ଗଞ୍ଜାମ ଜିଲ୍ଲାର ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ସଫଳତାର ଶୀର୍ଷରେ

0
149

ବ୍ରହ୍ମପୁର,୨୪/୦୩/୨୦୨୩: ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଗଞ୍ଜାମ ପ୍ରତି ବର୍ଷପରି ଏ ବର୍ଷ ମଧ୍ୟ ବିଶ୍ୱ ଯକ୍ଷ୍ମା ଦିବସ ତା ୨୪-୦୩-୨୦୨୩ ରିଖରେ ପାଳନ କରୁଛି | ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଆର. ଜଗଦିଶ ପଟ୍ଟନାୟକ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ | ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ, ଗଞ୍ଜମ ଲୀନା ଜେସସ ଏବଂ ଅନ୍ୟାନ୍ୟ ଅତିଥି ଯଥା – ଡାକ୍ତର ଅବନୀ କୁମାର ପାତ୍ର ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଟିବି), ଡାକ୍ତର ଗୀତ୍.ମୟ ପଟ୍ଟନାୟକ (ଏମ.ଓ.ଡି.ଟି.ସି), ଡାକ୍ତର ସନ୍ତୋଷ କୁମାର ପାଢୀ (ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ମ୍ୟାଲେରିଆ), ଡାକ୍ତର ହରମୋହନ ପଣ୍ଡା (ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ‘ରୋଗ ନିୟନ୍ତ୍ରଣ’), ଡାକ୍ତର ମନୋଜ କୁମାର ପଣ୍ଡା (ଅତିରିକ୍ତ ଜିଲ୍ଲା ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଅଧିକାରୀ), ଡାକ୍ତର ଭି. ସରୋଜିନୀ ଦେବୀ (ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ‘ପରିବାର ନିୟନ୍ତ୍ରଣ’), ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ତ୍ରିପାଠୀ (ଡ଼ି.ପି.ଏମ ଏନ ଏଚ ଏମ), ଶ୍ରୀଯୁକ୍ତ ହେମନ୍ତ କୁମାର ଦାଶ (ଡ଼ି.ପି.ଏମ ଡି ଏ ପି ସି ୟୁ ), ଶ୍ରୀଯୁକ୍ତ ବିଦେଶୀ ଜେନା (ଡି.ପି.ସି ଏନ.ଟି.ଇ.ପି), ଶ୍ରୀଯୁକ୍ତ ସୁଧୀରାକାନ୍ତ ବେହେରା (ଡି.ପି.ପି ଏମ. କୋ ଏନ.ଟି.ଇ.ପି) ଶ୍ରୀ ସାଇ ପ୍ରସାଦ ସୁରାପୁ (ଡି.ପି.ଏମ.ଡି .ଟି . କୋ ଏନ.ଟି.ଇ.ପି) ଶ୍ରୀ ଲୋକନାଥ ପଣ୍ଡା (ଆକାଉଣ୍ଟାଣ୍ଟ) ଶ୍ରୀ ସନ୍ତୋଷ ପ୍ରସାଦ ନନ୍ଦ ( ଏସଟିଏସ) ଏବଂ ସମସ୍ତ ଟିବି ସ୍ୱାସ୍ଥ୍ୟ ପରିଦର୍ଶକ / ପରିଦର୍ଶିକା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ଓ ଏ.ଏନ.ଏମ ତାଲିମ କେନ୍ଦ୍ରର ଛାତ୍ରୀ, ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତା ଏବଂ ଏନ.ଜି.ଓର କର୍ମକର୍ତ୍ତାମାନେ ଉପସ୍ଥିତଥିଲେ I ଚଳିତ ବର୍ଷର ଯକ୍ଷ୍ମା ଦିବସର ବିଷୟବସ୍ତୁ “ହଁ! ଆମେ ଯକ୍ଷ୍ମାର ଅନ୍ତ ନିଶ୍ଚୟ କରିପାରିବା” ସମ୍ୱନ୍ଧରେ ଅତିଥିମାନେ ସେମାନଙ୍କର ମତାମତ ପ୍ରଦାନ କରିଥିଲେ I ଏହି କାର୍ଯ୍ୟକ୍ରମରେ ଟିବିର ମୂଳୋତ୍ପ|ଟନ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ I ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଗଞ୍ଜାମ ଜିଲ୍ଲା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପୁରସ୍କୃତ ହେଲେ Iଯକ୍ଷ୍ମା ଦିବସର ପାଳିତ ଅବସରରେ ଚାଳିତମାସ ମାର୍ଚ୍ଚ ୧୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଏକ ସମ୍ଭାବ୍ୟ କାର୍ଯ୍ୟକ୍ରମ କୁ ଜିଲ୍ଲା ଓ ବ୍ଲକ ସ୍ତରରେ କାର୍ଯ୍ୟକାରୀ କରାଯାଇଛି ଜନସଚେତନତା କାର୍ଯ୍ୟକ୍ରମରେ ଯକ୍ଷ୍ମାରୋଗୀ ମାନଙ୍କ ଚିକିତ୍ସା ଏବଂ ନିଃ-କ୍ଷୟ ପୋଷଣ ଯୋଜନା, ନିଃ-କ୍ଷୟ ମିତ୍ର ମାଧ୍ୟମରେ ସରକାରଙ୍କ ସହାୟତାରେ ଅର୍ଥରାଶି ଯେପରି ସିଧାସଳଖ ଏବଂ ଠିକ ସମୟରେ ରୋଗୀଙ୍କ ପାଖରେ ପହଁଚିପାରିବ ସେ ବିଷୟରେ ଗୁରୁତ୍ୱ ଆରୋପ କରାଯାଇଥିଲା I ନିଃ-କ୍ଷୟ ମିତ୍ର ଅନୁସନ୍ଧାନ କରି ପୋଷଣ ଯୁକ୍ତ ଖାଦ୍ୟ ପ୍ରତି ମାସରେ ଯକ୍ଷ୍ମା ରୋଗୀଙ୍କୁ ସହାୟତା କରିବା ପାଇଁ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି ଯାହାକି ଯକ୍ଷ୍ମା ମୁକ୍ତ ଭାରତ ଗଠନ କରିବା ଦିଗରେ ଏହା ଅତ୍ୟନ୍ତ ସହାୟକ ହେବ I
ଗଞ୍ଜମ ଜିଲ୍ଲାରେ ଯକ୍ଷ୍ମା ରୋଗରୁ ମୁକ୍ତ ହୋଇଥିବା ୪୪ ଜଣ ଯକ୍ଷ୍ମା ଯୋଦ୍ଧା ଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ନିଯୁକ୍ତି କରାଯାଇଛି ଏବଂ ରୋଗୀମାନଙ୍କ ସେବା ଏବଂ ସାମାଜିକ ଘୃଣାଭାବ ବା ବାଛନ୍ଦ ଉପରେ କାର୍ଯ୍ୟ କରିବା ପାଇଁ ଉକ୍ତ ରୋଗୀ ସହାୟତା ଦଳକୁ ନିର୍ଦ୍ଧେଶ ଦିଆଯାଇଛି ତତ ସହିତ ଗୋଷ୍ଠୀକୁ ସାମିଲ କରାଇ ଜନସଚେତନତା ସୃଷ୍ଟି କରାଇବା ପାଇଁ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ ଏବଂ ଜାଗ୍ରତ କରାଇବାପାଇଁ ଜିଲ୍ଲା ତରଫରୁ ସମସ୍ତଙ୍କୁ ନିର୍ଦ୍ଧେଶ ଦିଆଯାଇଛି I ମାର୍ଚ୍ଚ ୧୫ ରୁ ୨୧ ତାରିଖ ମିଶନ ଭାବେ ଟିବି ରୋଗ ସଂସ୍ପର୍ଶରେ ଆସୁଥିବା ପରିବାରର ପ୍ରତ୍ୟେକ ସଦସ୍ୟ ମାନଙ୍କୁ Isonizide 100mg ଏବଂ 300mg ବଟିକା ଛଅ ମାସର ଚିକିତ୍ସା ପ୍ରଦାନ କରିବା ପାଇଁ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ଏବଂ ଦଳ ଗଠନ କରି ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାପାଇଁ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଟିବି) ଡାକ୍ତର