ଗଞ୍ଜାମ ଓକିଲ ସଂଘ ନିର୍ବାଚନ।ମିନତୀ ରଥ ସଭାପତି, ଶିବ ନାରାୟଣ ସାହୁ ସଂପାଦକ ନିର୍ବାଚିତ

0
195

 

ବ୍ରହ୍ମପୁର,୨୫/୦୩/୨୦୨୩:ଆଜି ଅନୁଷ୍ଠିତ ହୋଇଥିବା ଗଞ୍ଜାମ ଓକିଲ ସଂଘ ର କର୍ମକର୍ତ୍ତା ନିର୍ବାଚନ ର ଫଳାଫଳ ଘୋଷଣା ହୋଇଯାଇଛି। ସଭାପତି ଭାବେ ମିନତୀ ରଥ ନିକଟତମ ପ୍ରତିଦ୍ବନ୍ଦୀ ସୁଧାଂଶୁ ଶେଖର ପଣ୍ଡା ଙ୍କ ଠାରୁ ୯୩ ଟି ଭୋଟ ଅଧିକ ପାଇ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ଏମ.ଚନ୍ଦ୍ର ଶେଖର ନିକଟତମ ପ୍ରତିଦ୍ୱନ୍ଦୀ ଦିଲ୍ଲୀପ କୁମାର ପାତ୍ର ଙ୍କ ଠାରୁ ୫୩ ଟି ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।ସେପରି ସଂପାଦକ ଭାବେ ଶିବ ନାରାୟଣ ସାହୁ ନିକଟତମ ପ୍ରତିଦ୍ୱନ୍ଦୀ ଟି.ଭେଙ୍କଟ ରାଓ ଙ୍କ ଠାରୁ ଅଧିକ ୯୧ଟି ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ସହ ସଂପାଦକ ଭାବେ ତାପସ କୁମାର ସାହୁ ନିକଟତମ ପ୍ରତିଦ୍ୱନ୍ଦୀ ଗିରିଜା ଶଙ୍କର ବେହେରା ଙ୍କ ଠାରୁ ୨୪୧ଟି ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।ଉଲ୍ଲେଖଯୋଗ୍ୟ ଯେ, ଚଳିତ ନିର୍ବାଚନ ରେ ପ୍ରଥମ ଥର ଜଣେ ମହିଳା ସଭାପତି ଭାବେ ମିନତୀ ରଥ ନିର୍ବାଚିତ ହୋଇଥିବାରୁ ସବୁ ମହଲରେ ପ୍ରଶଂସା ମିଳିଛି।

LEAVE A REPLY

Please enter your comment!
Please enter your name here