ଗୋକର୍ଣପୁରରେ ବିପିନଙ୍କ ବିଶାଳ ମହିଳା ସମାବେଶ : ହଡକମ୍ପ ବିରୋଧୀ

0
148

ଦିଗପହଣ୍ଡି,୨୪/୦୩/୨୦୨୩: ବିଧାନସଭା ନିର୍ବାଚନ ସମୟ ନିକଟତର ହେଉଥିବା ବେଳେ ଦିଗପହଣ୍ଡି ବିଧାନସଭା କ୍ଷେତ୍ରରେ ବିପିନଙ୍କ ଲୋକପ୍ରିୟତା ଆକାଶଛୁଆଁ ହେଉଥିବା ଲକ୍ଷ କରାଯାଇଛି । ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ସମୟରେ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ବିଜେଡ଼ିରେ ଅନ୍ତଃଦ୍ଵନ୍ଦ ରହିଥିଲେ ମଧ୍ୟ ପୂର୍ବତନ ବ୍ଲକ ଅଧକ୍ଷ ତଥା ବର୍ତମାନ ଜିଲ୍ଲା ପରିଷଦ ବିପିନ ପ୍ରଧାନ କ୍ରମାଗତ ଭାବେ ରାଲି ସଭାସମିତି ମହିଳା ସମାବେଶ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିରେ ଯୋଗଦେଇ ନିଜ ପତିଆରା ପ୍ରଦର୍ଶନରେ ଆଗୁଆ ଥିବା ଦେଖିବାକୁ ମିଳୁଛି । ଏହି କ୍ରମରେ ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମରେ ଆଜି ଶୁକ୍ରବାର ଦିନ ଆୟୋଜିତ ଏକ ବିଶାଳ ମହିଳା ସମାବେଶ ଓ ସାଙ୍ଗଠନିକ ସଭାରେ ୧୫ ହଜାରରୁ ଉର୍ଦ୍ଧ ମହିଳା ଓ ପୁରୁଷଙ୍କ ବିଶାଳ ରାଲିରେ ଗ୍ରାମ ପରିକ୍ରମା ଘଟଣା ଦିଗପହଣ୍ଡି ତଥା ଗଞ୍ଜାମ ବିଜେଡିରେ ଆଲୋଚନାର ବିଷୟ ହୋଇଅଛି । ଏହି ବିଶାଳ ସମାବେଶର ପଦଯାତ୍ରା ଜନିତ କାର୍ଯ୍ୟକ୍ରମ ବିପକ୍ଷ ଶିବିରରେ ଅଲଗା ଭାବ ସୃଷ୍ଟି କରିଛି । ଖେମୁଣ୍ଡିଖୋଲ ଆଦିବାସୀ ସମ୍ପ୍ରଦାୟର ଏକ ଲୋକ କଳା ଓ ପଟୁଆର ଏହି ରାଲିର ଶୋଭା ବର୍ଦ୍ଧିତ କରୁଥିଲା ବେଳେ ମାଟିର ପୁଅ ବିପିନଙ୍କୁ ଏହି ସଭାରେ ଆଗାମୀ ବିଧାନସଭା ନିର୍ବାଚନରେ ବିପୁଳ ମାତ୍ରାରେ ଆଶୀର୍ବାଦ ପ୍ରଦାନ କରିବା ପାଇଁ ଖୋଲାଖୋଲି ନେତାମାନେ ନିବେଦନ କରିଥିଲେ । ଦିଗପହଣ୍ଡିର ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଶାରୀରିକ ଅସୁସ୍ଥତା ପରେ ଦିଗପହଣ୍ଡିରେ ଅନ୍ୟାୟ ଅରାଜକତା ବୃଦ୍ଧି ପାଇଛି ଏବଂ ୪ ଜଣ ଦଳୀୟ ସମର୍ଥକଙ୍କ ହତ୍ୟା ହୋଇଥିବା ଘଟଣାକୁ ପୂର୍ବତନ ସରପଞ୍ଚ ସଙ୍ଘ ସଭାପତି ହରିବନ୍ଧୁ ରେଡ୍ଡୀ ଓ ଛାତ୍ରନେତା ରାଜକିଶୋର ମହାନ୍ତି ଦୃଢ଼ ନିନ୍ଦା କରିଛନ୍ତି । ଅନ୍ୟକ୍ରମରେ ଏହି ହିଂସାତ୍ମକ ରାଜନୀତିକୁ ଭର୍ତ୍ସନା କରି ବିପିନଙ୍କ ସହ ରହି ଅଞ୍ଚଳରେ ଶାନ୍ତି ମୈତ୍ରୀ ଓ ଭାଇଚାରା ଫେରାଇ ଆଣିବା ପାଇଁ ସମସ୍ତ ମହିଳା ଓ ପୁରୁଷ ଏହି ଅବସରରେ ବଜ୍ର ଶପଥ ମଧ୍ୟ ନେଇଥିଲେ । ଆୟୋଜିତ ଆଜିରଏହି ସମାବେଶରେ କୁକୁଡାଖଣ୍ଡି ବ୍ଲକରୁ ମଧ୍ୟ ବହୁ ମହିଳା ଯୋଗ ଦେଇଥିଲେ । ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ନଗରପାଳ ଉଦୟନାଥ ସ୍ୱାଇଁ, ବରିଷ୍ଠ ବିଜେଡି ନେତା ଶମ୍ଭୁନାଥ ପଣ୍ଡା, ବିଜୁ ମହିଳା ନେତ୍ରୀ କେ ଶିବାନୀ ରେଡ଼ି, ବିଜୁ ମହିଳା ନେତ୍ରୀ ଲକ୍ଷ୍ମୀ ବେହେରା, ପୂର୍ବତନ ଜିଲ୍ଲା ପରିଷଦ କୁରି ସେଠି, ଜି ବାସନ୍ତୀ ଡୋର , ପୂର୍ବତନ ସରପଞ୍ଚ ମିନତି ଦେବୀ , ଦିଗପହଣ୍ଡି ସେବା ସମବାୟ ସଭାପତି ପ୍ରମୋଦ କୁମାର ପାଣିଗ୍ରାହି, ବମକୋଇ ସରପଞ୍ଚ ତପନ କୁମାର ପ୍ରଧାନ, ପୁର୍ବତନ ସରପଞ୍ଚ ଭଗବାନ୍ ବାଡତ୍ୟା, କଇଠଡା ସରପଞ୍ଚ ଦେବହରି ଗୌଡ଼, ଗୋକର୍ଣପୁର ପୁର୍ବତନ ସରପଞ୍ଚ ଅସିତ୍ ସାହୁ, ଗୌଡ଼ଗାଁ ପୂର୍ବତନ ସରପଞ୍ଚ କୃଷ୍ଣ ଚନ୍ଦ୍ର ସାହୁ, ଅଙ୍କୋରୋଡା ପୂର୍ବତନ ସରପଞ୍ଚ ଉଷନ୍ତ ସାହୁ, ସରପଞ୍ଚ ନିରାକାର ପ୍ରଧାନ, ଯୁବ ନେତା ମନୋଜ ସାହୁ, ମହେଶ୍ୱର ପ୍ରଧାନ, ବିଦେଶୀ ଗୌଡ଼, ପୁର୍ବତନ ଜିଲ୍ଲାପରିଷଦ ରାଜେନ୍ଦ୍ର ଦୋରା, ଯୁବ ନେତା ଲୁଲୁ ସର୍ଦ୍ଦାର, ବିକ୍ରମ ସିଂ, ଏସ ନାଗେଶ୍ୱର ପ୍ରଧାନ, ଏସ ସନ୍ତୋଷ ପ୍ରଧାନ, ଦିଲ୍ଲିପ ପ୍ରଧାନ, ସାନିଆ ପ୍ରଧାନ, ନନ୍ଦ ଗୋପାଳ, କୁକୁଡାଖଣ୍ଡି, ସାରଥୀ ଗୌଡ଼, ଯତୀନ୍ଦ୍ର ପାତ୍ର, ସୁଧୀର ରାଉତ, ସନ୍ତୋଷ ଚୌଧୁରୀ, ସଂଗ୍ରାମ ସିଂ, ପୂର୍ଣ୍ଣ ଚନ୍ଦ୍ର ନାୟକ, ସୁରେଶ ସାହୁ, ଗୋବିନ୍ଦ ଚନ୍ଦ୍ର ଗୌଡ଼, ରଜତ କୁମାର ପାତ୍ର, ରାଜେନ୍ଦ୍ର ସାହୁ, ନିରଞ୍ଜନ ସାହୁ, ଭଗବାନ ସାମଲ ପ୍ରମୁଖ ମଞ୍ଚାସିନ ଥିଲେ।

LEAVE A REPLY

Please enter your comment!
Please enter your name here