ଅବନୀ କୁମାର ପାତ୍ର ନିର୍ଦ୍ଧେଶ ପ୍ରଦାନ କରିଛନ୍ତି ଏବଂ ଉକ୍ତ କାର୍ଯ୍ୟ କିପରି ପ୍ରତ୍ୟେକ ସ୍ତରରେ ସୁପରିଚାଳନା କରାଯାଇ ଯକ୍ଷ୍ମା ମୁକ୍ତ ଜିଲ୍ଲା ଗଠନ କରାଯାଇପାରିବ ସେ ବିଷୟରେ ଆଲୋଚନା କରିଛନ୍ତି Iମିଶନର ଲକ୍ଷ୍ୟ ବିଷୟରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ (ଟିବି) ଶ୍ରୀଯୁକ୍ତ ବିଦେଶୀ ଜେନା ସମସ୍ତ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଦଳଗତ ଭାବେ କାର୍ଯ୍ୟକରିବା ସହିତ ସରକାରଙ୍କର ଲକ୍ଷ୍ୟ ଏବଂ ଯକ୍ଷ୍ମାର ନିରାକରଣ ଦିଗରେ ସଫଳତା ହାସଲ କରି ୨୦୨୫ ସୁଦ୍ଧା ଜିଲ୍ଲାକୁ ଯକ୍ଷ୍ମା ମୁକ୍ତ କରିବାପାଇଁ ସମସ୍ତ ଅଧିକାରୀ ଯଥା ମିଶନ ଶକ୍ତି, ସମନ୍ବିତ ଶିଶୁ ବିକାଶ ଯୋଜନା, ଜାତୀୟ ଅଣ ସଂକ୍ରମଣ ରୋଗ, ଜିଲ୍ଲା ଏଡସ୍ ନିୟନ୍ତ୍ରଣ ସମିତି, ଜିଲ୍ଲା ଶିକ୍ଷା ଅଧିକାରୀ, ଗ୍ରାମ୍ୟ ଜଳ ଯୋଗାଣ ସମିତି, ଜିଲ୍ଲା ଶ୍ରମ ବିଭାଗ ମାନଙ୍କୁ ସମନ୍ବିତ କରି ଏବଂ ପ୍ରଶିକ୍ଷଣ ପ୍ରଦାନ କରି ସମସ୍ତ ସ୍ତରରେ ଯକ୍ଷ୍ମା ରୋଗ ଭଳି ଏକ ଭୟାନକ ରୋଗ ନିରାକରଣ ଦିଗରେ ୨୦୨୫ ସୁଦ୍ଧା ଜିଲ୍ଲା ସଫଳ ହୋଇପାରିବ ବୋଲି ଆହ୍ୱାନ କରିଥିଲେ|ଜିଲ୍ଲା ପ୍ରକଳ୍ପ ଅଧିକାରୀ (ସ୍ୱାସ୍ଥ୍ୟ ମିଶନ,ଏନ ଏଚ ଏମ) ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ତ୍ରିପାଠୀ ସକ୍ରିୟ ରୋଗ ଚିହ୍ନଟ ନିମନ୍ତେ ସମସ୍ତ ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ, ପ୍ରକଳ୍ପ ପରିଚାଳକ, ପ୍ରକଳ୍ପ ସଂଯାଜକ ମାନଙ୍କୁ ସଂକଳ୍ପବଦ୍ଧ ଓ ନିଷ୍ଠାର ସହିତ କାର୍ଯ୍ୟ ନିର୍ବାହ କରି ସକ୍ରିୟ ଯକ୍ଷ୍ମା ରୋଗୀ ମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ଚିକିତ୍ସା ସହାୟକ ନିମନ୍ତେ ସେବାମନବୃତ୍ତି ସହ ଏବଂ ସମସ୍ତ ପ୍ରକାର ସରକାରୀ ସୁବିଧା କୁ ରୋଗୀପାଖରେ ଯଥା ଶୀଘ୍ର ପହଞ୍ଚାଇବା ପାଇଁ ନିବେଦନ କରିଥିଲେ Iଜିଲ୍ଲା ସରକାରୀ ଓ ବେସରକାରୀ ସ୍ୱାସ୍ଥ୍ୟ ସଂଯୋଜକ ଶ୍ରୀ ସୁଧୀର କାନ୍ତ ବେହେରା ପରିଶେଷରେ ସମସ୍ତ ମଞ୍ଚାସିନ ଓ ଉପସ୍ଥିତ ଅଧିକାରୀମାନଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ଟିବି ହାରିବା ଓ ଦେଶ ଜିତିବର ନାରା ଦେଇ ବିଶ୍ୱ ଯକ୍ଷ୍ମା ଦିବସର ଅଧିବେଶନକୁ ଅନୁମତି ନେଇ ସମାପ୍ତ କରିଥିଲେ I

LEAVE A REPLY

Please enter your comment!
Please enter your name here