ପଣ୍ଡା ବନ୍ଧ ଉନ୍ନତିକରଣରେ ନିମ୍ନ ମାନର କାର୍ଯ୍ୟ ।ରଙ୍ଗେଇଲୁଣ୍ଡା ବ୍ଳକକୁ ପିଛା ଛାଡୁନି ମନେରଗା ଦୁର୍ନୀତି

0
219

ରଙ୍ଗେଇଲୁଣ୍ଡା,୦୧/୦୪/୨୦୨୩: ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ କୋଠାରସିଙ୍ଗି ଗ୍ରାମ ପଞ୍ଚାୟତର ମାଣିକପୁର ଗ୍ରାମର ପଣ୍ଡା ବନ୍ଧ ଉନ୍ନତିକରଣରେ ଗତ ଆର୍ଥିକ ତିନି ବର୍ଷ ମଧ୍ୟରେ ପ୍ରାୟ କୋଡିଏ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ମନେରଗା ଯୋଜନାରେ ଖର୍ଚ୍ଚ ହୋଇଥିଲା । ମାତ୍ର ନିମ୍ନ ମାନର ନିର୍ମାଣ ଯୋଗୁଁ ବନ୍ଧର ଆଡି ଓ୍ବାଲ ଓ ଗାର୍ଡ ଓ୍ବାଲ ଭୁଷୁଡିବା ରେ ଲାଗିଥିବାର ଫୋଟ ସହିତ ଏକ ଅଭିଯୋଗ ପତ୍ର ଓ୍ବାର୍ଡ ସଭ୍ୟ ଏନ୍. ନିରଞ୍ଜନ ରେଡ୍ଡି ଗଞ୍ଜାମ ଜିଲ୍ଲାପାଳ ଓ ଭିଜିଲାନ୍ସର ଦୃଷ୍ଟି ଆକର୍ଷଣ କରି ଏହାର ବିଧିବଦ୍ଧ ତଦନ୍ତ ନିମନ୍ତେ ଦାବି କରିଛନ୍ତି ।ସୂଚନାଯୋଗ୍ୟ, ଉକ୍ତ ବନ୍ଧର ଉନ୍ନତିକରଣ ପାଇଁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ କୋଡ଼ିଏ ଲକ୍ଷ ଟଙ୍କା ବ୍ଳକ ତରଫରୁ ଖର୍ଚ୍ଚ ହୋଇଥିଲା, ମାତ୍ର ଉକ୍ତ କାର୍ଯ୍ୟ ସୁଚାରୁରୂପେ ପରିଚାଳନା ଓ ସମ୍ପାଦନା ନିମନ୍ତେ ନିୟୋଜିତ ହୋଇଥିବା ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀଙ୍କ ମିଲିଭଗତରେ ଅତି ନିମ୍ନ ମାନର କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ହୋଇଥିବା ଯୋଗୁଁ ଜନସାଧାରଣଙ୍କ ନିମନ୍ତେ ଉଦ୍ଧିଷ୍ଟ ପ୍ରକଳ୍ପଟି ତିନି ବର୍ଷର ଅବଧି ପୂର୍ବରୁ ଭୁଷୁଡି ଛାରଖାର ହୋଇଯାଇଛି । ସୂଚନାଯୋଗ୍ୟ ଯେ, ମାଣିକପୁର ଗ୍ରାମଟି ରଙ୍ଗେଇଲୁଣ୍ଡା ବ୍ଳକ ଅଧ୍ୟକ୍ଷାଙ୍କ ନିଜ ଗ୍ରାମ ହୋଇଥିଲେ ହେଁ କାର୍ଯ୍ୟ ସମ୍ପାଦନ ସମୟରେ ନିମ୍ନ ମାନର ବୋଲି ଏହା କିପରି ଅଧ୍ୟକ୍ଷାଙ୍କ ନଜରକୁ ଆସିଲାନି ବା ସେହି ପ୍ରକଳ୍ପରେ ନିୟୋଜିତ ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀ ମାନେ କିପରି ସାହାସ ପାଇଲେ ନିମ୍ନ ମାନର ନିର୍ମାଣ ନିମନ୍ତେ ତାହା ସନ୍ଦେହଜନକ ଓ ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେଣୁ ଉକ୍ତ ଗ୍ରାମର ପଣ୍ଡା ବନ୍ଧ ନିର୍ମାଣ କାର୍ଯ୍ୟ ରାଜନୈତିକ ଦୃଷ୍ଟି କୋଣରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ହେତୁ, ସଚ୍ଚୋଟତାର ସହିତ ଏହାର ବିଧିବଦ୍ଧ ତଦନ୍ତ ହୋଇ ଦୋଷୀ ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ୧୯୮୮ ଓ ୨୦୧୮ ଓ ଫୌଜଦାରୀ ମକଦ୍ଦମା ରୁଜୁ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ରେଡ୍ଡି ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here