିଟେବୁଲ ଟ୍ରଷ୍ଟ ତରଫରୁ ତିନି ମାସ ପର୍ଯ୍ୟନ୍ତ ଜାରି ରଖିବା ପାଇଁ ପ୍ରୟାସ କରାଯିବ ବୋଲି ଘୋଷଣା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here