ମାଣିତରାରେ ୧୦୮ ପ୍ରହର ନାମ ଯଜ୍ଞ ପାଇଁ ଶୁଭଖୁଣ୍ଟି ସ୍ଥାପନ

0
156

ବୁଗୁଡା ୨୪/୦୩/୨୩ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ୧୦୮ ପ୍ରହର ନାମ ଯଜ୍ଞ ପାଇଁ ଶୁଭଖୁଣ୍ଟି ସ୍ଥାପନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ନାମ ମହାଯଜ୍ଞ ଆସନ୍ତା ବୈଶାଖ ଶୁକ୍ଳ ଅକ୍ଷୟ ତୃତୀୟା ୨୩/୪/୨୩ ତାରିଖ ଠାରୁ ଆରମ୍ଭ ହୋଇ ଜ୍ୟେଷ୍ଠ କୃଷ୍ଣ ଦ୍ଵିତୀୟା ୭/୫/୨୩ ତାରିଖରେ ଉଦଯାପିତ ହେବ। ଏହି ନାମ ମହାଯଜ୍ଞରେ ମାଣିତରା, ଅରଖପୁର, ଖରିଡା, ମାଳ ଗୋଛାବାଡି, ମହେଶ୍ୱରପୁର, ଘୋଳପୁର ଓ ଛାମୁଣ୍ଡା ଗ୍ରାମର ନାମ ସଂକୀର୍ତ୍ତନ ଦଳ ଅଖଣ୍ଡ ମହାମନ୍ତ୍ର ଗାନ କରିବେ। ନାମ ଯଜ୍ଞ ସହ ଗୋ ଯଜ୍ଞ ଓ ଅନ୍ନ ଯଜ୍ଞ ମଧ୍ୟ ଅନୁଷ୍ଠିତ ହେବ। ଶୁଭଖୁଣ୍ଟି ସ୍ଥାପନ ବେଳେ କର୍ତ୍ତା ଭାବେ ରାମଚନ୍ଦ୍ର ଚୌଧୁରୀ କାର୍ଯ୍ୟ ସମ୍ପାଦନ କରିଥିଲେ। ପୁରୋହିତ ଭାବେ କୁମୁଦ ଚନ୍ଦ୍ର ମିଶ୍ର ଓ କାଳୀ ଚରଣ ମିଶ୍ର ପୂଜାକାର୍ଯ୍ୟ କରିଥିଲେ। ଗ୍ରାମ୍ୟ କମିଟି ଓ ନାମ ଯଜ୍ଞ କମିଟି ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here