ଅସ୍ତ୍ରୋପଚାର ପରେ ବାହାରିଲା ନାବାଳକ ମଳଦ୍ବାର ରେ ପଶିଥିବା ଶାବଳ

0
298

 

ବ୍ରହ୍ମପୁର,୦୨/୦୪/୨୦୨୩:ଗତକାଲି
କନ୍ଧମାଳ ଜିଲ୍ଲା କୋଟଗଡ ଅଞ୍ଚଳ ର ଜଣେ ନାବାଳକ ର ମଳଦ୍ବାର ରେ ପଶିଥିବା ଶାବଳ କୁ ଏମକେସିଜି ମେଡିକାଲ ର ଡାକ୍ତର ମାନେ ଅସ୍ତ୍ରୋପଚାର କରି ବାହାର କରିଛନ୍ତି। ବଡ ମେଡିକାଲରେ ଆଜି ଅସ୍ତ୍ରୋପଚାର କରି ନାବାଳକଙ୍କ ମଳଦ୍ୱାରରେ ପଶିଥିବା ଶାବଳକୁ ସୁରକ୍ଷିତ ଭାବେ ବାହାର କରିଛନ୍ତି ନାବାଳକ ଜଣକ ହେଉଛନ୍ତି ସନାତନ ପାଟଗୁରୁ ଙ୍କ ପୁତ୍ର ଶକ୍ତି ପାଟଗୁରୁ।ଗତକାଲି କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅନ୍ତର୍ଗତ ତଳ ସୁବର୍ଣ୍ଣଗିରି ରେ ଏକ ଅଘଟଣ ରେ ନାବାଳକ ଜଣକ ଗୁରୁତର ହୋଇଥିଲେ।ଉକ୍ତ ନାବାଳକକୁ ଜନୌକ ଠିକାଦାର ବିଦ୍ୟାଳୟ ର ନିର୍ମାଣ କାର୍ଯ୍ୟରେ ଲଗାଇଥିଲା ।କାମ କରିବା ବେଳେ ଅସାବଧାନତାରୁ ନାବାଳକ ଜଣକ ଆଜବେଷ୍ଟସ୍ ଉପରୁ ଖସି ପଡିଥିଲା । ତଳେ ଶାବଳ ଧରି ମାଟି କାମ କରୁଥିବା ଜଣେ ଶ୍ରମିକଙ୍କ ଉପରେ ପଡିଯିବାରୁ ମଳଦ୍ଵାରରେ ଶାବଳଟି ପଶିଯାଇଛି । ନାବାଳକ ଜଣକୁ ପ୍ରଥମେ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବାଲିଗୁଡ଼ା ଉପଖଣ୍ଡ
ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ନାବାଳକଙ୍କ ମଳଦ୍ବାରରୁ ଶାବଳ ବାହାର କରିପାରିନଥିଲେ ।ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ତାକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ଅଣାଯାଇଥିଲା। ଏଠାରେ ଡାକ୍ତର ମାନେ ଅସ୍ତ୍ରୋପଚାର କରି ନାବାଳକ ମଳଦ୍ବାର ରେ ପଶିଥିବା ଶାବଳ କୁ ସୁରକ୍ଷିତ ଭାବେ ବାହାର କରିଛନ୍ତି।

LEAVE A REPLY

Please enter your comment!
Please enter your name here